/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679759356.jpg)
Education Loan
ପିଲାମାନଙ୍କୁ ଉଚ୍ଚଶିକ୍ଷା ଦେବାକୁ ଅଭିଭାବକମାନେ ଷ୍ଟଡି ଲୋନ୍ କରିଥା’ନ୍ତି । ବିଶେଷକରି ପିଲାମାନଙ୍କର ଉଜ୍ଜ୍ୱଳ ଭବିଷ୍ୟତ ପାଇଁ ବାପା-ମା’ମାନେ ଚିନ୍ତିତ ରହିବା ସହ କିପରି ତାଙ୍କ ପିଲାମାନେ ଆଗକୁ ଯାଇପାରିବେ ସେନେଇ ଅଧିକ ଦୃଷ୍ଟି ଦେଇଥା’ନ୍ତି । ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।
ଯଦି ଆପଣ ଆପଣଙ୍କ ପିଲାମାନଙ୍କ ପାଠପଢ଼ା ପାଇଁ ଲୋନ୍ ଆଣିବାକୁ ଚିନ୍ତା କରିଛନ୍ତି । ଅଉ ସେହି ଲୋନ୍ ଶୀଘ୍ର ହେବା ଆପଣଙ୍କ ପାଇଁ ଆବଶ୍ୟକ । ତେବେ ନିଶ୍ଚୟ ଏହି କଥାକୁ ଜାଣିରଖନ୍ତୁ ।
୧. ଋଣ ପାଇଁ ପ୍ରକ୍ରିୟାକରଣ ଶୁଳ୍କ
ଆପଣଙ୍କ ଋଣ ପ୍ରକ୍ରିୟାକରଣ ପାଇଁ ବ୍ୟାଙ୍କ ଏକ ଶୁଳ୍କ ଆଦାୟ କରିବ । ଏହି ଫି’ ସାଧାରଣତ ଅନୁମୋଦିତ ରାଶିର ୧% ରୁ ୨% ମଧ୍ୟରେ ରହିଥାଏ ।
ଅଧିକ ପଢ଼ନ୍ତୁ: ଦଶମ ପରେ ଇଞ୍ଜିନିୟର ହେବାକୁ ଚାହୁଁଛନ୍ତି କି? ଦେଖନ୍ତୁ କେତେକ ଟିପ୍ସ
୨. ପ୍ରିପେମେଣ୍ଟ ଫିସ୍
ଯଦି ଆପଣ ଲୋନର ସମୟସୀମା ପୂର୍ବରୁ ଆପଣ ଋଣ ପରିଷୋଧ କରିବାକୁ ଚାହାନ୍ତି ତେବେ ବ୍ୟାଙ୍କଗୁଡ଼ିକ ପ୍ରିପେମେଣ୍ଟ ଫିସ ଲାଗୁ କରିବେ ନାହିଁ । ଆରବିଆଇ ତଥ୍ୟ ଅନୁସାରେ କୌଣସି ବ୍ୟାଙ୍କ ପ୍ରିପେମେଣ୍ଟ ଜରିମାନା ଆଦାୟ କରିପାରିବେ ନାହିଁ ।
୩. ଠିକ୍ ସମୟରେ EMI ଦିଅନ୍ତୁ
ବାରମ୍ବାର ବିଳମ୍ବ ଦେୟ ଆପଣଙ୍କ CIBIL ସ୍କୋରକୁ ହ୍ରାସ କରିପାରେ । ଭବିଷ୍ୟତରେ ଆପଣଙ୍କୁ କ୍ରେଡିଟ୍ ପ୍ରତ୍ୟାଖ୍ୟାନ ହେବାର ସମ୍ଭାବନା ବଢ଼ିପାରେ । ତେଣୁ ସର୍ବଦା ଆପଣଙ୍କର EMI ଦେୟ ଠିକ୍ ସମୟରେ ଭରନ୍ତୁ ।
୪. ଲୋନ୍ ବାତିଲ୍ କରିବାକୁ ବ୍ୟାଙ୍କମାନେ ନିଷ୍ପତ୍ତି ନେଇପାରେ
କୌଣସି କାରଣକୁ ନେଇ ଆପଣଙ୍କ ଷ୍ଟଡି ଲୋନ୍ ବାତିଲ୍ କରିବାକୁ ବ୍ୟାଙ୍କମାନେ ନିଷ୍ପତ୍ତି ନେଇଥା’ନ୍ତି । ଏହି ଫି ଆଦର୍ଶ ଭାବରେ ୨% ରୁ କମ୍ ହେବା ଉଚିତ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)