Advertisment

ଛାତ୍ରଛାତ୍ରୀଙ୍କ ଅସୁରକ୍ଷିତ ପଥ ! ସ୍କୁଲ ଯିବା ଲାଗି ଲୁହା ପ୍ଲେଟ୍ ହିଁ ଭରସା

ସ୍କୁଲ ପରିସରକୁ ଯିବା ଲାଗି ଏହି ଲୁହା ପ୍ଲେଟ ହିଁ ଭରସା । ଡ୍ରେନ ଉପରେ ପଡିଥିବା ଲୁହା ପ୍ଲେଟ ହିଁ ପାଲିଟିଛି ଦୈନିକ ସ୍କୁଲ ପଥ । ପିଲାଙ୍କ କଥା ଛାଡନ୍ତୁ,  ଶିକ୍ଷୟିତ୍ରୀ ବି ଭୟଭୀତ ହୋଇ ହାତ ଧରାଧରି ହୋଇ ଲୁହା ପ୍ଲେଟ ପାରିହେଉଛନ୍ତି ।

author-image
Manoranjan Behera
School Road

School Road

ପାଠ ପଢିବା ପାଇଁ ବିପଦ ଶଙ୍କୁଳ ଅସ୍ଥାୟୀ ଲୁହା ପ୍ଲେଟ ଉପରେ ସ୍କୁଲ ଯାଉଛନ୍ତି କୋମଳମତି ଶିଶୁ । ଏଭଳି ଦେଖିବାକୁ ମିଳିଛି ଖୋଦ କଟକର ୨୨ ନମ୍ବର ୱାର୍ଡ଼ରେ ଥିବା ମେରିଆ ବଜାର ୟୁପି ସ୍କୁଲ ନିକଟରେ । ସିଏମସି ପକ୍ଷରୁ ଡ୍ରେନ୍ ନିର୍ମାଣ କାମ ଚାଲିଥିବାରୁ ସ୍କୁଲ ପରିସରରେ ଦେଖାଦେଇଛି ବିଭିନ୍ନ ସମସ୍ୟା । 

Advertisment

ସ୍କୁଲ ପରିସରକୁ ଯିବା ଲାଗି ଏହି ଲୁହା ପ୍ଲେଟ ହିଁ ଭରସା । ଡ୍ରେନ ଉପରେ ପଡିଥିବା ଲୁହା ପ୍ଲେଟ ହିଁ ପାଲିଟିଛି ଦୈନିକ ସ୍କୁଲ ପଥ । ପିଲାଙ୍କ କଥା ଛାଡନ୍ତୁ, 
ଶିକ୍ଷୟିତ୍ରୀ ବି ଭୟଭୀତ ହୋଇ ହାତ ଧରାଧରି ହୋଇ ଲୁହା ପ୍ଲେଟ ପାରିହେଉଛନ୍ତି । ଏହା କୌଣସି ଉପାନ୍ତ ଅଞ୍ଚଳର ଦୃଶ୍ୟ ନୁହେଁ, ଖୋଦ କଟକ ୨୨ ନମ୍ବର ୱାର୍ଡ ମେରିଆବଜାର ପ୍ରାଥମିକ ସ୍କୁଲ ନିକଟର ଦୃଶ୍ୟ ।

ସିଏମସି ପକ୍ଷରୁ ଏଠାରେ ନିର୍ମାଣ ହେଉଥିବା ବକ୍ସ ଡ୍ରେନ ଯୋଗୁଁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି। ପରିସ୍ଥିତି ଏମିତି ହୋଇଛି, ପିଲାଙ୍କ ଜୀବନ ପ୍ରତି ବିପଦ ଆଶଙ୍କା କରି କିଛି ଅଭିଭାବକ ପିଲାଙ୍କୁ ଆଉ ସ୍କୁଲକୁ ଛାଡୁନାହାନ୍ତି । ସ୍କୁଲରେ ଦୁଇଟି ରୁମ ଥିବା ବେଳେ ଗୋଟିଏ ରୁମ ଡ୍ରେନ କାମ ଯୋଗୁଁ ଫାଟିଯାଇଛି । ଫଳରେ 
ଗୋଟିଏ ରୁମରେ ଚାଲୁଛି କ୍ଲାସ । ଖାଲି ସେତିକି ନୁହେଁ, ସ୍କୁଲକୁ ବିଦ୍ୟୁତ ଲାଇନ୍ ଓ ପାଣି ମଧ୍ୟ କାମ ଯୋଗୁଁ କାଟି ଦିଆଯାଇଛି । ଲାଟ୍ରିନ୍ ମଧ୍ୟ ଭାଙ୍ଗିଯାଇଛି । ଫଳରେ ଛାତ୍ରଛାତ୍ରୀଙ୍କଠାରୁ ଶିକ୍ଷକଶିକ୍ଷୟିତ୍ରୀ ନାନା ଅସୁବିଧାରେ ସମ୍ମୁଖୀନ ହୋଇଛନ୍ତି । ଆସନ୍ତା ୨୧ ତାରିଖରେ ପରୀକ୍ଷା ଥିବାରୁ ସମସ୍ତଙ୍କର ଟେନସନ ବଢିଛି।

Advertisment

ସ୍କୁଲ ନିକଟରେ ୧୦ ଦିନରୁ ଅଧିକ ହେଲାଣି ବକ୍ସ ଡ୍ରେନ୍ କାମ କରାଯାଉଛି । ବାରପଥର ନିକଟରୁ ନୂଆବଜାର ପର୍ଯ୍ୟନ୍ତ ବକ୍ସ ଡ୍ରେନ ନିର୍ମାଣ କରାଯାଉଛି। ପୂର୍ବରୁ ଜାଇକା ଏହି କାମ କରୁଥିବା ବେଳେ ଏଵେ ଆଉ ଏକ ଠିକା ସଂସ୍ଥା ଏହି କାମ କରୁଛି । ତେବେ କୌଣସି ବିକଳ୍ପ ବ୍ୟବସ୍ଥା ନକରି ବିପଦ ମୁହଁକୁ କୁନିକୁନି ପିଲାଙ୍କ ଜୀବନ ଠେଲିଦେବାକୁ ନେଇ ପ୍ରତିକ୍ରିୟା ପ୍ରକାଶ ପାଇଛି ।

ଏପଟେ କଟକ ମେୟର ସୁବାସ ସିଂହ କହିଛନ୍ତି, ସ୍କୁଲଟିକୁ କିଛି ଦିନ ପାଇଁ ସ୍ଥାନୀୟ ଏକ ସ୍କୁଲକୁ ସିଫ୍ଟ କରାଯାଇ ସେଠାରେ ପାଠପଢା ପାଇଁ ବ୍ୟବସ୍ଥା କରାଯିବ। ଏନେଇ ଡିଇଓଙ୍କ ସହ ଆଲୋଚନା କରି ତୁରନ୍ତ ପଦକ୍ଷେପ ନିଆଯିବ।

Schools
Advertisment
Advertisment