Advertisment

ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର, RTIରୁ ମିଳିଲା ତଥ୍ୟ

ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା।

author-image
Chandan Shishu
Ratna Bhandar

Ratna Bhandar

ପୁରୀ: ବିପଦରେ ଶ୍ରୀମନ୍ଦିର ରତ୍ନଭଣ୍ଡାର। ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟରୁ ଏକଥା ସ୍ପଷ୍ଟ ହୋଇଛି। ୨୦୧୮ ମସିହାରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସଂପର୍କରେ ଜାଣିବାକୁ ଆରଟିଆଇ ଆକ୍ଟରେ ଶ୍ରୀମନ୍ଦିର ପ୍ରଶାସନଠାରୁ ମିଳିଥିବା ତଥ୍ୟରୁ ଆହୁରି ମଧ୍ୟ ଜଣାପଡ଼ିଛି ଯେ, କେବଳ ବାହାର ଭଣ୍ଡାର ନୁହେଁ ଭିତର ଭଣ୍ଡାର ଅବସ୍ଥା ବି ବିପଦପୂର୍ଣ୍ଣ ରହିଛି। ବହୁ ସ୍ଥାନରେ ଛାତରୁ ସିମେଣ୍ଟ ଖସୁଥିବାବେଳେ କାନ୍ଥ ଓଦା ରହିଛି। ରାଜ୍ୟ ସରକାରଙ୍କ ବିଧି ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟ ଅନୁସାରେ ୨୦୧୮ ଏପ୍ରିଲ୍ ୪ରେ ସ୍ୱତନ୍ତ୍ର କମିଟି ଦ୍ୱାରା ବାହାର ରତ୍ନଭଣ୍ଡାର ଚାବି ଖୋଲାଯାଇଥିଲା। ଭଣ୍ଡାର ମେକାପଙ୍କ ସହ ସମସ୍ତ ପ୍ରାଧିକୃତ ବ୍ୟକ୍ତି ବାହାର ଭଣ୍ଡାର ଘରକୁ ପ୍ରବେଶ କରିଥିଲେ।

Advertisment

ପ୍ରଥମେ ଏହି ଘରର କାନ୍ଥ ଓ ଛାତକୁ ଏଏସ୍ଆଇ ଏବଂ କୋର କମିଟି ସଦସ୍ୟଙ୍କ ସହ ହାଇକୋର୍ଟଙ୍କ ପ୍ରତିନିଧି ଲାଇଟ୍ ପକାଇ ଅନୁଧ୍ୟାନ କରିଥିଲେ। ଅଳନ୍ଧୁ ସଫା କରାଯିବା ପରେ କାନ୍ଥ ଓ ଛାତରେ ଥିବା ଫାଟ ପରିଷ୍କାର ଦେଖା ଯାଇଥିଲା। କାନ୍ଥର କେତେକ ସ୍ଥାନ ଓଦାଳିଆ ମଧ୍ୟ ରହିଥିଲା। ସେହିପରି ବାହାର ଭଣ୍ଡାର ଜାଲି ବାଟ ଦେଇ ଭିତର ଭଣ୍ଡାର ଘର କାନ୍ଥ ଓ ଛାତକୁ ମଧ୍ୟ ଲାଇଟ୍ ପକାଇ ପ୍ରାଧିକୃତ ସଦସ୍ୟ ଓ ପ୍ରଶାସକମାନେ ଦେଖିଥିଲେ। ତେବେ କେହି ଜଣେ ବି ଭିତର ଭଣ୍ଡାର ତାଲା ଖୋଲିବାକୁ ଆବଶ୍ୟକ ମନେ କରିନଥିଲେ।

ଭିତର ଭଣ୍ଡାରରେ ୩ଟି ତାଲା ପଡ଼ିଥିଲା। ସେଥିରୁ ଗୋଟିକରେ ଜଉମୁଦ ରହିଥିଲା। ବାହାରୁ ଏକ ଲୁହା ପାଇପ୍ ଆଣି ଜାଲି ବାଟ ଦେଇ ଭର୍ତ୍ତି କରି ଭିତର ଭଣ୍ଡାରର ଦୈର୍ଘ୍ୟ ଓ ପ୍ରସ୍ଥ ମାପିଥିଲେ। ହେଲେ କେହି ବି ଭିତର ଭଣ୍ଡାର ଖୋଲିବାକୁ ଚାହିଁନଥିଲେ କି ଉଦ୍ୟମ କରିନଥିଲେ। ବଡ଼ କଥା ହେଲା ସେଦିନର ପୁରା ବିବରଣୀରେ କିନ୍ତୁ ରତ୍ନଭଣ୍ଡାର ଚାବି ହଜି ଯାଇଥିବା କଥା ଆଦୌ ଉଲ୍ଲେଖ ନଥିଲା।

Advertisment

ତେଣୁ ରତ୍ନ ଭଣ୍ଡାର ଚାବି ହଜି ଯିବା ଓ ପରେ ପୁରୀ ଟ୍ରେଜେରିରୁ ପରିତ୍ୟକ୍ତ ଲଫାଫାରୁ ଉଦ୍ଧାର ହେବା ଘଟଣାର ସତ୍ୟତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହାଛଡ଼ା ଭଣ୍ଡାର ଘରର ମରାମତି ଜରୁରୀ ଥିଲେ ବି ସେନେଇ କୌଣସି ପଦକ୍ଷେପ  ନିଆଯାଇ ନାହିଁ। ତେଣେ ଆଇନମନ୍ତ୍ରୀଙ୍କୁ ଆଜି ଏସମ୍ପର୍କରେ ପଚରା ଯିବାରେ ସେ କହିଛନ୍ତି, ରତ୍ନଭଣ୍ଡାର ସୁରକ୍ଷା ପାଇଁ ଯାହା ପଦକ୍ଷେପ ଦରକାର ତାହା ନିଆଯିବ।.

Odisha News Lord Jagannath Ratna Bhandar
Advertisment
Advertisment