• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

corona death
ରାଜ୍ୟରେ ୧୧୦୭ ନୂଆ ପଜିଟିଭ୍‌ ଚିହ୍ନଟ,୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

ରାଜ୍ୟରେ କରୋନା ସଂକ୍ରମଣ ମାତ୍ର କିଛିଦିନ କମିବା ପରେ ପୁଣିଥରେ ସଂକ୍ରମଣ ବୃଦ୍ଧି ପାଇଛି। ଅଗଷ୍ଟ ୧୦ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୦୭୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ। ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୬୨୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୫୨ ଥିଲା। ଅଗଷ୍ଟ ୧୧ର ରିପୋର୍ଟ ଅନୁସାରେ, ରାଜ୍ୟରେ ୧୧୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟିନ୍‌ରୁ ୬୪୬ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କେସ୍‌ ୪୬୧ ରହିଛି। ତେବେ ରାଜ୍ୟରେ ଆଉ ୬୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି।

Man Throws Acid
ଯୁବତୀଙ୍କୁ ଏସିଡ୍‌ ମାଡ଼

ରାଜଧାନୀ ଭୁବନେଶ୍ୱରରେ ଜଣେ ଯୁବତୀଙ୍କୁ ଏସିଡ୍‌ ମାଡ଼ କରାଯାଇଥିବା ସୂଚନା ମିଳିଛି। ଭୁବନେଶ୍ୱର ଧଉଳି ବାଲିଆପଡ଼ାରେ ଜଣେ ଯୁବତୀଙ୍କ ଉପରକୁୁ ଜଣେ ଯୁବକ ଏସିଡ୍‌ ମାଡ଼ କରିଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ସମ୍ପୃକ୍ତ ଯୁବତୀଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ କେଉଁ କାରଣ ପାଇଁ ଯୁବକ ଜଣକ ଏସିଡ୍ ମାଡ଼ କରିଛନ୍ତି, ତାହା ଜଣାପଡ଼ିନାହିଁ। ୨୦୨୦ ମସିହାରେ ଉଭୟେ କୋର୍ଟ ମ୍ୟାରେଜ କରିଥିଲେ ବୋଲି ପୋଲିସ ସୂଚନା ଦେଇଛି।

aralakhemundi ACF’s death case
ରହସ୍ୟ ଘେରରେ ACFଙ୍କ ମୃତ୍ୟୁ,ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର

କେମିତି ହେଲା ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ? ହତ୍ୟା ନା ଆତ୍ମହତ୍ୟା ? ଯଦି ହତ୍ୟା କରାଯାଇଛି ତା’ହେଲେ ଅଭିଯୁକ୍ତ କିଏ ? ଆଉ ଯଦି ସୌମ୍ୟ ଆତ୍ମହତ୍ୟା କରିଛନ୍ତି ତା’ହେଲେ ଏହା ପଛର କାରଣ କ’ଣ ? ସୌମ୍ୟଙ୍କ ମୃତ୍ୟୁକୁ ମାସେ ପୁରି ଥିବାବେଳେ ଏଭଳି ଅନେକ ପ୍ରଶ୍ନର ଉତ୍ତର ଏବେବି ଖୋଜି ପାରିନି ପୋଲିସ। ସୌମ୍ୟଙ୍କ ମୃତ୍ୟୁ ରହସ୍ୟର କାରଣ ପାଇ ପାରିନାହିଁ ତଦନ୍ତକାରୀ ଟିମ୍। ତଦନ୍ତ ଏବଂ ଘଣ୍ଟା ଘଣ୍ଟାର ମାରାଥନ ଜେରା ପରେ ବି ଘଟଣାରେ କାହାକୁ ଗିରଫ କରାଯାଇ ପାରିନାହିଁ। ଏପଟେ ନ୍ୟାୟ ଅପେକ୍ଷାରେ ଅଛନ୍ତି ସୌମ୍ୟଙ୍କ ପରିବାର।

Jagannath Temple Reopens
ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ

ଆଜିଠାରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ। ଆଜି ଏବଂ ଆସନ୍ତାକାଲି ୨ ଦିନ ଧରି ସେବକ ପରିବାରକୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଅନୁମତି ଦିଆଯାଇଛି।ସେମାନେ ଯେକୌଣସି ଦ୍ୱାର ଦେଇ ପରିଚୟପତ୍ର କିମ୍ବା ବୀମା କାର୍ଡ ଦେଖାଇ ଶ୍ରୀମନ୍ଦିର ଭିତରକୁ ଯାଇପାରିବେ। ପୁରୀ ବାସିନ୍ଦାଙ୍କ ପାଇଁ ଆସନ୍ତା ୧୬ରୁ ୨୦ ତାରିଖ ପର୍ଯ୍ୟନ୍ତ ଏବଂ ୨୩ରୁ ସର୍ବସାଧାରଣ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହାପରେ ଅଗଷ୍ଟ ୨୩ରୁ ସର୍ବସାଧାରଣ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ।

Massive Landslide
କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ,୪୦ ଜଣ ମାଟି ତଳେ ଫସିଥିବା ଆଶଙ୍କା

କିନ୍ନୌରରେ ବଡ଼ ଧରଣର ଭୂସ୍ଖଳନ । ବୁଧବାର ଅପରାହ୍ନରେ ହିମାଚଳ ପ୍ରଦେଶରେ କିନ୍ନୌର ଜିଲ୍ଲାର ଚୌରା ନିକଟସ୍ଥ ଜାତୀୟ ରାଜପଥ ସଂଲଗ୍ନ ଇଗଲ ଜଙ୍ଗଲରେ ପାହାଡ଼ ଧସିବାରୁ ଏକ ବଡ଼ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ପାହାଡ଼ରୁ ମାଟି ଅତଡ଼ା ତଥା ପଥର ଖଣ୍ଡ ଖସି HRTC ବସ୍ ପୂରା ପୋତି ହୋଇ ଯାଇଥିବା ସୂଚନା ମିଳିଛି । ଏବେ ମାଟି ତଳେ ୪୦ରୁ ଅଧିକ ଲୋକ ଫସିଯିବାର ଆଶଙ୍କା କରାଯାଉଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

IAS toppers Granted Divorce
ବିଚ୍ଛେଦ ହେଲେ ଚର୍ଚ୍ଚିତ ଆଇଏଏସ୍ ଯୋଡି

ଛାଡପତ୍ର ହୋଇଛି ଭାରତୀୟ ପ୍ରଶାସନିକ ସେବା (ଆଇଏଏସ୍) ଅଧିକାରୀ ଟିନା ଦାବି ଓ ଅଥର ଆମୀର ଖାନ୍‌ଙ୍କ। ୨୦୧୮ରେ ଏମାନଙ୍କ ହୋଇଥିଲା ଚର୍ଚ୍ଚିତ ବିବାହ। ବିବାହ ଭୋଜିରେ ବରିଷ୍ଠ ରାଜନେତାମାନେ ଯୋଗ ଦେଇଥିଲେ। ଜୟପୁରର ଏକ ପରିବାର କୋର୍ଟ ସେମାନଙ୍କ ଛାଡପତ୍ର ଅନୁରୋଧକୁ ମଞ୍ଜୁର କରିଛନ୍ତି।

Fraud Calls
104 ଏମରଜେନ୍ସି ନମ୍ବରକୁ ଆସୁଛି ଫେକ୍ କଲ,ଥାନାରେ ଦାୟର ହେଲା ମାମଲା

କୋଭିଡ ହେଲପ୍‌ ଲାଇନ ନମ୍ବର 104 କୁ ଆସୁଛି ଫେକ୍ କଲ। ଗୋଟେ ଗୋଟେ ନମ୍ବରରୁ ପ୍ରାୟ ୫୦୦ ଥର କଲ ଆସିଥିବା ଜଣାପଡିଛି। ଏପରିକି କଲ ସେଣ୍ଟର ମହିଳା କର୍ମଚାରୀ ଏବଂ ମହିଳା ଡାକ୍ତରଙ୍କ ସହ କଥା ହେବା ବାହାନାରେ କଲ କରି ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିବା ପରି ସଙ୍ଗୀନ ଅଭିଯୋଗ ହୋଇଛି । ଏନେଇ 104 ହେଲପ ଲାଇନ ପରିଚାଳନା ଦାୟିତ୍ୱରେ ଥିବା କମ୍ପାନୀ ଜିକିତ୍ଜା ହେଲଥ କେୟାର ପକ୍ଷରୁ ଭୁବନେଶ୍ୱର ସହିଦ ନଗର ଥାନାରେ ଏତଲା ଦିଆଯାଇଛି। ଏତଲାରେ ୫୦ରୁ ଅଧିକ ଏଭଳି କଲ ଆସିଥିବା ୩୦ଟି ନମ୍ବର ଉଲ୍ଲେଖ ମଧ୍ୟ ଅଛି।

Pumpkin
ଇମ୍ୟୁନିଟି ବଢାଇବାରେ ସାହାଯ୍ୟ କରେ କଖାରୁ ମଞ୍ଜି

କେବେ କରୋନା ତ କେବେ ଡେଙ୍ଗୁ ଚିନ୍ତା ଘାରୁଛି ଲୋକଙ୍କୁ । ଏଥିପାଇଁ ଲୋକଙ୍କୁ ସୁଷମ ଖାଦ୍ୟ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । କଖାରୁ ଭିଟାମିନରେ ଭରପୁର ଏକ ସବୁଜ ପରିବା। ଏଥିରେ ଜାଂଥିନ ଓ ଜେକସେନ୍ଥିନ ସମେତ ଭିଟାମିନ୍‌ ଏ ପ୍ରଚୁର ପରିମାଣରେ ରହିଛି । ଯାହା କରୋନାରେ ଇମ୍ୟୁନିଟି ବୃଦ୍ଧିରେ ବେଶ ସହାୟକ ହୋଇପାରେ।

Vigilance  Raid
କଳା ଧନର ଗୁମର ଖୋଜୁଛି ଭିଜିଲନ୍ସ ଟିମ୍ ,ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ଘରେ ରେଡ୍

ଭିଜିଲାନ୍ପସ ଜାଲରେ ପଞ୍ଚାୟତ ନିର୍ବାହୀ ଅଧିକାରୀ । ଭୂବନ ବ୍ଲକ୍ ଦିଘି ଓ ମଠକରଗୋଳ ପଞ୍ଚାୟତ ପିଇଓଙ୍କ ଘରେ ଚଢାଉ । ପିଇଓ ସନ୍ତୋଷ ସାହୁଙ୍କ ଘର ସମେତ ୫ଟି ସ୍ଥାନରେ ରେଡ୍ । ଗୋଟିଏ ତିନି ମହାଲା କୋଠା ଓ ୨ଟି ଏକ ମହଲା କୋଠା ଠାବ ହୋଇଥିବା ସୂଚନା ମିଳିଛି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରେଡ୍ କରଯାଇଛି ।

Paradeep
ସମୁଦ୍ରରେ ଲୀନ ହୋଇଯିବ ପାରାଦୀପ ସହର !

ପାରାଦୀପକୁ ରହିଛି ସମୁଦ୍ର ବିପଦ । ତାପମାତ୍ରା ବୃଦ୍ଧିରୁ ବରଫ ତରଳି ସମୁଦ୍ର ଆଁ କୁ ଯିବ ୧୨ ତଟବର୍ତ୍ତି ସହର। ଏହି ଆକାଳନ କରିଛି  ନାସା ।ନାସାର ଆକଳନ ଅନୁସାରେ ଏକବିଂଶ ଶତାଦ୍ଧୀ ଶେଷ ଆଡ଼କୁ ସମୁଦ୍ରରେ ଲୀନ ହୋଇପାରେ ପାରାଦୀପ । ଦେଶର ୧୨ଟି ଉପକୂଳ ସହର ଉପରେ ୨ରୁ ୩ ଫୁଟ୍ ଉପରେ ପାଣି ଚାଲୁଥିବ ନେଇ ଆକାଳନ କରିଛି ଆମେରିକୀୟ ମହାକାଶ ଗବେଷଣା କେନ୍ଦ୍ର ନାସା । 

Youth Murdered By Friends
ହନୁମାନ ପଇସା ପାଇଁ ଯୁବକଙ୍କୁ ହତ୍ୟା

ହନୁମାନ ପଇସା ପାଇଁ ଯୁବକଙ୍କୁ ଘରୁ ଡାକି ନେଇ ହତ୍ୟା। ୩ ମାସ ପୂର୍ବେ ଦେବଗଡ ଥାନା ଅନ୍ତର୍ଗତ ରାଇତାଲ ଅଞ୍ଚଳରେ ଘଟିଥିବା ଏହି ବର୍ବର ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଛି ପୋଲିସ। ଗତ ମେ’ ମାସ ୫ ତାରିଖ ଦିନ ରାଇତାଲ ଗାଁର କୃଷ୍ଣ କିସାନଙ୍କ ମୃତଦେହ ଗାଁରେ ଥିବା ଏକ ବିଦ୍ୟୁତ ଟ୍ରାନ୍ସଫର୍ମର ତଳୁ ମିଳିବା ପରେ ପୋଲିସ୍ ଘଟଣାର ତନାଘନା କରି ହତ୍ୟାକାଣ୍ଡର ପର୍ଦାଫାସ କରିଛି। ହତ୍ୟାକାଣ୍ଡରେ ସମ୍ପୃକ୍ତ ରାଇତାଲ ଗାଁର ୪ ଅଭିଯୁକ୍ତଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଛି। ୪ ଅଭିଯୁକ୍ତ ହେଲେ- ଚାନ୍ଦଲୁ କିସାନ, ସୁରେନ୍ଦ୍ର ମାଝୀ, ଦୈତାରି କିସାନ ଏବଂ ପ୍ରଦୀପ ମାଝୀଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରିଛି

Elephant Menace In Mayurbhanj
ହାତୀ ଉପଦ୍ରବ,ତ୍ରାହି ତ୍ରାହି ଡାକିଲେଣି ଲୋକେ

ଚାଷ ଅମଳ ସମୟରେ ସୀମାନ୍ତ ଅଞ୍ଚଳରେ ଚାଷୀଙ୍କ ସମସ୍ୟା ବଢ଼ାଉଛନ୍ତି ହାତୀ ପଲ । କେଉଁଠି କ୍ଷେତରେ ପଶି ଫସଲ ନଷ୍ଟ କରୁଛନ୍ତି ତ ପୁଣି କେଉଁଠି ଜନବସତି ମୁହାଁ ହୋଇ ଘର ଦ୍ୱାର ଭାଙ୍ଗି ରୁଜି ଚୁରମାର କରୁଛନ୍ତି । ଗତ ମାସକ ମଧ୍ୟରେ କରଞ୍ଜିଆ ଅଞ୍ଚଳରେ ହାତୀ ଉପଦ୍ରବରେ ଲୋକେ ତ୍ରାହି ତ୍ରାହି ଡାକିଲେଣି । ସୁନ୍ଦରଗଡ଼ ଅଞ୍ଚଳରେ ମଧ୍ୟ ସମାନ ସ୍ଥିତି ଦେଖାଦେଇଛି । ତୁରନ୍ତ କ୍ଷତିପୂରଣ ଯୋଗାଇବା ସହ ହାତୀ ଘଉଡାଇବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ଦାବି ହୋଇଛି ।

guidelines for worship
ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍,କଟକଣା ମଧ୍ୟରେ ହେବ ପୂଜା

ପୂଜା ପାଇଁ ନୂଆ ଗାଇଡ଼୍‌ଲାଇନ୍ ଆଣିଲେ ସରକାର। ପାର୍ବଣ ଋତୁ ପାଇଁ ରାଜ୍ୟ ସରକାର ଗାଇଡଲାଇନ ଆଣିଛନ୍ତି। ଗଣେଶ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ ପୂଜା ଗାଇଡଲାଇନ କରାଯାଇଛି। କଟକଣା ସହ ପୂଜା ଆୟୋଜନ ପାଇଁ କମିଟିକୁ ଅନୁମତି ମିଳିବ ବୋଲି ସୂଚନା ମିଳିଛି। ମଣ୍ଡପ, ପେଣ୍ଡାଲରେ ପୂଜା ପାଇଁ ଅନୁମତି ଜରୁରୀ ଥିବା କହିଛନ୍ତି ସରକାର। ପ୍ରତ୍ୟେକ ଜିଲ୍ଲାରେ ଜିଲ୍ଲାପାଳ, ଟୁଇନ ସିଟିରେ ପୂଜା ପାଇଁ ସିପିଙ୍କ ଅନୁମତି ଲୋଡ଼ା ବୋଲି ସ୍ପଷ୍ଟ କରିଛନ୍ତି ସରକାର। ଏହାସହ କେବଳ ପରମ୍ପରା ରକ୍ଷା ପାଇଁ ପୂର୍ବବର୍ଷ ପରି ଏଥର ବି ନିରାଡ଼ମ୍ବର ଭାବେ ପୂଜା କରାଯିବ।

40 Families Marooned
ଜଳବନ୍ଦୀ ଜୀବନ,୩ ମାସ ହେବ ପାଣି ଘେରରେ ୪୦ଟି ପରିବାର

ପାଣିଘେରରେ ଅଛନ୍ତି ୪୦ଟି ପରିବାର । ଘରୁ ଗୋଡ଼ କାଢ଼ିଲେ ଆଣ୍ଠୁଏ ଆଣ୍ଠୁଏ ପାଣି। ଦୀର୍ଘ ୩ ମାସରୁ ଅଧିକ ସମୟ ହେବ ପାଣିଘେରରେ ଅଛନ୍ତି ଗ୍ରାମବାସୀ । ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଖପରପଦା ଗାଁର ୪୦ ପରିବାର ରାତି ପାହିଲେ ଏପରି ସମସ୍ୟାର ସମ୍ମୁଖୀନ ହେଉଥିବା ବେଳେ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳ ବୁଲି ନିଜ ଦାୟିତ୍ୱ ସାରିଛନ୍ତି।

Caterers Protest
ଅଭିବନ ପ୍ରତିବାଦ,ରାସ୍ତାରେ ହାଣ୍ଡି ଓ ଡିସ୍ ଧରି ପ୍ରତିବାଦ

ରାଜ ରାସ୍ତାରେ ହାଣ୍ଡି, ଡିସ୍ ରଖି ଧାରଣାରେ ବସିଛନ୍ତି ଟେଣ୍ଟ୍ ହାଉସ୍ କର୍ମକର୍ତ୍ତାମାନେ । ୨୫ ଯାଗାରେ ୩୦୦ ଲୋକଙ୍କୁ ବାହାଘରରେ ଆସିବାକୁ ଅନୁମତି ଦିଅନ୍ତୁ ବୋଲି ସରକାରଙ୍କୁ ଦାବି କରିଛନ୍ତି । ରାଜଧାନୀର ଲୋୟର ପିଏମଜିରେ ସଂଗଠନ ପକ୍ଷରୁ ବି‍କ୍ଷୋଭ ପ୍ରଦର୍ଶନ କରାଯାଇଛି ।

10th Class Cyber Security Expert
ଦଶମଶ୍ରେଣୀ ଛାତ୍ର ଏବେ ସାଇବର ଏକ୍ସପର୍ଟ

ଦଶମ ଶ୍ରେଣୀର ଛାତ୍ର ଏବେ ସାଇବର ଏକ୍ସପର୍ଟ । ଚର୍ଚ୍ଚାରେ ଫୁଲବାଣୀର ସୌମ୍ୟରଞ୍ଜନ ସାହୁ । ଫୁଲବାଣୀର ଜଗନ୍ନାଥ ସାହିରେ ରହୁଛନ୍ତି ସୌମ୍ୟ । ତେବେ କମ୍ପ୍ୟୁଟର ଓ ଓ୍ୱେବ ଦୁନିଆରେ ହ୍ୟାକରଙ୍କୁ ଧରିବା ଏବଂ ଚୋରି ରୋକିବା ଦିଗରେ ବେଶ୍ ସଫଳତାର ସହ କାମ କରି ଚର୍ଚ୍ଚାରେ ରହିଛନ୍ତି ସୌମ୍ୟ

PM Modi To Chair UNSC
UNSCରେ ଅଧକ୍ଷତା କରିବେ ମୋଦି,ସାମୁଦ୍ରିକ ସୁରକ୍ଷା ଉପରେ ହେବ ଆଲୋଚନା

ଜାତିସଂଘ ସୁରକ୍ଷା ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ ମୋଦି। ସାମୁଦ୍ରିକ ନିରାପତ୍ତା ଏବଂ ଅନ୍ତରାଷ୍ଟ୍ରୀୟ ସହଯୋଗ ଉପରେ ଆଜି ହେବାକୁ ଥିବା ଜାତିସଂଘ ସୁରକ୍ଷା ପରିଷଦର ଏହି ଉଚ୍ଚସ୍ତରୀୟ ବିତର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷତା କରିବେ। ପିଏମଓ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବିତର୍କରେ ଜାତିସଂଘ ସୁରକ୍ଷା ପରିଷଦ ସଦସ୍ୟ ରାଷ୍ଟ୍ରମୁଖ୍ୟଙ୍କ ସମେତ ଅନେକ ଉଚ୍ଚସ୍ତରୀୟ ଅଧିକାରୀ ଓ ସରକାରଙ୍କ ପ୍ରତିନିଧି ଯୋଗ ଦେବେ।

Technical Institutions  Reopen
ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ

ସ୍କୁଲ୍ ଓ କଲେଜ ପରେ ଆଜିଠୁ ଖୋଲିଲା ରାଜ୍ୟର ସବୁ ବୈଷୟିକ ଶିକ୍ଷାନୁଷ୍ଠାନ। ଏଥିପାଇଁ କ୍ୟାମ୍ପସ୍‌କୁ ସାନିଟାଇଜ୍‌ କରାଯିବା ସହ ଛାତ୍ରଛାତ୍ରୀ ଯେଭଳି କରୋନାରେ ସଂକ୍ରମିତ ନହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ଦିଆଯାଇଛି। ଏଥିପାଇଁ ସମସ୍ତ ପ୍ରକାର ପଦକ୍ଷେପ ନିଆଯାଇଛି। ବୈଷୟିକ ଶିକ୍ଷାନୁଷ୍ଠାନ ଖୋଲୁଥିଲେ ବି ଅଗ୍ରାଧିକାର ଭିତ୍ତିରେ କେବଳ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ହିଁ କ୍ଲାସ୍ ରୁମ୍ ପାଠପଢ଼ା ଲାଗି ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଅନୁମତି ଦେଇଛି। ଏଥିପାଇଁ ଏସ୍ଓପି ମଧ୍ୟ ଜାରି ହୋଇଛି

Fake Notes
ଜାଲ୍ ନୋଟ କାରବାରର ପର୍ଦ୍ଦାଫାଶ,୧୩ ଲକ୍ଷ ୮୫ ହଜାର ଟଙ୍କା ଜବତ

ସମ୍ବଲପୁରରେ ଜାଲ୍ ନୋଟ କାରବାର ପର୍ଦ୍ଦାଫାଶ ହୋଇଛି। ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି ପୋଲିସ। ଏଥିରେ ରହିଛି ୬୦୦ଟି ଦୁଇ ହଜାର ଟଙ୍କିଆ ନୋଟ, ୩୬୨ଟି ୫ ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ। ଏହି ଘଟଣାରେ ୬ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ଟଙ୍କା ଛାପିବା ମେସିନ, କାଗଜ ଓ ଅନ୍ୟ ସାମଗ୍ରୀ ଜବତ କରାଯାଇଛି।

Unit-4 Fish Market Sealed By BMC
ସିଲ ହେଲା ୪ ନଂ ମାଛ ମାର୍କେଟ,ଅନିର୍ଦ୍ଦିଷ୍ଟ କାଳପାଇଁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱରର ୪ ନମ୍ବର ମାଛ ମାର୍କେଟକୁ ସିଲ୍ କରାଗଲା। ଅନିର୍ଦ୍ଦିଷ୍ଟ କାଳ ଯାଏ ସିଲ୍ ଏହି ମାର୍କେଟକୁ ସିଲ କରାଯାଇଛି। ଭୁବନେଶ୍ୱର ମହାନଗର ନିଗମରେ ରବିବାର ସଟ୍ ଡାଉନ ଥିବାବେଳେ ଏହି ମାର୍କେଟ ଖୋଲା ଥିଲା। ଏହାକୁ ଦେଖିବା ପରେ କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି ବିଏମ୍‌ସି।

Nuapada CDVO In Vigilance Net; Rs 2.77
ଭିଜିଲାନ୍ସ ଜାଲରେ ନୂଆପଡ଼ା ମୁଖ୍ୟ ପ୍ରାଣୀ ଚିକିତ୍ସାଧିକାରୀ

ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି ନୂଆପଡ଼ା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଧିକାରୀ ତ୍ରିଲୋଚନ ଧଳ। ତାଙ୍କ ଗାଡ଼ିରୁ ଜବତ ହୋଇଛି ୨ ଲକ୍ଷ ୭୭ ହଜାର ଟଙ୍କା। ତ୍ରିଲୋଚନ ଧଳ ନୂଆପଡ଼ାରୁ ସରକାରୀ ଗାଡ଼ିରେ ନିଜ ଗାଁ କଟକର ନରାଜ ଯାଉଥିବା ବେଳେ ନୂଆପଡ଼ା ତାରିଣୀ ମନ୍ଦିର ପାଖରେ ଭିଜିଲାନ୍ସ ଧରିଥିଲା ।

New delhi airport
ଟାର୍ଗେଟରେ ଦିଲ୍ଲୀ ବିମାନ ବନ୍ଦର,ବୋମା ପକେଇ ଉଡେଇଦେବାକୁ ଧମକ

ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରକୁ ବୋମା ପକେଇ ଉଡେଇଦେବାକୁ ଅଲ୍‌କାଏଦା ଧମକ ଦେଇଛି। ଏହି ପରିପ୍ରେକ୍ଷୀରେ ଦିଲ୍ଲୀ ପୋଲିସ ଶନିବାର ସନ୍ଧ୍ୟାରେ ଅଲ୍‌କାଏଦା ନାମରେ ଏକ ଇମେଲ ପାଇଥିଲା, ଯେଉଁଥିରେ ଆସନ୍ତା କିଛି ଦିନ ମଧ୍ୟରେ ଆଇଜି ବିମାନ ବନ୍ଦରକୁ ଉଡ଼ାଇ ଦିଆଯିବ ବୋଲି ଧମକ ଦିଆଯାଇଛି। ଧମକ ମିଳିବା ମାତ୍ରେ ବିମାନବନ୍ଦରର ସୁରକ୍ଷାକୁ ଆହୁରି କଡାକଡି କରାଯାଇଛି

River Embankment In Dilapidated Condition
ଅସୁରକ୍ଷିତ ନଦୀବନ୍ଧକୁ ନେଇ ବଢୁଛି ଚିନ୍ତା

ନଦୀ ବନ୍ଧ ଫାଟି ଆଁ କରିଛି । ନଦୀ ଫୁଲିଲେ ଭୟରେ ଜୀବନ ଅତିବାହିତ କରୁଛନ୍ତି ଲୋକେ । ବନ୍ୟା ରୋକିବାକୁ ତଥା ବନ୍ଧ ମଜଭୁତ କରିବାକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ବିଭାଗୀୟ ଅଧିକାରୀଙ୍କ ଅବହେଳା ଯୋଗୁଁ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ହେଉଛି । ବାଙ୍କି ଓ ଯାଜପୁରରେ ଅସୁରକ୍ଷିତ ନଦୀବନ୍ଧକୁ ନେଇ ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Tokyo 2020 Olympics Concludes Today
ଆଜି ଟୋକିଓ ଅଲିମ୍ପିକ୍ସର ଉଦଯାପନୀ ଉତ୍ସବ

ଆଜି ଶେଷ ହେଉଛି ଟୋକିଓ ଅଲିମ୍ପିକ୍ସ । କ୍ରୀଡ଼ା ମହାକୁମ୍ଭର ଶେଷ ଦିନରେ ମଧ୍ୟ ଅନେକ ରୋମାଂଚକର ପ୍ରତିଯୋଗିତା ଦେଖିବାକୁ ମିଳିବ । ମହିଳା ବାସ୍କେଟବଲ୍ ଏବଂ ଇନଡୋର ଭଲିବଲ୍ ବର୍ଗରେ ଶେଷ ହେବ ଟୋକିଓ ଅଲିମ୍ପିକ୍ସ । ଏହାସହ ଓ୍ୱାଟର ପୋଲୋ, ରିଦ୍ମାଟିକ ଜିମନାଷ୍ଟିକ୍ସ, ସାଇକେଲ ଚାଳନା, ପୁରଷ ବର୍ଗର ମାରାଥନ ଦୌଡ଼ ହେବ । ଅଲିମ୍ପିକ୍ସ ଇତିହାସରେ ସବୁଠାରୁ ସ୍ମରଣୀୟ ହୋଇ ରହିବ ଟୋକିଓ ଅଲିମ୍ପିକ୍ସ ।

Group Clash At Munda Sahi
ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣା,୨୧ ଜଣ ଗିରଫ

ଭୁବନେଶ୍ୱର ମଞ୍ଚେଶ୍ୱର ମୁଣ୍ଡାସାହିରେ ଦୁର୍ବୃତ୍ତଙ୍କ ଆତଙ୍କରାଜ୍ ଘଟଣାରେ ୨୧ ଜଣଙ୍କୁ ଗିରଫ କରିଛି ପୋଲିସ। ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ଚିହ୍ନଟ କରି ଗିରଫ କରାଯାଇଛି । ଘଟଣା ପରେ ବସ୍ତିରେ ଚାପା ଉତ୍ତେଜନା ଲାଗି ରହିଛି । ସାମାନ୍ୟ ବଚସାକୁ ନେଇ ଶୁକ୍ରବାର ଏହି ଘଟଣା ଘଟିଥିଲା। ପ୍ରାୟ ୫୦ରୁ ଅଧିକ ଦୁର୍ବୃତ୍ତ ସାହିରେ ଅଧଘଣ୍ଟା ଧରି ଚଳାଇଥିଲେ ଆତଙ୍କରାଜ୍ ।