ପରକୀୟା ପ୍ରୀତି ପାଇଁ ମିଳିବ ସର୍ବସାଧାରଣରେ ମାଡ଼ । କେବଳ ମାଡ଼ ନୁହେଁ ସର୍ବସାଧାରଣରେ ପଥରରେ ଛେଚି ହତ୍ୟା କରାଯିବ । ଏପରି ଅତି ଅମାନୁଷିକ ଓ ବର୍ବରୋଚିତ ଘୋଷଣା କରିଛି ତାଲିବାନ ।
କେମିତି ବିଶ୍ୱ ସମୁଦାୟ ତାଲିବାନକୁ ସମର୍ଥନ କରିବ ସେଥିପାଇଁ ଅବିରତ ଉଦ୍ୟମ ଚଲାଇଛି ପାକିସ୍ତାନ୍। କିନ୍ତୁ ତାଲିବାନ୍ ପାକିସ୍ତାନର ଏହି ଉଦ୍ୟମକୁ ଅଣଦେଖା କରି ପାକିସ୍ତାନକୁ ବାରମ୍ବାର ଧମକାଇବାରେ ଲାଗିଛି।
ତାଲିବାନୀ ଆତଙ୍କରେ ଥରହର ହେଉଛି ଆଫଗାନିସ୍ତାନ। ଖୋଜି ଖୋଜି ବିରୋଧୀଙ୍କୁ ବନ୍ଧୁକମୁନରେ ସାବାଡ କରୁଛନ୍ତି ତାଲିବାନୀ ସେନା। ଏବେ ତାଲିବାନୀଙ୍କ କ୍ରୁରତାର ଶିକାର ପାଲଟିଛନ୍ତି ଜଣେ ଭାରତୀୟ ବ୍ୟବସାୟୀ। କାବୁଲ୍ରେ ଥିବା ଏହି ଭାରତୀୟ ବ୍ୟବସାୟୀଙ୍କୁ ତାଙ୍କ ଦୋକାନରୁ ତାଲିବାନୀମାନେ ଅପହରଣ କରି ନେଇଛନ୍ତି।
ଶାସନ କ୍ଷମତା ତାଲିବାନ ହାତକୁ ଯିବା ପରେ ଆଫଗାନିସ୍ତାନରେ ସାମାଜିକ ଜୀବନ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକେ ଭୟ ଓ ଆତଙ୍କରେ ଅଛନ୍ତି । ତାଲିବାନ ନିଜ ପୂର୍ବ ଭାବମୂର୍ତ୍ତି ବଦଳାଇବ ବୋଲି ଯେତେ କହିଲେ ବି କ୍ରୁରତା ପଦାକୁ ବାହାରି ଆସୁଛି। ଗୋଟିଏ ପଟେ ତାଲିବାନୀ ନିର୍ଯାତନା ଅନ୍ୟପଟେ ଭୁଶୁଡ଼ି ପଡ଼ିଥିବ ଆର୍ଥିକ ସ୍ଥିତି।
ପୂରା ଆଫଗାନିସ୍ତାନ ଦଖଲ ପରେ ଜାରି ରହିଛି ତାଲିବାନର ବର୍ବରତା। କେତେବେଳେ ବନ୍ଧୁକ ମୁନ ତ କେତେବେଳେ ତଣ୍ଟି କାଟି ଅତି ନିର୍ମମ ଭାବେ କରୁଛନ୍ତି ହତ୍ୟା।
ଆତଙ୍କବାଦୀଙ୍କ ଟାର୍ଗେଟରେ ରାଜଧାନୀ କାବୁଲ । ଆମେରିକୀ ସେନା କାବୁଲ ଏୟାରପୋର୍ଟ ଛାଡ଼ିବାକୁ ଆଉ ଗୋଟିଏ ଦିନ ବାକି ଥିବାବେଳେ ପୁଣି ଥରେ ଏହି ଏୟାରପୋର୍ଟକୁ ଟାର୍ଗେଟ କରି ରକେଟ ମାଡ଼ କରାଯାଇଛି।
ଆତଙ୍କବାଦୀଙ୍କ ଟାର୍ଗେଟରେ ଆଫଗାନିସ୍ତାନ ରାଜଧାନୀ କାବୁଲ ଏୟାରପୋର୍ଟ। ଯେକୌଣସି ମୁହୂର୍ତ୍ତରେ କାବୁଲ ସ୍ଥିତ ହମିଦ କର୍ଜାଇ ଅନ୍ତର୍ଜାତୀୟ ବିମାନ ବନ୍ଦରରେ ଆତଙ୍କବାଦୀମାନେ ଆକ୍ରମଣ କରିପାରନ୍ତି।
ତାଲିବାନ ଦ୍ୱାରା ସ୍ପଷ୍ଟ ହୋଇଛି ଯେ ଅଗଷ୍ଟ ୩୧ ସୁଦ୍ଧା ଆମେରିକା ସୈନ୍ୟ ପ୍ରତ୍ୟାହାର ନ କଲେ ଅସୁବିଧାର ସମ୍ମୁଖୀନ ହେବ। ବର୍ତ୍ତମାନ ସୁଧା ୬ହଜାର ଆମେରିକ ସୈନ୍ୟଙ୍କ ମଧ୍ୟରୁ ୧ହଜାର ସୈନ୍ୟ କାବୁଲରେ ଉପସ୍ଥିତ ଅଛନ୍ତି। ଏହାକୁ ନେଇ ବେଶ ଚିନ୍ତିତ ବାଇଡେନ୍।
ତାଲିବାନୀଙ୍କ ଉପରେ ନଜର ରହିଛି ଏବଂ ନାଟୋର ନିଷ୍ପତ୍ତି ପ୍ରକାରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଆମେରିକୀୟ ରାଷ୍ଟ୍ରପତି ଜୋ ବାଇଡେନ। ଅନ୍ୟପଟେ ଆଫଗାନିସ୍ତାନ ଦଖଲ ପରେ ବଦଳିଛି ତାଲିବାନର ମିଜାଜ୍। ତାଲିବାନୀ ଯାହା କହୁଛନ୍ତି କାମ କରୁଛନ୍ତି ଓଲଟା।
ଆଫଗାନିସ୍ତାନରେ ଗଣତନ୍ତ୍ର ଶାସନ ପ୍ରତିଷ୍ଠା ହୋଇ ନ ପାରେ । କାଉନସିଲ ମେମ୍ବରଙ୍କୁ ନେଇ ଗଠନ ହୋଇପାରେ ନୂଆ ସରକାର।
ତାଲିବାନ ବର୍ବରତା ନେଇ ପ୍ରତ୍ୟକ୍ଷ ଅନୁଭୂତି ରଖିଲେ ଓ ଇଂଜିନିୟର୍ ଯୁବକ ଆଫଗାନରେ ୫ ବର୍ଷର ଅଭିଜ୍ଞତା କହିଲେ। କେନ୍ଦ୍ରାପଡ଼ାର ମନୋରଞ୍ଜନ ସାହୁ ଆମେରିକାନ୍ ଆର୍ମି ବେସ୍ରେ ପ୍ରପର୍ଟି ସ୍ପେଶାଲିଷ୍ଟ ଭାବେ କାମ କରୁଥିଲେ। ଆର୍ମି ବେସ୍ରୁ ବାହାରକୁ ଆସିବା ଅନୁମତି ନ ଥିଲା, କମ୍ ସମୟ ବାହାରୁ ଥିଲେ। ତାଲିବାନର ବର୍ବରତା ନେଇ ମଧ୍ୟ ଅଭିଜ୍ଞତାରୁ ସୂଚନା ଦେଲେ ମନୋରଞ୍ଜନ।
ତାଲିବାନଙ୍କ କବ୍ଜାକୁ ଚାଲି ଯାଇଛି ଆଫଗାନିସ୍ତାନ। ଭୟ ଓ ଆତଙ୍କରେ ଥରି ଉଠୁଛି ସାରା ରାଜ୍ୟ। ଆଫଗାନିସ୍ତାନର ଅନେକ ହୃଦୟ ବିଦାରକ ଦୃଶ୍ୟ ଧୀରେ ଧୀରେ ସାମ୍ନାକୁ ଆସୁଛି। ତାଲିବାନୀ ଶାସନକୁ ନେଇ ସବୁଠାରୁ ବେଶି ଆତଙ୍କିତ ହୋଇ ପଡ଼ିଥିବା ଆଫଗାନ ମହିଳାମାନେ ଏବେ ଭୟ ଛାଡ଼ି ରାସ୍ତାକୁ ଓହ୍ଲାଇଛନ୍ତି।
କାରଣ ପୂର୍ବରୁ ତାଲିବାନୀ ଉପରେ ଏମିତି ଆକ୍ରମଣ ପୂର୍ବରୁ କେବେ ହୋଇନଥିଲା। ଆକ୍ରମଣର ମାତ୍ର ଏତେ ପ୍ରଚଣ୍ଡ ଥିଲା କି, ଆତଙ୍କୀଙ୍କ କେତେକ ଗାଡ଼ି ବିସ୍ଫୋରଣରେ ଉଡ଼ିଯାଇ କିଛି ଦୂରରେ ଛିଟିକି ହୋଇ ପଡ଼ିଥିଲା। କେବଳ ଏତିକି ନୁହେଁ ବରଂ ଆଫ୍ଗାନିସ୍ତାନ ସେନା ଆତଙ୍କୀଙ୍କ ୧୩ ଟି ଆଇଇଡ଼ିକୁ ମଧ୍ୟ ନିଷ୍କ୍ରୟ କରିବାରେ ସଫଳ ହୋଇଛନ୍ତି। ଗତକାଲି ମଧ୍ୟ କନ୍ଧାରରେ ତାଲିବାନୀ ଆତଙ୍କୀଙ୍କର ବଙ୍କର୍ ଗୁଡ଼ିକୁ ବିସ୍ଫୋରଣ କରି ନଷ୍ଟ କରିଦେଇଥିଲେ। ଏହାଦ୍ୱାରା ୧୦ ରୁ ଅଧିକ ଆତଙ୍କୀ ପ୍ରାଣ ମଧ୍ୟ ହରାଇଥିଲେ।