• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

Rairakhol Locals Allege Irregularities In Vaccination Centres In Sambalpur
ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ

ଟିକା ପାଇଁ ୪ ଦିନ ହେଲାଣି ରାତି ଅଧରୁ ଆସି ଧାଡିରେ ଠିଆ ହେଉଛନ୍ତି, ତଥାପି ନିରାଶ । ସପଟେ ଧାଡ଼ିରେ ନଥିବା ଲୋକଙ୍କୁ ଟିକା ନେବା ପାଇଁ ଟୋକନ ମିଳିଯାଉଥିବା ଅଭିଯୋଗ ।

Ratna Bhandar
ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, RTIରୁ ମିଳିଲା ତଥ୍ୟ

ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା।

Third Wave Warning
ଓଡିଶାରେ ଦୈନିକ ସଂକ୍ରମଣ ସର୍ବାଧିକ ୧୯ ହଜାର ଛୁଇଁପାରେ

ସମ୍ଭାବ୍ୟ ତୃତୀୟ ଲହରୀ ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି। ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ତରଫରୁ ଚିଠି।

Huge Haul Of Ganja Seized
ପୋଲିସର ଗଞ୍ଜେଇ ବେପାର

ବିପୁଳ ପରିମାଣର ଗଞ୍ଜେଇ ସହ ହୋମଗାର୍ଡ୍ ଅଟକ। ହୋମଗାର୍ଡ୍ ସମେତ ୬ ଜଣଙ୍କୁ ଅଟକ ରଖିଛି ପୋଲିସ। ଜୟପୁର SDPO ଙ୍କ ନେତୃତ୍ୱରେ ସଦର ପୋଲିସର ଚଢାଉ।

Anubhav-Varsha Family Dispute
ଅନୁଭବଙ୍କ ଆବେଦନର ଅନ୍ତ ଘଟାଇଲେ ହାଇକୋର୍ଟ

ପାରିବାରିକ ଅଦାଲତରେ ବିଚାର ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ବିବାହ ବିଚ୍ଛେଦ ମାମଲାର ଚୂଡ଼ାନ୍ତ ଶୁଣାଣି ପାଇଁ ଆବେଦନ କରିଥିଲେ ଅନୁଭବ। ଚୂଡ଼ାନ୍ତ ଶୁଣାଣି ନେଇ ସମୟ ନିର୍ଦ୍ଧାରଣ କରିବାକୁ ଅନୁଭବଙ୍କ ଆବେଦନ।

Afghanistan Airport
ଆତଙ୍କବାଦୀଙ୍କ ଟାର୍ଗେଟରେ କାବୁଲ ଏୟାରପୋର୍ଟ !

ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ସ୍ଥିତ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।

JEE main exam
ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍

ଆଜିଠୁ ଚତୁର୍ଥ ପର୍ଯ୍ୟାୟ ଜେଇଇ ମେନ୍। ଦେଶର ୩୩୪ ସହର ରେ ପରୀକ୍ଷା ଅନୁଷ୍ଠିତ ହେବ ବୋଲି NTA ପକ୍ଷରୁ ସୂଚନା।

CISF Awarded Officer Who Stopped Salman Khan At Mumbai Airport
ସଲମାନଙ୍କୁ ଅଟକାଇଥିବା CISF ଏଏସ୍‌ଆଇଙ୍କୁ ହଇରାଣ କରିଥିବା ଖବର ଗୁଜବ

ବଲିଉଡ ଷ୍ଟାର ସଲମାନ ଖାନଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଅଟକାଇବା ପରେ ସିଆଇଏସ୍ଏଫ୍ ASI ସୋମନାଥ ମହାନ୍ତିଙ୍କୁ ହଇରାଣ କରାଯାଇଥିବା ଖବର ମିଛ ବୋଲି କହିଛି ସିଆଇଏସ୍ଏଫ୍ ।

Vaccinate All School Teachers On Priority Basis | Health Minister Mansukh Mandaviya To State Govts
ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ ଟିକା

ସେପ୍ଟେମ୍ବର ୫ ଗୁରୁଦିବସ ପୂର୍ବରୁ ସବୁ ଶିକ୍ଷକଙ୍କୁ ଦିଆଯିବ କରୋନା ଟିକା । ଶିକ୍ଷକଙ୍କୁ ପ୍ରାଥମିକତା ଭିତ୍ତିରେ ଟିକା ଦେବାକୁ କେନ୍ଦ୍ରର ଅନୁରୋଧ ।

Driving licenses will be revoked in violation of the Road Safety Act
ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ

ସଡ଼କ ସୁରକ୍ଷା ଆଇନ ଉଲ୍ଲଙ୍ଘନ କଲେ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ ହେବ । ସମସ୍ତ ଆଞ୍ଚଳିକ ପରିବହନ ଅଧତ୍କାରୀଙ୍କୁ ଟ୍ରନ୍ସପୋର୍ଟ କମିଶନରଙ୍କ ଚିଠି ।

Darshan Underway In Smooth Manner In Puri Srimandir
କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ଭକ୍ତ

କରୋନା କଟକଣା ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରୁଛନ୍ତି ଭକ୍ତମାନେ । ତୃତୀୟ ଦିନ ପାଇଁ ଶ୍ରୀଜିଉଙ୍କୁ ଦର୍ଶନ କରୁଛନ୍ତି ସର୍ବସାଧାରଣ । କୋଭିଡ ନିୟମ ମାନି ମନ୍ଦିରରେ ପ୍ରବେଶ କରୁଛନ୍ତି ।

Biden Says US On Pace To Pull Out Army From Afghanistan
ଅଗଷ୍ଟ ୩୧ ସୁଦ୍ଧା ସରିବ ସୈନ୍ୟ ପ୍ରତ୍ୟାହାର

ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାକୁ କହିଲା ଆମେରିକା ସରକାର । ଖୁବ ଶୀଘ୍ର ସମାପ୍ତ ହେବ ପ୍ରତ୍ୟାହାର ପ୍ରକ୍ରିୟା ସୂଚନା ଦେଲେ ବାଇଡେନ୍ ।

ATM Loot Bid Foiled In Bhubaneswar, 2 Arrested
ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ

ଭୁବନେଶ୍ୱରରେ ATM ଲୁଟ୍ ଉଦ୍ୟମ ପଣ୍ଡ; ୨ ଗିରଫ । ବଢ଼େଇବାଙ୍କ ଛକରେ ଏକ ATMକୁ ହ୍ୟାକ୍ କରି ଲୁଟ୍ ଉଦ୍ୟମ କରୁଥିବା ବେଳେ ଧରାପଡିଲେ ।

OPSC Aspirant Alleges Irregularities In Evaluation Process
OPSC ପରିକ୍ଷାକୁ ନେଇ ବିବାଦ

ଓଡିଶାରେ ଷ୍ଟାଫ ସିଲେକ୍ସନ ବୋର୍ଡ୍ ପରୀକ୍ଷା ପରେ ଏବେ ବିବାଦ ଘେରରେ OPSC ପରୀକ୍ଷା। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ହେବାକୁ ଥିବା ଓପିଏସସି ପରୀକ୍ଷାର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ତ୍ରୁଟିପୂର୍ଣ୍ଣ ମୁଲ୍ୟାୟନ ହେଉଥିବାର ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏକା ସମୟରେ UPSC ଏବଂ OPSC ପରୀକ୍ଷାକୁ ନେଇ ତେଜିଲା ବିବାଦ।

Covid May Be Entering Endemicity In India Bar WHO Chief Scientist
ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା

ଭାରତରେ ଏଣ୍ଡେମିକ୍‌ ସ୍ଥିତିରେ କରୋନା: ସୂଚନା ଦେଲେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ମୁଖ୍ୟ ବୈଜ୍ଞାନିକ

GanjamBar Villagers Demand Quick Construction Of Bridge
ସେତୁ ନିର୍ମାଣ ନେଇ ଦାବି ଜୋର ଧରିଛି

ଗଞ୍ଜାମ ଧରାକୋଟ ବ୍ଲକ ମୁଣ୍ତମରାଇ ଠାରେ ପ୍ରସ୍ତାବିତ ସେତୁ ଶୀଘ୍ର ନିର୍ମାଣ ପାଇଁ ଦାବି ଜୋର ଧରିଛି। ବିଭାଗୀୟ ଅଧିକାରୀଙ୍କୁ ଦାବିପତ୍ର ଦେଲେ ଗ୍ରାମବାସୀ। ଅତ୍ୟାବଶ୍ୟକ ସେବା ପଇପାରୁ ନାହାନ୍ତି ଗ୍ରାମବାସୀ।

Odisha Logs 67 More COVID-19 Fatalities
ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା

ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮

Drought Threat Raises Concerns For Farmers In Odisha After Huge Rainfall Deficit
ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ

ନିଅଣ୍ଟିଆ ବର୍ଷା ଯୋଗୁଁ ଚିନ୍ତାରେ ଚାଷୀ ଓ ମତ୍ସ୍ୟଜୀବୀ । ପାଣି ଅଭାବରୁ ଚାଷ ଜମି ଫାଟି ଆଁ କଲାଣି । ବର୍ଷା ଉପରେ ନିର୍ଭର କରୁଥିବା ଚାଷୀ ହନ୍ତସନ୍ତ । ବର୍ଷା ନଥିବାରୁ ସମୁଦ୍ରରେ ମାଛ ବି ମିଳୁନାହାନ୍ତି ।

48 Mining Lease Tenders Cancelled In Odisha's Malkangiri
ମାଲକାନଗିରିରେ ସମସ୍ତ ୪୮ ଟି ଲଘୁ ଖଣି ଲିଜ୍‌ ଟେଣ୍ଡର ବାତିଲ୍‌

ମାଲକାନଗିରିରେ ସମସ୍ତ ୪୮ଟି ଲଘୁ ଖଣି ଲିଜ୍ ବାତିଲ କରାଯାଇଛି । ମାଲକାନଗିରି ଜିଲ୍ଲାପାଳ ବିଶାଲ ସିଂ ସମସ୍ତ ଟେଣ୍ଡରକୁ ବାତିଲ କରିଛନ୍ତି ।

Bhadrak CDPO’s Advisor Under Vigilance Scanner
ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌

ସୁପରଭାଇଜରଙ୍କ ଘରେ ଭିଜିଲାନ୍ସ ରେଡ଼୍‌ ହୋଇଛି । ଭଦ୍ରକ ସିଡିପିଓଙ୍କ କାର୍ଯ୍ୟାଳୟରେ ଭିଜିଲାନ୍ସ ରେଡ଼୍‌ ।

Religious Institutions Reopen In Balasore
କରୋନା କଟକଣା ମଧ୍ୟରେ ନୀଳଗିରିରେ ଆଜିଠୁ ଖୋଲିଛି ବିଭିନ୍ନ ମନ୍ଦିର

ଆଜିଠୁ ଖୋଲିଛି ନୀଳଗିରିରେ ବିଭିନ୍ନ ମନ୍ଦିର । ଏନେଇ ଜିଲ୍ଲା ପ୍ରସାଶନ ପୂର୍ବରୁ ଅନୁମତି ଦେଇ ଥିଲା । ଗାଇଡ ଲାଇନ ଅନୁସାରେ ଦର୍ଶନ କରୁଛନ୍ତି ଭକ୍ତ । କରୋନାର ଦ୍ବିତୀୟ ଲହରଠାରୁ ବନ୍ଦ ଥିଲା ସମସ୍ତ ମନ୍ଦିର । ଭକ୍ତଙ୍କ ସୁରକ୍ଷା ପାଇଁ ପଞ୍ଚଲିଙ୍ଗେଶ୍ୱର ମନ୍ଦିରକୁ ସାନିଟାଇଜ କରାଯାଇଛି । 

Tarang TV To Air New Serial 'Srimandir' From Aug 30
ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍।

ଐତିହାସିକ ଧାରାବାହିକ ଶ୍ରୀମନ୍ଦିରର ଟାଇଟଲ ସଙ୍ଗ୍। ବିନା ବାଦ୍ୟଯନ୍ତ୍ରରେ ପ୍ରସ୍ତୁତ ହୋଇଛି ଧାରାବାହିକର ଶୀର୍ଷକ ଗୀତ। ଗୀତରେ କଣ୍ଠଦାନ କରିଛନ୍ତି ୧୫ ଜଣ କଣ୍ଠଶିଳ୍ପୀ।

Dhenkanal Forest Department Traces Presence Of 7 Leopards
ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ

ଢେଙ୍କାନାଳ ଜଙ୍ଗଲରେ ୭ କଲରାପତରିଆ ବାଘ। ଜଙ୍ଗଲ ଭିତରେ ଅଣ୍ଡିରା କଲରାପତରିଆ ବାଘ ବୁଲୁଥିବା ଦୃଶ୍ୟ ବନବିଭାଗର କ୍ୟାମେରାରେ କଏଦ ହୋଇଛି।

11 AM Headlines 24 August 2021
ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ଦିନ ୧୧ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ । ରାଜ୍ୟରେ ଆଉ ୬୭ ଜୀବନ ନେଲା କରୋନା। କଟକରୁ ସର୍ବାଧିକ ଅଛନ୍ତି ୨୦, ଜଗତସିଂହପୁରରୁ ୧୪, ଢେଙ୍କାନାଳରୁ ୮। ୪୮ଟି ଖଣି ଲିଜ୍ ଟେଣ୍ଡର ବାତିଲ। ଟେଣ୍ଡର ପେପର ଘରକୁ ନେଇ ବଦଳାଯାଇଥିବା ଅଭିଯୋଗ କରିଥିଲେ କଂଗ୍ରେସ ନେତା ପ୍ରଦୀପ ମାଝୀ।

10 AM Headlines 24 August 2021 | Odisha TV
ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ

ସକାଳ ୧୦ଟା ସୁଦ୍ଧା ରାଜ୍ୟ ଓ ଦେଶର ଟପ୍ ହେଡଲାଇନ୍ସ ।