Advertisment

Career Tips: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ

ଆଜିକାଲି ପିଲାମାନେ ନିଜ ନିଜ କ୍ୟାରିୟର୍‌କୁ ନେଇ ଖୁବ୍ ଚିନ୍ତିତ। ଦଶମ ପାଶ୍ ପରେ ପ୍ରାୟ ପିଲା ଏହି ଚିନ୍ତାରେ ପଡିଯାଆନ୍ତି। ନିଜ ନିଜ କ୍ୟାରିୟରକୁ ନେଇ ଚିନ୍ତା କରନ୍ତି। ଆପଣ ଯଦି ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି ତେବେ ଦେଖନ୍ତୁ…

author-image
Pramod Behera
ଅଦ୍ୟତନ ହୋଇଛି
Polytechnic Courses After 10th and Their Career Prospects

You can do polytechnic course after 10th

ଦଶମ ପାଶ୍ ପରେ ପ୍ରାୟ ପିଲା ନିଜ ନିଜ କ୍ୟାରିୟରକୁ ନେଇ ଚିନ୍ତା କରନ୍ତି। ସେମାନେ ଏମିତି ଏକ କୋର୍ସ ଖୋଜିବା ଆରମ୍ଭ କରନ୍ତି ଯାହା ସେମାନଙ୍କ କ୍ୟାରିୟରକୁ ଦୃଢ କରିବ। ଆପଣ ଯଦି ଏହି କଥାକୁ ନେଇ ଚିନ୍ତାରେ ପଡିଛନ୍ତି ତେବେ ଚିନ୍ତାରୁ ଓହରି ଯାଆନ୍ତୁ। ଆଜି ଆମେ ଆପଣଙ୍କୁ ଏପରି କିଛି କୋର୍ସ ବିଷୟରେ କହିବୁ ଯେଉଁଥିରୁ ଆପଣ ସହଜରେ ଏକ ଘରୋଇ ଚାକିରି ପାଇପାରିବେ ଏବଂ ସରକାରୀ ଚାକିରୀ କରିବାର ପୂର୍ଣ୍ଣ ସମ୍ଭାବନା ମଧ୍ୟ ରହିବ।

Advertisment

ଆପଣ ଯଦି ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି ତେବେ ଆପଣ ପଲିଟେକ୍ନିକ୍ କୋର୍ସ କରିପାରିବେ। ଏହାକୁ ଆପଣ ଉଭୟ ବେସରକାରୀ ଏବଂ ସରକାରୀ କଲେଜରେ କରିପାରିବେ। ଏହି ପାଠ୍ୟକ୍ରମରେ ଆଡମିଶନ ପାଇଁ ପ୍ରବେଶିକା ପରୀକ୍ଷା ଦେବାକୁ ପଡିବ, ପାସ୍ ପରେ ହିଁ ଆପଣ ଏହି ପାଠ୍ୟକ୍ରମରେ ଆଡମିଶନ ନେଇପାରିବେ। ତେବେ ଆସନ୍ତୁ ଜାଣିବା ଏହା ସହିତ ଜଡିତ ପାଠ୍ୟକ୍ରମ ଯାହା ଆପଣଙ୍କ କ୍ୟାରିୟରକୁ ସୁଦୃଢ କରିଦେବ।

ଅଧିକ ପଢ଼ନ୍ତୁ: B.A ପରେ କ୍ୟାରିୟର୍‌କୁ ନେଇ ଚିନ୍ତାରେ ଅଛନ୍ତି କି; ଜାଣନ୍ତୁ କ’ଣ କରିବେ

Advertisment

ଜୁନିଅର ଇଞ୍ଜିନିୟର:

ଆଜିର ସମୟରେ ପଲିଟେକ୍ନିକ୍ ପାଠ୍ୟକ୍ରମ ପିଲାମାନଙ୍କୁ ଜୁନିୟର ଇଞ୍ଜିନିୟର୍ କରିବାରେ ବହୁତ ସାହାଯ୍ୟ କରୁଛି। ଏହା ଏକ ୩ ବର୍ଷର ପାଠ୍ୟକ୍ରମ। ଏହି ପାଠ୍ୟକ୍ରମ କରିବା ପରେ, ଅନେକ କମ୍ପାନୀ ଅଛନ୍ତି ଯେଉଁମାନେ ପଲିଟେକ୍ନିକ୍ ଏବଂ ବି.ଟେକ୍ ପିଲାମାନଙ୍କୁ ସମାନ ବେତନରେ ଚାକିରି ଦେଉଛନ୍ତି।

ଦକ୍ଷତାଭିତ୍ତିକ ପାଠ୍ୟକ୍ରମ:

ପଲିଟେକ୍ନିକ୍ ପାଠ୍ୟକ୍ରମ ହେଉଛି ଏକ ଦକ୍ଷତାଭିତ୍ତିକ ପାଠ୍ୟକ୍ରମ ଯେଉଁଥିରେ ବୈଷୟିକ ଶିକ୍ଷା ଦିଆଯିବା ସହିତ ବିଟେକ୍ ସମ୍ବନ୍ଧୀୟ ପାଠ୍ୟକ୍ରମ ବିଷୟରେ ମଧ୍ୟ କୁହାଯାଏ। ଏହା ଏପରି ଏକ ପାଠ୍ୟକ୍ରମ, ଯାହା କରିବା ପରେ ଆପଣ ସିଧାସଳଖ ଜଣେ ଜୁନିୟର ଇଞ୍ଜିନିୟର ହୋଇପାରିବେ।

କିପରି ନେବେ ଆଡ୍‌ମିଶନ୍‌:

ଏହା ଏକ ବୈଷୟିକ ପାଠ୍ୟକ୍ରମ, ଯାହା ବୁଝିବା ପାଇଁ ଭଲ ପିଲାଙ୍କର ଆବଶ୍ୟକ ହୋଇଥାଏ। ତେଣୁ ଏହି ପାଠ୍ୟକ୍ରମରେ ଆଡ୍‌ମିଶନ ପାଇଁ ପ୍ରଥମ ପ୍ରବେଶିକା ପରୀକ୍ଷା ହୋଇଥାଏ। ଏହି ପ୍ରବେଶିକା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଯେକୌଣସି ଛାତ୍ରଛାତ୍ରୀ ପଲିଟେକ୍ନିକ୍ କଲେଜରେ ଆଡମିଶନ ପାଆନ୍ତି।

Career Tips
Advertisment
Advertisment