ତାଲିବାନର ଧମକ ପରେ ଅଗଷ୍ଟ ୩୧ ସୁଦ୍ଧା ସୈନ୍ୟ ପ୍ରତ୍ୟାହାର କରିବାର ସୂଚନା ଦେଇଛନ୍ତି ଆମେରିକା ସରକାର । କୌଣସି ପରିସ୍ଥିତିରେ ଆମେରିକୀୟ ସୈନ୍ୟ ବେଶୀ ଦିନ ଧରି ଆଫଗାନିସ୍ତାନରେ ରହିବେନି ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍ । ଖୁବଶୀଘ୍ର ଏହି ପ୍ରକ୍ରିୟା ସମାପ୍ତ ହେବ ବୋଲି ସୁଚନା ମିଳିଛି । ବର୍ତ୍ତମାନ ସୁଦ୍ଧା ଆମେରିକା ପକ୍ଷରୁ ୭୦,୦୦୦ ଲୋକଙ୍କୁ କାବୁଲରୁ ଉଦ୍ଧାର କରାଯାଇଛି ।
Published: Sarbeswar
Last updated: 25 August 2021, 03:47 PM IST
ଓଡିଶାରେ ଷ୍ଟାଫ ସିଲେକ୍ସନ ବୋର୍ଡ୍ ପରୀକ୍ଷା ପରେ ଏବେ ବିବାଦ ଘେରରେ OPSC ପରୀକ୍ଷା। ଚଳିତ ବର୍ଷ ଅଗଷ୍ଟ ୨୭ ତାରିଖରେ ହେବାକୁ ଥିବା ଓପିଏସସି ପରୀକ୍ଷାର ନିଷ୍ପତ୍ତିକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ପରୀକ୍ଷାର୍ଥୀ। ତ୍ରୁଟିପୂର୍ଣ୍ଣ ମୁଲ୍ୟାୟନ ହେଉଥିବାର ଦାବି କରିଛନ୍ତି ପରୀକ୍ଷାର୍ଥୀ। ଏକା ସମୟରେ UPSC ଏବଂ OPSC ପରୀକ୍ଷାକୁ ନେଇ ତେଜିଲା ବିବାଦ।