ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି।
ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।
ପରୀକ୍ଷା କେନ୍ଦ୍ର ଗୁଡିକୁ ଅଚାନକ ଗସ୍ତ କରିବେ ସ୍ପେଶାଲ ସ୍କ୍ୱାଡ୍
UPSCରେ ସଫଳତା ପାଇଥିବା ବିଶାଲଙ୍କ ପରିବାର ବହୁତ ଗରିବ । ୨୦୦୮ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳି ପରିବାରର ପ୍ରତିପୋଷଣ କରୁଥିଲେ ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।
ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।
ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।
ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।
ମା’ ସ୍କୁଲ୍ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି।
ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଏଥର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।
ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର ।
ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।
ଗଣଶିକ୍ଷାମନ୍ତ୍ରୀଙ୍କ କହିବା ଅନୁସାରେ ମୋ ସ୍କୁଲ ଯୋଜନା ଅନୁଯାୟୀ ଏଥିପାଇଁ ସ୍ୱତନ୍ତ୍ର ଫୋକସ୍ କରାଯାଉଛି । ଶିକ୍ଷା ବିଭାଗକୁ ମୁଖ୍ୟମନ୍ତ୍ରୀ ସ୍ୱତନ୍ତ୍ର ଦୃଷ୍ଟି ଦେଇଥିବା ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀର ରଂଜନ ଦାଶ କହିଛନ୍ତି ।
୬ ବର୍ଷରୁ କମ୍ ବୟସର ପିଲାଙ୍କୁ ପ୍ରଥମ ଶ୍ରେଣୀରେ ଭର୍ତ୍ତି କରାନଯାଉ। ଏହି ନିୟମକୁ ପାଳନ କରିବା ପାଇଁ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କେନ୍ଦ୍ର ସରକାର ଚିଠି ଲେଖିଛନ୍ତି।
ସବୁଠୁ ଉଲ୍ଲେଖନୀୟ କଥା ହେଉଛି ଏଠାରେ ପାଠ ପଢୁଥିବା ଛାତ୍ରମାନଙ୍କ ମଧ୍ୟରେ ରହିଛି ଏକି ବିଶେଷ ସମାନତା । କେହି ଏଠି ଧନୀ ଘରର ନୁହଁନ୍ତି, କିମ୍ବା କାହାରିକୁ ପଢା ଖର୍ଚ୍ଚ ଦେବାକୁ ପଡ଼େନି । କଟକ ଜିଲ୍ଲା ନିଆଳି ବ୍ଲକ୍ ପତ୍ରକଣା ଠାରେ ରହିଛି ଏହି ଆବାସିକ ବିଦ୍ୟାଳୟ ।
ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।
ଇଏ ଏମିତି ଏକ ପାଠଶାଳା ଯେଉଁଠି ପିଲାଙ୍କୁ ମାଗଣାରେ ଦିଆଯାଏ ଶିକ୍ଷା । ତାହା ପୁଣି ଅପରାହ୍ଣ ୪.୩୦ରୁ ସଂଧ୍ୟା ୬.୩୦ ପର୍ଯ୍ୟନ୍ତ । ପ୍ରଥମରୁ ପଂଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଦିଆଯାଉଛି ମାଗଣା ଶିକ୍ଷା । ଯେଉଁମାନେ ବାହାରେ ଟଙ୍କା ଦେଇ ଟ୍ୟୁସନ୍ ହୋଇପାରିବେ ନାହିଁ ତାଙ୍କୁ ଏଠାରେ ମିଳୁଛି ଆଡମିଶନ୍। ପାଠ ଏତେ ଭଲ ପଢାଯାଉଛି ଯେ ପିଲାଙ୍କ ସଂଖ୍ୟା ଦେଖିବା ପରେ ହିଁ ଆପଣ ବି ଜାଣିପାରିବେ।
ସ୍କୁଲ ଭିତ୍ତିଭୂମିକୁ ସୁଦୃଢ କରିବାକୁ ଫାଇଭ-ଟିରେ ସ୍କୁଲକୁ ସାମିଲ କରାଗଲା। ହେଲେ ସ୍ଥିତିରେ କୌଣସି ସୁଧାର ଆସିନି। ଏମିତିକି ଅନ୍ୟ ସ୍କୁଲର ପିଲାମାନେ ଭଲରେ ପଢୁଛନ୍ତି। ଆମେ କାହିଁକି ବାରଣ୍ଡାରେ ବସିବୁ? ଖରା ବର୍ଷାରେ ପାଠ ପଢିବୁ ବୋଲି ପ୍ରଶ୍ନ କଲେଣି ସ୍କୁଲ ପିଲା।
ବେଚଲର ଡିଗ୍ରୀ ପିଲା ପଢିଲେ ମାଷ୍ଟର ଡିଗ୍ରୀ ପିଲା ପଢି ପାରୁନାହାନ୍ତି ।
ସଭିଏଁ ପଢନ୍ତୁ, ସଭିଏଁ ବଢନ୍ତୁ...ଏଇ ନାରା ଦେଉଛନ୍ତି ରାଜ୍ୟ ସରକାର। ନାରା ନୁହେଁ ବରଂ ସବୁ ସ୍କୁଲକୁ ଦଣ୍ଡମୁକ୍ତ ଅଂଚଳ ବି ଘୋଷଣା କରାଯାଇଛି। ହେଲେ ସ୍କୁଲରେ ଭୟଙ୍କର ମାଡ ହେଉଥିବା ଅଭିଯୋଗ ସହିତ ମାଡ ଡରରେ ସ୍କୁଲକୁ ପିଲାମାନେ ଆସୁନଥିବା ଅଭିଯୋଗ ହୋଇଛି। ନୟାଗଡ ରଣପୁର ବ୍ଲକର ଧମଡା ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀଙ୍କ ନାଁରେ ଆସିଛି ଏମିତି ସାଙ୍ଘାତିକ ଅଭିଯୋଗ। ଏନେଇ ଧମଡା ଗ୍ରାମବାସୀ ରଣପୁର ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ବି କରିଛନ୍ତି।
ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଏବେ ଭୟରେ ଛାତ୍ରଛାତ୍ରୀ। ଯାହାକୁ ଦେଖିବ, ଯାହାଙ୍କଠାରୁ ଶୁଣିବ...ସମସ୍ତଙ୍କ ମୁହଁରେ ଗୋଟିଏ କଥା। ଏ ଟିଙ୍କଙ୍କ ଦାଉରୁ ଆମେ କେମିତି ପାଇବା ରକ୍ଷା? ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି ଏ ଘଟଣା ଏବେକାର ନୁହେଁ ବରଂ ବର୍ଷବର୍ଷର। ଯେଉଁଥିରେ ଆକ୍ରାନ୍ତ ହୋଇଛନ୍ତି ଅନେକ ଛାତ୍ରଛାତ୍ରୀ ଓ କର୍ମଚାରୀ । ଏହି ଟିଙ୍କ କେବଳ କଲେଜ କ୍ୟାମ୍ପସ ନୁହଁ ବରଂ ଏହାର ଆଖପାଖ କଲେଜ, ବାଇପାସ ବୋରାପଦା ଅଞ୍ଚଳରେ ଏବେ ମଣିଷ ଶରୀରରେ ଲାଗୁଛନ୍ତି।
ଆଜିଠୁ CBSE ଦଶମ ଓ ଦ୍ଵାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ସକାଳ ସାଢ଼େ ୧୦ଟାରୁ ଦିନ ସାଢ଼େ ୧ଟା ଯାଏ ପରୀକ୍ଷା ହେଉଛି।