• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Exclusive Updates

BDO Caught By Vigilance
ଭିଜିଲାନ୍ସ ଜାଲରେ ବିଜେପୁର ବିଡିଓ

ଭଡ଼ା ଗାଡ଼ିରେ ଲକ୍ଷାଧିକ ଟଙ୍କା ନେଇ ଯାଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ବରଗଡ଼ ଜିଲ୍ଲା ବିଜେପୁର ବିଡିଓ ପଦ୍ନନାଭ ସାମନ୍ତ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ଟଙ୍କାର ହିସାବ ଦେଇ ନ ପାରିବାରୁ ଭିଜିଲାନ୍ସ ଟିମ୍‌ ତାଙ୍କୁ ଅଟକ ରଖିଥିବା ସୂଚନା ମିଳିଛି

 Armaan Kohli
ଅଭିନେତା ଅର୍ମାନ କୋହଲି ଡ୍ରଗ୍ସ ମାମଲାରେ ଗିରଫ

ଲୋକପ୍ରିୟ ଟିଭି କଳାକାର ଗୌରବ ଦୀକ୍ଷିତଙ୍କୁ ଡ୍ରଗ୍ସ ମାମଲାରେ ଗିରଫ କରାଯିବାର ଦିନକ ପରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଡ୍ରଗ୍ସ ମାମଲାରେ ବଲିଉଡ୍‌ ଅଭିନେତା ଅର୍‌ମାନ୍‌ କୋହଲିଙ୍କୁ ଗିରଫ କରିଛି। ଅର୍‌ମାନ୍‌ଙ୍କ ଘରୁ ବ୍ୟାନ୍‌ ହୋଇଥିବା ଡ୍ରଗ୍ସ ମିଳିବା ପରେ ଗତକାଲି ରାତିରେ NCB ତାଙ୍କୁ ପଚରାଉଚରା କରିଥିଲା। ଏହାପରେ ଆଜି ସକାଳେ ତାଙ୍କୁ ଗିରଫ କରାଯାଇଥିଲା।

housing scheme
ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ,ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର

ଆବାସ ଯୋଜନାର ଲାଭ ଉଠାଇ ପାରୁ ନାହାନ୍ତି ପ୍ରକୃତ ହିତାଧିକାରୀ। ଦୁଃଖ କଷ୍ଟରେ ବର୍ଷା, ଶୀତରେ ସରକାରୀ ଯୋଜନାରେ ଘର କରିବାକୁ ଦିନ ଗଣୁଛନ୍ତି ଗରିବ ଅସହାୟ ପରିବାର। ହେଲେ ସେମାନଙ୍କ ସ୍ଥାନରେ ବଡ଼ବଡ଼ିଆ ଯୋଜନାରେ ସାମିଲ ହେଉଥିବା ବେଳେ ଗରିବଙ୍କୁ ଅବହେଳା କରାଯାଉଥିବା ଅଭିଯୋଗ ହୋଇଛି। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଏବଂ କଟକ ଜିଲ୍ଲା ଟାଙ୍ଗି-ଚୌଦ୍ୱାର ବ୍ଲକ୍‌ରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି।

Tokyo Paralympics 2021
ପାରାଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଆଣିଲେ ଭାବିନା

ଭାରତ ପାଇଁ ଗର୍ବ ଆଣିଲେ ଭାବିନା। ପାରାଲିମ୍ପିକ୍ସରେ ରୌପ୍ୟ ପଦକ ଆଣିଛନ୍ତି ଭାବିନା ପଟେଲ। ଟେବୁଲ ଟେନିସ୍‌ରେ ଭାବିନାଙ୍କୁ ମିଳିଛି ସିଲଭର। ପାରାଲିମ୍ପିକ୍ସ ଟେବୁଲ ଟେନିସ୍‌ରେ ପଦକ ଜିତିବାରେ ଭାବିନା ପ୍ରଥମ ଭାରତୀୟ। ଆଜି ଫାଇନାଲରେ ଭାରତୀୟ ଖେଳାଳି ଭାବିନା ପଟେଲ ଚୀନ୍ ପ୍ରତିଦ୍ୱନ୍ଦ୍ୱୀ ୟିଙ୍ଗ ଝୋଙ୍କୁ ଭେଟିଥିଲେ। ତେବେ ଚୀନର ଖେଳାଳୀ ଭାବିନାଙ୍କୁ ୩-୦ ସେଟ୍‌ରେ ପରାଜୟ କରିଛନ୍ତି। କିନ୍ତୁ ଉନ୍ନତମାନର ପ୍ରଦର୍ଶନ ସମସ୍ତଙ୍କୁ ପ୍ରଭାବିତ କରିଛି

 Neeraj Chopra
ନିରଜଙ୍କ ନାଁରେ ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟ

ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ନାମରେ ନାମିତ ହେଲା ଆର୍ମି ସ୍ପୋର୍ଟ ଇନଷ୍ଟିଚ୍ୟୁଟ ।

Pratidin Live
ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

Corona Virus
କରୋନାରେ ୨ ଶିଶୁ କନ୍ୟା ମୃତ

କରୋନାରେ ଆକ୍ରାନ୍ତ ହୋଇ ରାଜ୍ୟରେ ୨ ଜଣ ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଛି। ମୟୂରଭଞ୍ଜ ଜିଲ୍ଲାର ଜଣେ ୫ ମାସର ଶିଶୁକନ୍ୟାଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ମୃତ ଶିଶୁକନ୍ୟା କଟକ ଜିଲ୍ଲାର ବୋଲି ଜଣାପଡ଼ିଛି।

Roll Out Of ECMO Machines At Cuttack SCB Hospital Today
ଆଜିଠୁ ଏସସିବିରେ ଇକମୋ ଚିକିତ୍ସା ସେବା

ଏସସିବିରେ ଆଜିଠୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇକମୋ ଚିକିତ୍ସା ସେବା I ୯ଟି ମେସିନର ଉଦଘାଟନ I କଟକ SCB ପୂର୍ବ ଭାରତର ଇକ୍‌ମୋ ହବ୍। ରାଜ୍ୟ ସରକାର ମାଗଣାରେ ଇକ୍‌ମୋ ସେବା ଯୋଗାଇବେ ଓ ଏଥିପାଇଁ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ। ନିଜେ ସୁରକ୍ଷିତ ରହନ୍ତୁ ଓ ପିଲାମାନଙ୍କୁ ସୁରକ୍ଷିତ ରଖନ୍ତୁ: ମୁଖ୍ୟମନ୍ତ୍ରୀ

Heavy Rain In Odisha Till Aug 29; IMD Alert For Thunderstorm, Lightning In Next 24 Hrs
୧୧ ଜିଲ୍ଲାରେ ବଜ୍ରପାତ ସହ ବର୍ଷା ସମ୍ଭାବନା

ଆସନ୍ତା ୩୦ ତାରିଖ ସୁଦ୍ଧା ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ଏହାର ପ୍ରଭାବରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହୋଇଛି।

Silver Cladding Of Lingaraj Temple Doors Soon
ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର

ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରର ହେବ ନବକଳେବର; ଲିଙ୍ଗରାଜ ମନ୍ଦିରକୁ ASI ଟିମ୍, ବିଏମ୍‌ସି କମିଶନରଙ୍କ ଦ୍ୱାରା ଯାଂଚ କରାଯାଇଛି ।

People Waiting In Long Queues To Get Covid 19 Jab In Balasore
ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି ।

ଟିକା ପାଇଁ ଇଟା ଲାଇନ୍ : ଟିକା କେନ୍ଦ୍ରରେ ନିଜ ଉପସ୍ଥିତି ଜାହିର କରିବାକୁ କିଏ ଇଟା ରଖିଛି ତ କିଏ ଆଧାର କାର୍ଡ ରଖିଛି । ଖାଇବା, ପିଇବା ସାମଗ୍ରୀ, ପାଣି ବୋତଲ ସହ ଚଟାଣରେ ଶୋଇଛନ୍ତି ଲୋକେ ।

Odisha\'s Balasore Turns \'Brown Sugar Hub\' Contraband Worth Rs 15 Lakh Seized, 2 Arrested
NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍ ସୁଗାର ଜବତ

ଧଳା ଜହରର ଖଣି ଜଳେଶ୍ୱର। ଜଳେଶ୍ୱର ଅବକାରୀ ବିଭାଗ ଚଢଉ କରି NH-୧୬ର ଚଳନ୍ତି ଛକରୁ ୧୫୦ ଗ୍ରାମର ବ୍ରାଉନ୍ ସୁଗାର ଜବତ କରିଛି । ଜବତ ବ୍ରାଉନ୍ ସୁଗାରର ଆନୁମାନିକ ମୂଲ୍ୟ ୧୫ ଲକ୍ଷ ଟଙ୍କା ।

Mayurbhanj | Liquor Mafias Use Fermented Fruit In Country Made Liquor To Attract Youths
ଦେଶୀ ମଦରେ ବିଦେଶୀ ତଡ଼କା, ମହୁଲ ପୋଚରେ ମିଶୁଛି ଦାମୀ ଫଳ

ଦେଶୀ ମଦରେ ବିଦେଶୀ ତଡ଼କା। ମଦ ପ୍ରସ୍ତୁୁତ ପାଇଁ ମହୁଲ ପୋଚରେ ମିଶୁଛି ଦାମୀ ଫଳ। ମହୁଲର ପୋଚରେ ସେଓ, ଅଙ୍ଗୁର, ଡାଳିମ୍ବ, ବେଦନା, ପିଜୁଳି ଭଳି ଫଳ ମିଶାଇ ମାଫିଆମାନେ ପ୍ରସ୍ତୁତ କରୁଛନ୍ତି ମଦ।

Pratap Jena
ମନ୍ତ୍ରୀ ପ୍ରତାପ ଜେନାଙ୍କ ଉପରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼। ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ। ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ। ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

Pratidin Live
ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

ପ୍ରତିଦିନ : ଏହି ଭିଡ଼ିଓରେ ଦେଖନ୍ତୁ ଦିନ ତମାମ୍‌ର ଅନେକ ଗୁରୁତ୍ୱପୂର୍ଣ୍ଣ ଖବର

kabul
ପାଣି ବୋତଲକୁ ୩ ହଜାର, ଭାତ ପ୍ଲେଟକୁ ୭ ହଜାର

ଅଗଷ୍ଟ ୩୧ ଡେଡଲାଇନ୍ ଯେତିକି ପାଖଉଛି, କାବୁଲ ବିମାନବନ୍ଦର ବାହାରେ ସେତିକି ବଢୁଛି ଭୟ ଓ ଆତଙ୍କ। ୩୧ ସୁଦ୍ଧା ଆମେରିକା ତାର ସମସ୍ତ ନାଗରିକଙ୍କୁ ଆଫଗାନିସ୍ତାନରୁ ହଟାଇ ନେବାକୁ ତାଲିବାନର ଡେଡଲାଇନ୍ ପରେ ଏବେ ଏୟାରପୋର୍ଟ ବାହାରେ ହାହାକାର ସ୍ଥିତି ଦେଖାଯାଇଛି

Kabul
କାବୁଲ ବିମାନ ବନ୍ଦର ବାହାରେ ବିସ୍ଫୋରଣ

କାବୁଲ ଏୟାରପୋର୍ଟ ବାହାରେ ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ କେତେ ଜଣଙ୍କ ପ୍ରାଣ ହରାଇଛନ୍ତି ସେନେଇ ବର୍ତ୍ତମାନ ସୁଦ୍ଧା କିଛି ସୂଚନା ମିଳିନାହିଁ। ଏୟାରପୋର୍ଟର ଆବେ ଗେଟ୍‌ ପାଖରେ ବିସ୍ଫୋରଣ ହୋଇଥିବା ନେଇ ସୂଚନା ମିଳିଛି

Puri
ଶ୍ରୀକ୍ଷେତ୍ରରେ ୪ ଶହ ସେବାୟତଙ୍କୁ ମିଳିବ ଘର

ଶ୍ରୀକ୍ଷେତ୍ରରେ ଶ୍ରୀମନ୍ଦିର ସେବାୟତଙ୍କୁ ମିଳିବ ଘର। ପ୍ରଥମ ପର୍ଯ୍ୟାୟରେ ୪୦୦ ସେବାୟତଙ୍କୁ ୬ ଶହ ବର୍ଗଫୁଟ୍ ଲେଖାଏଁ ଜମି ଓ ଘର ତିଆରି ପାଇଁ ୨ ଲକ୍ଷ ଟଙ୍କା ଦିଆଯିବ। ନବଗଠିତ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ପରେ ଆଜି ଏଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର।

bjd
ବିଜୟ ପାଇଁ କୋଟି କୋଟି ଟଙ୍କା ରାଜସ୍ୱ ଖର୍ଚ୍ଚ କରୁଛି ବିଜେଡ଼ି !

ନିର୍ବାଚନ ବର୍ଷର ବିଜ୍ଞାପନ ଖର୍ଚ୍ଚରେ ଦେଶରେ ଏକ୍ ନମ୍ବର କେଜ୍ରିଓ୍ୱାଲ୍ ସରକାର, ଦୁଇ ନମ୍ବର ବିଜେଡି ସରକାର। ପୂର୍ବ ବର୍ଷ ତୁଳନାରେ ୨୦୧୯ରେ ବିଜ୍ଞାପନ ଓ ପ୍ରଚାର ପ୍ରସାର ବାବଦରେ ବିଜେଡି ସରକାରର ବ୍ୟୟ ବଢ଼ିଥିଲା ୨୪୯ ପ୍ରତିଶତ। ଏସ୍ବିଆଇ ଇକୋରାପ୍ ରିପୋର୍ଟର ତଥ୍ୟରେ ଏହା ସାମ୍ନାକୁ ଆସିବାପରେ ତେଜିଛି ରାଜନୀତି। ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିରୋଧୀ

Corona third Wave
କେରଳ ଆଡୁ ମାଡି ଆସୁଛି ତୃତୀୟ ଲହର, ଓଡ଼ିଶାରେ ଦେଢ଼ଗୁଣା ଅଧିକ ସଂକ୍ରମଣ !

କେରଳ ଆଡୁ ମାଡି ଆସୁଛି କି କରୋନାର ତୃତୀୟ ଲହର ? ଗଲା ୨୪ ଘଣ୍ଟାରେ ଦେଶରେ ଯେତେ କରୋନା କେସ୍ ଚିହ୍ନଟ ହୋଇଛନ୍ତି, ତାର ୬୮ ପ୍ରତିଶତ କେବଳ ଏହି ରାଜ୍ୟରୁ ଆସିଛି । ଏଣେ ତୃତୀୟ ଲହର ଆସିଲେ ଓଡ଼ିଶାରେ ଦ୍ୱିତୀୟ ଲହର ଅପେକ୍ଷା ଦେଢ଼ଗୁଣା ଅଧିକ କେସ୍ ଚିହ୍ନଟ ହେବ ଏବଂ ପିକ୍ ସମୟରେ ସର୍ବାଧିକ ଦୈନିକ ସଂକ୍ରମଣ ୧୯ ହଜାର ଛୁଇଁପାରେ ବୋଲି ଆକଳନ କରାଯାଇଛି ।

12 infants at Balasore district headquarters hospital test positive for Covid19
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲାଙ୍କୁ କରୋନା ପଜିଟିଭ

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୧୨ ପିଲା କରୋନା ପଜିଟିଭ । ୪ ଜଣ ପିଲା SNCUରେ ରହି ଚିକିତ୍ସିତ ହେଉଥିବା ବେଳେ ଚିହ୍ନଟ, ଆଉ ୮ଜଣ ପଜିଟିଭ ଥିବା ପିଲାଙ୍କ ବୟସ ମାସକରୁ ଉର୍ଦ୍ଧ୍ୱ, ସୂଚନା ଦେଲେ CDMO ଦୁଲାଲସେନ ଜଗଦେବ ।

Puri Srimandir Servitors’ To Be Given Rs 2 Lakh Each For House Construction | SJTA
ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି

ଶ୍ରୀମନ୍ଦିର ସେବାୟତ ପରିବାରକୁ ମିଳିବ ଘର, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି । ପ୍ରଥମ ପର୍ଯ୍ୟାୟରେ ୪ଶହ ସେବାୟତ ପରିବାରକୁ ଘର ମିଳିବ । ଘର କରିବା ପାଇଁ ପରିବାର ପିଛା ୨ ଲକ୍ଷ ଟଙ୍କା ଦିଆଯିବ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାରଙ୍କ ସୂଚନା ।

Puri Jagannath Temple Ratna Bhandar Under Threat : RTI Report
ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, RTIରୁ ମିଳିଲା ତଥ୍ୟ

ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର । ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏକଥା ସ୍ପଷ୍ଟ ହୋଇଛି । ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ଆରଟିଆଇ ଆକ୍ଟରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, କେବଳ ବାହାର ଭଣ୍ଡାର ନୁହେଁ ଭିତର ଭଣ୍ଡାର ଅବସ୍ଥା ବି ବିପଦପୂର୍ଣ୍ଣ ରହିଛି ।

Afghan Crisis | Price Of Food, Water Bottle Out Side Kabul Airport Hits Ceiling
କାବୁଲରେ ହାହାକାର, ପାଣି ବୋତଲର ଦାମ୍‌ ୩ ହଜାର, ଭାତ ପ୍ଲେଟ ୭ ହଜାର

କାବୁଲ ଏୟାରପୋର୍ଟରେ ଖାଦ୍ୟ ଓ ପାଣି ଦାମ ଆକାଶଛୁଆଁ । ଏଠାରେ ଗୋଟିଏ ପାଣି ବୋତଲ କିଣିବାକୁ ହେଲେ ୪୦ ଡଲାର ଅର୍ଥାତ୍‌ ୩ ହଜାର ଟଙ୍କା ଏବଂ ଗୋଟିଏ ପ୍ଲେଟ ଭାତର କିଣିବାକୁ ହେଲେ ୧୦୦ ଡଲାର ଅର୍ଥାତ୍‌ ୭୫୦୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ।

Mahanga double murder: Fresh probe ordered into involvement of Minister Pratap Jena
ମାହାଙ୍ଗା ଡବଲ ମର୍ଡର: ମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁରେ ସାନି ତଦନ୍ତ ନିର୍ଦ୍ଦେଶ, ଚାର୍ଜସିଟ୍‌ରୁ କାହିଁକି କଟାଗଲା ନାଁ ?

ମାହାଙ୍ଗା ଡବଲ ମର୍ଡର ମାମଲାରେ ପୋଲିସ ଚାର୍ଜସିଟ୍ ପ୍ରସଙ୍ଗରେ ନୂଆ ମୋଡ଼ । ମନ୍ତ୍ରୀ ପ୍ରତାପ ଜେନାଙ୍କ ସଂପୃକ୍ତି ପ୍ରସଙ୍ଗରେ ସାନି ତଦନ୍ତ ନିର୍ଦ୍ଦେଶ ଦେଲେ କୋର୍ଟ । ମାହାଙ୍ଗା ଥାନା IICଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ । ପୁଙ୍ଖାନୁପୁଙ୍ଖ ତଦନ୍ତ କରି ରିପୋର୍ଟ ଦେବାକୁ IICଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।