Advertisment

Indian Newspaper Day 2025: ଭାରତର ପ୍ରଥମ ଖବରକାଗଜ କ’ଣ… କେବେ କେଉଁଠି ହୋଇଥିଲା ପ୍ରକାଶିତ

ଆଜିର ଡିଜିଟାଲ ଯୁଗରେ, ପ୍ରିଣ୍ଟ ମିଡିଆର ଅବସ୍ଥା ସଂକଟରେ। ମହାମାରୀ ପରେ ପ୍ରିଣ୍ଟ ମିଡିଆର ଅବସ୍ଥା ବିଗିଡି ଯାଇଛି। ପ୍ରିଣ୍ଟ ମିଡିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ହେବା ଜରୁରୀ।

author-image
Pramod Behera
ଅଦ୍ୟତନ ହୋଇଛି
Indian Newspaper Day 2025

Indian Newspaper Day 2025

ସମାଜ ଗଠନରେ ଖବରକାଗଜର ଭୂମିକାକୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ୨୯ ଜାନୁଆରୀରେ ‘ଭାରତୀୟ ଖବରକାଗଜ ଦିବସ’ ପାଳନ କରାଯାଏ। ୧୭୮୦ ମସିହାରେ ଏହିଦିନ, ଭାରତର ପ୍ରଥମ ଖବରକାଗଜ ‘ବେଙ୍ଗଲ ଗେଜେଟ୍‌’ ପ୍ରକାଶିତ ହୋଇଥିଲା। ଶିକ୍ଷା, ଗଣତନ୍ତ୍ର ଏବଂ ସଚେତନତାକୁ ପ୍ରୋତ୍ସାହିତ କରିବାରେ ଏହା ସାମ୍ବାଦିକତାର ଗୁରୁତ୍ୱକୁ ଦର୍ଶାଏ।

Advertisment

ଏହା ଆମ ସମସ୍ତଙ୍କୁ ଗର୍ବିତ କରେ ଯେ ଆଜି ଭାରତୀୟ ସାମ୍ବାଦିକତାକୁ ୨୪୫ ବର୍ଷ ହୋଇଛି। ପ୍ରାୟ ଦୁଇ ଶତାବ୍ଦୀ ଓ ସାଢେ ଚାରି ଦଶନ୍ଧି ଧରି ଚାଲିଥିବା ଭାରତୀୟ ସାମ୍ବାଦିକତାର ଇତିହାସ ବହୁତ ବ୍ୟାପକ। ଖବର କାଗଜର ସ୍ୱରୂପ ବହୁତ ପ୍ରଶସ୍ତ।

କଲିକତାରୁ ପ୍ରକାଶିତ ଇଂରାଜୀ ଭାଷା ଖବରକାଗଜ “ବେଙ୍ଗଲ୍‌ ଗେଜେଟ୍” ୨୯ଜାନୁୟାରୀ ୧୭୮୦ରେ ପ୍ରକାଶିତ ହୋଇଥିଲା। ଏହି ଖବରକାଗଜ ନିର୍ଭୀକତା ପାଇଁ ବେଶ ଜଣାଶୁଣା। ଏହାର ସ୍ୱର ହେଉଛି “ସମସ୍ତଙ୍କ ପାଇଁ ଖୋଲା କିନ୍ତୁ କାହା ଦ୍ୱାରା ପ୍ରଭାବିତ ନୁହେଁ”।

Advertisment

ଏହାର ସାହସିକତା ଏବଂ ନିର୍ଭୀକ ଲେଖା ପାଇଁ ହିକିଙ୍କୁ ଏହାର ଏକ ମୂଲ୍ୟ ଦେବାକୁ ପଡିଥିଲା। ହିକି ପରେ, ଜେମ୍ସ ବକିଂହମ୍ ଅକ୍ଟୋବର ୧୮୧୮ରେ କଲିକତାରୁ ଇଂରାଜୀ କଲିକତା ଜେନେରାଲ ପ୍ରକାଶ କରିଥିଲେ, ଯାହାକି ସରକାରୀ ନୀତିର ନିର୍ଭୀକ ସମାଲୋଚକ ଥିଲା।

ଅଧିକ ପଢ଼ନ୍ତୁ: ଦେଶର ଅର୍ଥନୀତିରେ କିପରି ସହଯୋଗ କରେ ସୀମା ଶୁଳ୍କ

ନିର୍ଭିକତା ହେତୁ ଜେମ୍ସ ବକିଂହମ୍ ନିର୍ବାସିତ ହୋଇଥିଲେ। ୧୭୮୦ରୁ ଭାରତୀୟ ସାମ୍ବାଦିକତାରେ ଅନେକ ଉତ୍ଥାନ-ପତନ ଘଟିଛି। ପ୍ରାୟ ଦୁଇଶହ ପଚିଶ ବର୍ଷର ସାମ୍ବାଦିକତା ଇତିହାସରେ ସମସ୍ତ ବିବରଣୀ ଦେବା ସମ୍ଭବ ନୁହେଁ।

ସଙ୍କଟରେ ପ୍ରିଣ୍ଟ ମିଡିଆ:

ଆଜିର ଡିଜିଟାଲ ଯୁଗରେ, ପ୍ରିଣ୍ଟ ମିଡିଆର ଅବସ୍ଥା ସଂକଟରେ। COVID-19 ମହାମାରୀ ସମୟରେ ସାମ୍ବାଦିକ ଏବଂ ମୁଦ୍ରଣ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିଲେ। ଅନେକ ଖବରକାଗଜ ମଧ୍ୟ ବନ୍ଦ ହୋଇଯାଇଛି ଏବଂ କେତେକ ବଞ୍ଚିବା ପାଇଁ ସଂଗ୍ରାମ କରୁଛନ୍ତି।

ପ୍ରିଣ୍ଟ ମିଡିଆରେ ବିଜ୍ଞାପନର ଅଭାବ, କର୍ମଚାରୀଙ୍କ ଦରମା, ଅଫିସ୍ ଭଡା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଏହାକୁ ଅଧିକ କଷ୍ଟସାଧ୍ୟ କରିଛି। ଏଥିସହ ସୋସିଆଲ ମିଡିଆ ଏବଂ ଡିଜିଟାଲ୍‌ ପ୍ଲାଟ୍‌ଫର୍ମଗୁଡିକର ବିଜ୍ଞାପନ ପ୍ରିଣ୍ଟ ମିଡିଆର ଏ ସଂକଟ ପାଇଁ କାରଣ ପାଲଟିଛି।

ବଜେଟ୍‌ରେ ପ୍ରିଣ୍ଟ ମିଡିଆ ପାଇଁ ଏକ ଆର୍ଥିକ ରିଲିଫ୍:

ଭାରତ ସରକାରଙ୍କ ଦ୍ୱାରା ୧ ଫେବୃଆରୀ ୨୦୨୫ରେ ଉପସ୍ଥାପିତ ହେବାକୁ ଥିବା ବଜେଟ୍‌ରେ ପ୍ରିଣ୍ଟ ମିଡିଆ ପାଇଁ ଏକ ଆର୍ଥିକ ରିଲିଫ୍ ପ୍ୟାକେଜ୍ ଘୋଷଣା ହେବା ଆବଶ୍ୟକ। ମହାମାରୀ ପରେ ପ୍ରିଣ୍ଟ ମିଡିଆର ଅବସ୍ଥା ବିଗିଡି ଯାଇ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ଭାବରେ ଏହାର ଭୂମିକା ନିଭାଇବାରେ ଅସମର୍ଥ ହୋଇଛି। ପ୍ରିଣ୍ଟ ମିଡିଆକୁ ଆର୍ଥିକ ସହାୟତା ପ୍ରଦାନ କରିବା ସରକାରଙ୍କ ଦାୟିତ୍ୱ ହେବା ଜରୁରୀ।

ଅଧିକ ପଢ଼ନ୍ତୁ: ଏହି Degrees କରିବାକୁ ଚିନ୍ତା କରୁଛନ୍ତି କି… ବେକାର ହୋଇପାରେ କ୍ୟାରିୟର୍

News Paper Industry Indian News Publishers
Advertisment
Advertisment