Advertisment

ଘରେ ବସି KVSରେ ଆପଣଙ୍କ ପିଲାର କରନ୍ତୁ ଆଡମିଶନ ପାଇଁ ପଞ୍ଜୀକରଣ

KVSରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଛି। ଯଦି କେହି KVSରେ ସେମାନଙ୍କ ପିଲାର ଆଡମିଶନ ପାଇବାକୁ ଚାହାଁନ୍ତି, ତେବେ ସେମାନେ ଏହାର ୱେବସାଇଟ୍‌କୁ ଯାଇ ପଞ୍ଜିକରଣ କରିପାରିବେ। ଜାଣନ୍ତୁ ଆବେଦନ କରିବାର ଷ୍ଟେପ୍।

author-image
Pramod Behera
ଅଦ୍ୟତନ ହୋଇଛି
KVS Registration On Android Mobile App

Registration on android mobile app in kvs

କେନ୍ଦ୍ରୀୟ ବିଦ୍ୟାଳୟରେ ଆଡମିଶନ ପାଇଁ ପଞ୍ଜୀକରଣ ପ୍ରକ୍ରିୟା ମାର୍ଚ୍ଚ ୨୭ରୁ ଆରମ୍ଭ ହୋଇଛି। ଯଦି କେହି କେନ୍ଦ୍ରୀୟ ବିଦ୍ୟାଳୟରେ ସେମାନଙ୍କ ପିଲାଙ୍କ ଆଡମିଶନ ପାଇବାକୁ ଚାହାଁନ୍ତି, ତେବେ ସେମାନେ କେନ୍ଦ୍ରୀୟ ବିଦ୍ୟାଳୟ ସଂଗଠନ(KVS)ର ୱେବସାଇଟ୍ https://kvsonlineadmission.kvs.gov.in କୁ ଯାଇ ପଞ୍ଜିକରଣ କରିପାରିବେ। ପ୍ରଥମ ଶ୍ରେଣୀରେ ଆଡ୍‌ମିଶନ ଅନଲାଇନ୍ ଲଟେରୀ ମାଧ୍ୟମରେ କରାଯିବ। ସେହିପରି ଦ୍ୱିତୀୟରୁ ଅଷ୍ଟମ ଶ୍ରେଣୀରେ ଆଡ୍‌ମିଶନ୍‌ ଅଫ୍‌ଲାଇନ୍ ଲଟେରୀ ସିଷ୍ଟମ୍‌ ମାଧ୍ୟମରେ କରାଯିବ।

Advertisment

କେନ୍ଦ୍ରୀୟ ବିଦ୍ୟାଳୟର ୱେବସାଇଟ୍‌କୁ ଯାଇ ପଞ୍ଜୀକରଣ କରିବା ସହିତ ମୋବାଇଲ୍ ଫୋନ୍ ମାଧ୍ୟମରେ ମଧ୍ୟ ଫର୍ମ ପୂରଣ କରାଯାଇପାରିବ। ତେବେ କେବଳ ଫୋନ୍ ମାଧ୍ୟମରେ KVSରେ ଆଡ୍‌ମିଶନ୍‌ ପାଇଁ ଅନ୍‌ଲାଇନ୍ ରେଜିଷ୍ଟ୍ରେସନ୍ କିପରି କରିବେ ଆସନ୍ତୁ ଜାଣିବା।

ଅଧିକ ପଢ଼ନ୍ତୁ: ଭୁଲ ଥିଲେ ଠିକ୍‌ କରନ୍ତୁ ! ଜାଣନ୍ତୁ ଘରେ ବସି କେମିତି କରିବେ ଆଧାର ଅପ୍‌ଡେଟ୍‌

Advertisment

ଆଡମିଶନ ପାଇଁ କିପରି କରିବେ ଆବେଦନ:

  • ଗୁଗୁଲ୍ ପ୍ଲେ ଷ୍ଟୋର୍‌କୁ ଯାଇ KVS ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ବା ଏହି ଲିଙ୍କ୍ https://kvsonlineadmission.kvs.gov.in/apps/ କୁ ଯାଇ ଡାଉନଲୋଡ୍ କରନ୍ତୁ
  • KVSର ଆପ୍ ଖୋଲନ୍ତୁ ଓ ପ୍ରଥମେ ପଞ୍ଜୀକରଣ କରନ୍ତୁ
  • ବର୍ତ୍ତମାନ ନିର୍ଦ୍ଦେଶାବଳୀ ପେଜ୍ ଖୋଲିବ, ଏହାକୁ ପଢିବା ପରେ ନିମ୍ନରେ ଟିକ୍ କରି ପ୍ରୋସିଡ୍ ଉପରେ କ୍ଲିକ୍ କରନ୍ତୁ।
  • ପଞ୍ଜୀକରଣ ପୃଷ୍ଠା ଖୋଲିବ
  • ବର୍ତ୍ତମାନ ଅନଲାଇନ୍ ଫର୍ମରେ ମଗାଯାଇଥିବା ସୂଚନା ପୂରଣ କରନ୍ତୁ
  • ଯଦି ପଞ୍ଜୀକରଣ କରିଛନ୍ତି, ତେବେ ଲଗଇନ୍ କୋଡ୍, ମୋବାଇଲ୍ ନମ୍ବର, ପିଲାର ଜନ୍ମ ତାରିଖ ଏବଂ କ୍ୟାପ୍‌ଚା କୋଡ୍ ପୂରଣ କରି ଲଗଇନ୍ କରନ୍ତୁ
  • ଏହା ପରେ ଆଗକୁ ମଗାଯାଇଥିବା ସୂଚନା ପୂରଣ କରି ଫର୍ମ ସବ୍‌ମିଟ୍ କରନ୍ତୁ
Schools Kendriya Vidyalaya Sangathan KV Admissions
Advertisment
Advertisment