/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679045600.jpg)
Sleep is important before exams
ବିଶ୍ୱ ‘ନିଦ୍ରା ଦିବସ’ ପ୍ରତିବର୍ଷ ମାନବିକ ଅଧିକାର ଭାବରେ ପାଳନ କରାଯାଏ। ଲୋକଙ୍କ ମଧ୍ୟରେ ଶୋଇବାକୁ ନେଇ ସଚେତନତା ସୃଷ୍ଟି କରିବା ପାଇଁ ଏହି ଦିନ ପାଳନ କରାଯାଏ। ପ୍ରାୟତଃ ଦେଖାଯାଏ ଯେ ଆଧୁନିକ ସମୟର ଧାଁ ଧପଡ ଜୀବନ ମଧ୍ୟରେ ମଧ୍ୟରେ ଜଣେ ବ୍ୟକ୍ତି ଶୋଇବା ଉପରେ ଆପୋଷ ବୁଝାମଣା କରିବାକୁ ପ୍ରସ୍ତୁତ ହୋଇଯାଏ। ସେ ଚାକିରିଆ ଲୋକେ ହୁଅନ୍ତୁ କି ଛାତ୍ରାଛାତ୍ରୀ, ସମସ୍ତେ ଶୋଇବାକୁ ନେଇ ଆପୋଷ ବୁଝାମଣା କରନ୍ତି।
ବର୍ତ୍ତମାନ ପରୀକ୍ଷାର ଋତୁ। ପ୍ରତ୍ୟେକ ଛାତ୍ରଙ୍କ ଜୀବନରେ ପରୀକ୍ଷାକୁ ନେଇ ଚାପjl ରହିବା ଏକ ସାଧାରଣ କଥା। କାରଣ ପରୀକ୍ଷାରେ ଭଲ କରିବା ନେଇ ସେମାନଙ୍କ ଉପରେ ଚାପ ଥାଏ। ପ୍ରତ୍ୟେକ ପିଲା ଚାହାନ୍ତି ପରୀକ୍ଷାରେ ଭଲ ମାର୍କ ଆଣିବା ନେଇ। ଏଭଳି କ୍ଷେତ୍ରରେ ଅନେକ ପିଲା ଅଛନ୍ତି ଯେଉଁମାନେ ପରୀକ୍ଷାର ପୂର୍ବ ରାତିରେ ଅନିଦ୍ରା ହୋଇ ପ୍ରସ୍ତୁତ ହୁଅନ୍ତି।
ଏହିପରି ଲୋକଙ୍କ ସଂଖ୍ୟା ବହୁତ ଅଧିକ, ଯେଉଁମାନେ ନିଦ୍ରାକୁ ନିଜ ସ୍ୱାସ୍ଥ୍ୟର ଏକ ଅତ୍ୟାବଶ୍ୟକ ଅଂଶ ଭାବରେ ଗ୍ରହଣ କରନ୍ତି ନାହିଁ। ସେମାନେ ଭାବନ୍ତି ଯେ ଯଦି ବି କମ ନିଦ ହୁଏ ତେବେ କିଛି ଅସୁବିଧା ନାହିଁ। ତେବେ ପରୀକ୍ଷାର ଗୋଟିଏ ଦିନ ପୂର୍ବରୁ ଶୋଇବା କେତେ ଜରୁରୀ ଆସନ୍ତୁ ଜାଣିବା।
- ଶୋଇବାର ଆବଶ୍ୟକତା ବ୍ୟକ୍ତିର ବୟସ ଉପରେ ନିର୍ଭର କରେ। ଯେପରି ଏକ ଛୋଟ ପିଲା ଅଧିକ ଶୋଇବା ଆବଶ୍ୟକ କରେ। ସେହିପରି ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ହାରାହାରି ୮-୯ ଘଣ୍ଟା ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ ବୋଲି ବିବେଚନା କରାଯାଏ। ଭଲ ନିଦ ଆପଣଙ୍କୁ ଦିନସାରା ସକ୍ରିୟ ରହିବାକୁ ସାହାଯ୍ୟ କରେ ଏବଂ ମନକୁ ସ୍ଥିର ରଖେ।
- ଭଲ ନିଦ ହେବା ଦ୍ୱାରା ରକ୍ତରେ ଶର୍କରା ସ୍ତର, ଇନସୁଲିନ୍ ସ୍ତର, କୋଲେଷ୍ଟ୍ରଲ୍, ଲେପ୍ଟିନ, ଗ୍ରେଲିନ୍ ଏବଂ କର୍ଟିସୋଲ ସ୍ତର ଭଳି ହରମୋନ୍ ଶରୀରରେ ସନ୍ତୁଳିତ ରହିଥାଏ। ଶରୀରର ସମସ୍ତ କାର୍ଯ୍ୟ ପାଇଁ ଏହି ହରମୋନ୍ ଆବଶ୍ୟକ।
- ନିଦ୍ରାର ଅଭାବ ଲେପ୍ଟିନ ହରମୋନ ଉପରେ କୁପ୍ରଭାବ ପକେଇଥାଏ ଏବଂ ଗ୍ରେଲିନ (କ୍ଷୁଧା ହରମୋନ) କୁ ସକ୍ରିୟ କରିଥାଏ। ଏଥିପାଇଁ ବ୍ୟକ୍ତିକୁ ଅଧିକ ଭୋକ ଲାଗେ। ଫଳରେ ସେମାନେ ଅଧିକ ମିଠା ଏବଂ ଚଟପଟି ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି। ଏହା ଓଜନ ବୃଦ୍ଧିର କାରଣ ହୋଇଥାଏ।
- ଯେତେବେଳେ ରକ୍ତରେ ଶର୍କରା ସ୍ତର ଠିକ୍ରେ ପରିଚାଳିତ ହୁଏ ନାହିଁ ଏବଂ ଇନସୁଲିନର ସ୍ତର ବଢିଯାଏ, ସେତେବେଳେ ଅଳ୍ପ ବୟସରେ ମଧୁମେହ ହେବାର ଆଶଙ୍କା ଦେଖାଯାଏ।
- ନିଦ୍ରା ଅଭାବରୁ କର୍ଟିସୋଲ ସ୍ତର ବଢିଯାଏ, ଯେଉଁ କାରଣରୁ ଶରୀର ଫୁଲିବା ଭଳି ସମସ୍ୟା ଦେଖାଯାଏ। ଏହି କାରଣରୁ ବାରମ୍ବାର ସଂକ୍ରମଣ ହୁଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ମଧ୍ୟ କମିଯାଏ। ଫଳରେ ପରୀକ୍ଷା ସମୟରେ ଅସୁସ୍ଥ ହେବାର ଆଶଙ୍କା ବଢିଯାଏ। ଏହା ସେମାନଙ୍କ ପ୍ରଦର୍ଶନରେ ଖରାପ ପ୍ରଭାବ ପକାଏ।
- କର୍ଟିସୋଲ ହରମୋନ୍ ବଢିଗଲେ ପିଲାମାନଙ୍କ ମନେ ରଖିବାର କ୍ଷମତା ଦୁର୍ବଳ ହୋଇଯାଏ। ପିଲାମାନେ ଯାହା ପଢନ୍ତି ତାହା ଭୁଲିଯାଆନ୍ତି। ଏପରି ପରିସ୍ଥିତିରେ ତାଙ୍କ ଭିତରେ ଚିନ୍ତା, ଭୟ ଓ ଉତ୍ତେଜନା ଦେଖାଯାଏ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)