ସୋସିଆଲ ମିଡିଆରେ ଏଭଳି ଖବର ଭାଇରାଲ ହେବାରେ ଲାଗିଛି। ବୋର୍ଡ ପରୀକ୍ଷା ଦେଉଥିବା ଜଣେ ଛାତ୍ରୀଙ୍କୁ ତାଙ୍କ ବାପା ଭୁଲ ପରୀକ୍ଷା କେନ୍ଦ୍ରରେ ଛାଡି ଦେଇଛନ୍ତି। ଏହା ପରେ ସେ ଘାବରେଇ ଯାଇଥିଲେ ଆଉ କାନ୍ଦିଥିଲେ। ତା’ପରେ କ’ଣ ହେଲା ଜାଣନ୍ତୁ…
ଆଜି ଥିଲା ସାମାଜିକ ବିଜ୍ଞାନ ପରୀକ୍ଷା । ଇତିହାସ ଓ ରାଜନୀତି ବିଜ୍ଞାନ ବିଷୟର ବି-ସେଟରେ କିଛି ତ୍ରୁଟି ଦେଖି ଘାବରାଇ ଯାଇଥିଲେ ପରୀକ୍ଷାର୍ଥୀ ।
ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ସ୍ପଷ୍ଟୀକରଣ ଦିଆସରିଛି ବୋଲି ମନ୍ତ୍ରୀ କହିଛନ୍ତି । ଖାଲି ସେତିକି ନୁହେଁ, ଛାତ୍ରଛାତ୍ରୀମାନେ ଚିନ୍ତିତ ହୁଅନ୍ତୁନାହିଁ । କୌଣସି ଅସୁବିଧା ହେବନି ।
ମୂଲ୍ୟାୟନ ସମୟରେ ପରୀକ୍ଷାର୍ଥୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି।
ଏମିତି ସମସ୍ୟା ଭିତରେ ପାଠ ପଢାଚାଲିଛି ମୟୂରଭଂଜ ଉଦଳା ବଡଖମଣ ଉଚ୍ଚ ବିଦ୍ୟାଳୟରେ । ସ୍କୁଲ ବାହାର ଚିତ୍ର ଦେଖିଲେ ଲାଗିବ ସବୁ ବଢିଆ ଚାଲିଛି । ହେଲେ ସ୍କୁଲ ଭିତରକୁ ଗଲେ ପ୍ରକୃତରେ ସମସ୍ୟା କେଉଁଠି ତାହା ଜଣାପଡ଼ିବ । ଖାଲି କ୍ଲାସ୍ ରୁମ୍ ନୁହେଁ ବରଂ ସ୍କୁଲରେ ଖେଳପଡ଼ିଆ ନଥିବାରୁ ଠିକ୍ରେ ଖେଳିପାରୁନାହାନ୍ତି ପିଲେ । ସବୁଠୁ ବଡ଼ କଥା ହେଉଛି ସ୍କୁଲରେ କମ୍ପ୍ୟୁଟର ତ ରହିଛି ହେଲେ ନେଟୱର୍କ ଅସୁବିଧା ଥିବାରୁ ତାହା ବି ଚାଲିପାରୁନି । ଯେଉଁଥି ଲାଗି ଲକ୍ଷଲକ୍ଷ ଟଙ୍କା ପାଣିରେ ପଡୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।
ମାଟ୍ରିକ ପରୀକ୍ଷା ସୋସିଆଲ ସାଇନ୍ସ ପ୍ରଶ୍ନପତ୍ରରେ ବିଭ୍ରାଟ ହୋଇଛି। ‘ବି’ ସେଟ୍ ପ୍ରଶ୍ନପତ୍ରରେ ‘ଏ’ ସେଟ୍ର ପ୍ରଶ୍ନ ରହିଥିବା ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।
ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା । ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି। ଆପଣ ଜାଣିଛନ୍ତି କି, ଏହା ଅନେକ ସମସ୍ୟାର କାରଣ ହୋଇଥାଏ। ଆସନ୍ତୁ ଜାଣିବା…
ପରୀକ୍ଷା କେନ୍ଦ୍ରରେ ମାଟ୍ରିକ ଛାତ୍ର ମୃତ। ଛାତ୍ର ଜଣକ ପରୀକ୍ଷା କେନ୍ଦ୍ରରେ ପହଞ୍ଚି ଶ୍ରେଣୀ ଗୃହକୁ ପ୍ରବେଶ କରିବା ପରେ ହଠାତ୍ ଅଚେତ ହୋଇପଡ଼ିଥିଲେ।
ସ୍କୁଲ ପରିସରକୁ ଯିବା ଲାଗି ଏହି ଲୁହା ପ୍ଲେଟ ହିଁ ଭରସା । ଡ୍ରେନ ଉପରେ ପଡିଥିବା ଲୁହା ପ୍ଲେଟ ହିଁ ପାଲିଟିଛି ଦୈନିକ ସ୍କୁଲ ପଥ । ପିଲାଙ୍କ କଥା ଛାଡନ୍ତୁ, ଶିକ୍ଷୟିତ୍ରୀ ବି ଭୟଭୀତ ହୋଇ ହାତ ଧରାଧରି ହୋଇ ଲୁହା ପ୍ଲେଟ ପାରିହେଉଛନ୍ତି ।
ଆସନ୍ତାକାଲିଠୁ ପ୍ରାଥମିକ ସ୍କୁଲ ଶିକ୍ଷକମାନେ ୟୁନିଫର୍ମ ନପିନ୍ଧିବା ନେଇ ଆଜି ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଷ୍ଟିୟରିଂ କମିଟି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଦାବି ପୂରଣ ନହେବା ଯାଏଁ ବିନା ୟୁନିଫର୍ମରେ ସ୍କୁଲ ଯିବେ ।
ପରିବାରର ଆର୍ଥିକ ସ୍ଥିତି ପାଇଁ କିଏ ବାହାର ରାଜ୍ୟକୁ ଦାଦନ ଖଟି ଯାଇଛି ତ ଆଉ କାହାର ଘରେ ରୋଗୀଣା ବାପା-ମାଆ । ପରିବାରର ବୋଝରେ ନଇଁ ପରୀକ୍ଷା ପୂର୍ବରୁ ପାଠ ଛାଡିବାକୁ ବାଧ୍ୟ ହେଉଛନ୍ତି ଛାତ୍ରଛାତ୍ରୀ ।
ଘରେ ରୋଗୀଣା ବାପା । ତେଣୁ ଅଧାରୁ ପାଠ ଛାଡି ଟେଣ୍ଟ ହାଉସରେ ଶ୍ରମିକ ଭାବେ କାମ କରିବାକୁ ବାଧ୍ୟ ହେଉଛି ଅସୀମ ।
ମାଟ୍ରିକ ଡ୍ରପଆଉଟ ପିଲା ଦେବେ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା । ବିଧାନସଭାରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶଙ୍କ ସୂଚନା ଦେଇଛନ୍ତି ।
ସମସ୍ତେ ସଫଳତା ପାଇବାକୁ ଚାହାଁନ୍ତି। କିନ୍ତୁ ସଫଳତା କିପରି ମିଳିବ ତାହା ସମସ୍ତେ ଜାଣନ୍ତି ନାହିଁ। କ୍ୟାରିୟର ହେଉ କି ପାଠପଢା ଯେକୌଣସି କ୍ଷେତ୍ରରେ ସଫଳ ହେବାକୁ ହେଲେ ଧ୍ୟାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ କିପରି ଏହା ସମ୍ଭବ ହେବ ଜାଣନ୍ତୁ…
ଏବର୍ଷ ମାଟ୍ରିକ ପରୀକ୍ଷାରେ ଫର୍ମ ଫିଲପ୍ ଓ ଆଡମିଟ କାର୍ଡ ଇସ୍ୟୁ ପରେ ବି ୧୫ହଜାରରୁ ଅଧିକ ଛାତ୍ରଛାତ୍ରୀଙ୍କ ଅନୁପସ୍ଥିତିକୁ ନେଇ ସୃଷ୍ଟି ହୋଇଛି ହଇଚଇ ।
IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…
କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।
BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...
ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ ।
ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।