IGNOU ର ଜାନୁଆରୀ ୨୦୨୩ ସେସନରେ ଆଡମିଶନ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ ଖୁସି ଖବର। ଆଡ୍ମିଶନ ପାଇଁ IGNOU ଶେଷ ତାରିଖ ବୃଦ୍ଧି କରିଛି। ଜାଣନ୍ତୁ କିପରି କରିବେ ଆବେଦନ…
କାକଟପୁର ଓ ନୟାହାଟ ବାଳିକା ଉଚ୍ଚ ବିଦ୍ୟାଳୟ ଅଧୀକ୍ଷକ ବଦଳିଲେ । ପରୀକ୍ଷା ବେଳେ ଅଧୀକ୍ଷକଙ୍କ ମୋବାଇଲ୍ ସ୍ୱିଚ୍ ଅନ୍ ଥିବାରୁ ବଦଳିଲେ । କାକଟପୁର ବାଳିକା ଉଚ୍ଚ ବିଦ୍ୟାଳୟ କିରାଣୀ ଚାକିରିରୁ ନିଲମ୍ବିତ ହୋଇଛନ୍ତି ।
BA ପରେ ଆପଣ କେବଳ ଉଚ୍ଚଶିକ୍ଷା ପାଇପାରିବେ ନାହିଁ, ସରକାରୀ ଚାକିରି ପାଇଁ ମଧ୍ୟ ଅନେକ ବିକଳ୍ପ ଅଛି। ଯଦି ଆପଣଙ୍କର BA କରିବାକୁ ଇଛା ଅଛି, ତେବେ ଏହି ପାଠ୍ୟକ୍ରମ ପରେ କ’ଣ କରିବେ ତାହା ଜାଣିବା ଦରକାର। ଆସନ୍ତୁ ଜାଣିବା...
ମାଟ୍ରିକ ପରୀକ୍ଷା ଆରମ୍ଭରୁ ଅନୁପସ୍ଥିତ ପରୀକ୍ଷାର୍ଥୀ । ଫର୍ମ ଫିଲପ୍ କରିଛନ୍ତି, ଆଡମିଟ କାର୍ଡ ମିଳିଛି କିନ୍ତୁ ପରୀକ୍ଷା ଦେବାକୁ ଆସୁନାହାଁନ୍ତି । ଜଣେ କି ଦୁଇ ଜଣ ନୁହେଁ ୧୫ ହଜାରରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ହଲ୍ ରେ ବସିନଥିବାରୁ ଉଠିଛି ପ୍ରଶ୍ନ ।
ଦାଦନ, ନାବାଳିକା ବିବାହ ଓ ଆର୍ଥିକ ସମସ୍ୟା ପାଇଁ ମାଟ୍ରିକ ପରୀକ୍ଷାର୍ଥୀ ପରୀକ୍ଷା ଦେଉନଥିବା କୁହାଯାଉଛି । କିନ୍ତୁ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ପରୀକ୍ଷା ପରେ ଅନୁପସ୍ଥିତ ଛାତ୍ରଛାତ୍ରୀଙ୍କ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଆଯିବ ।
ମାଟ୍ରିକ ପରୀକ୍ଷା ଆରମ୍ଭ ହୋଇଥିବା ବେଳେ ହଜାର ହଜାର ଛାତ୍ରଛାତ୍ରୀ ପରୀକ୍ଷାରେ ଅନୁପସ୍ଥିତ ଅଛନ୍ତି। କେବଳ ନବରଙ୍ଗପୁର ଜିଲ୍ଲାରୁ ୯୭୩ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ଅଛନ୍ତି।
ମାତୃଭାଷାରେ ପରୀକ୍ଷା ଦେଲେ ପିଲା । ମାଟ୍ରିକ ପରୀକ୍ଷା ପାଇଁ ଦୃଷ୍ଟିବାଧିତ ପିଲାଙ୍କ ମଧ୍ୟରେ ଉତ୍ସାହ ।
ଉଦ୍ଧାର ପରେ ନିଜ ଗାଁ କୃଷ୍ଣଚନ୍ଦ୍ରପୁରକୁ ଆଣି ପୋଲିସରେ ଜିମା ଦେଇଛନ୍ତି ଲୋକେ । ୟୁନିଫର୍ମରେ ନଥିବାରୁ ପରୀକ୍ଷା ପାଇଁ ଅନୁମତି ଦିଆଯାଇନଥିବା ଛାତ୍ର ଜଣକ କହିଛନ୍ତି । ରାଧାମୋହନ ଜୀଉ ହାଇସ୍କୁଲ ସେଣ୍ଟରରୁ ଫେରାଇ ଦିଆଯାଇଥିଲା ବୋଲି ସେ କହିଛନ୍ତି ।
ସକାଳ ୮ଟାରୁ ୧୦ଟା ପର୍ଯ୍ୟନ୍ତ ପରୀକ୍ଷା । ପ୍ରଥମ ଦିନରେ ମାତୃଭାଷା ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।
ପରୀକ୍ଷା କେନ୍ଦ୍ରକୁ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ ଓ ଜ୍ୟାମିତି ବକ୍ସ ନେବାର ଅନୁମତି ରହିଛି । ପ୍ରଶ୍ନପତ୍ର ଭାଇରାଲ ରୋକିବା ପାଇଁ ମଧ୍ୟ ପଦକ୍ଷେପ ନିଆଯାଇଛି । ପରୀକ୍ଷା ସମୟରେ ମୋବାଇଲ ସ୍ୱିଚ ଅଫ୍ କରି ଗୋଟିଏ ସ୍ଥାନରେ ରଖିବାକୁ ନିର୍ଦ୍ଦେଶ ହୋଇଛି।
ଆସନ୍ତାକାଲି ଠାରୁ ଆରମ୍ଭ ହେବ ମାଟ୍ରିକ୍ ପରୀକ୍ଷା। ପରୀକ୍ଷା କେନ୍ଦ୍ରକୁ ପରୀକ୍ଷାର୍ଥୀ କେବଳ ଆଡମିଟ କାର୍ଡ, ପେନ୍, ପେନସିଲ୍ ଓ ଜୋମେଟ୍ରିବକ୍ସ ନେବାର ଅନୁମତି ରହିଛି।
ଭାଇରାଲ୍ ରୋକିବାକୁ ହୋଇଛି ସ୍ୱତନ୍ତ୍ର ଷ୍ଟ୍ରାଟେଜି । ଏକଜାମ୍ ହଲକୁ ମୋବାଇଲ୍ ମନା । ୩୧୬ ନୋଡାଲ ସେଣ୍ଟରରେ ରହିଛି ପ୍ରଶ୍ନପତ୍ର ।
ପରୀକ୍ଷା କେନ୍ଦ୍ର ଗୁଡିକୁ ଅଚାନକ ଗସ୍ତ କରିବେ ସ୍ପେଶାଲ ସ୍କ୍ୱାଡ୍
UPSCରେ ସଫଳତା ପାଇଥିବା ବିଶାଲଙ୍କ ପରିବାର ବହୁତ ଗରିବ । ୨୦୦୮ ମସିହାରେ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଥିଲା । ପରେ ବିଶାଲଙ୍କ ମା’ ରେନା ଦେବୀ ଛେଳି ଓ ମଇଁଷି ପାଳି ପରିବାରର ପ୍ରତିପୋଷଣ କରୁଥିଲେ ।
ନିକଟରେ JNU କର୍ତ୍ତୃପକ୍ଷ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ଏଣିକି ଛାତ୍ରଛାତ୍ରୀମାନେ ଧାରଣା ଦେଲେ ୨୦ ହଜାର ଟଙ୍କା ଫାଇନ୍ ପଡ଼ିପାରେ।
୧୯୮୫ରେ ୨୩ ବର୍ଷ ବୟସରେ ପ୍ରଥମେ ସ୍କୁଲରେ ଶିକ୍ଷକ ଭାବେ ଚାକିରି ଜୀବନ ଆରମ୍ଭ କରିଥିଲେ ପତି ସାର୍ । ୨୦୨୧ରୁ ସେ ପ୍ରଧାନଶିକ୍ଷକ ଭାବେ ଦାୟିତ୍ୱ ନେଲେ । ତାଙ୍କ ପାଠ ପଢାଇବା ଶୈଳୀ ସବୁଠୁ ନିଆରା । ଅବୁଝା ପିଲାକୁ ଖୁବ ସହଜରେ ବୁଝାଇ ପାଠପଢା ପ୍ରତି ବ୍ରତୀ କରାଇପାରନ୍ତି ପତି ସାର୍ । ସବୁ ବିଷୟରେ ସେ ପାରଙ୍ଗମ ହେଲେ ଇଂରାଜୀ ପାଠ ବେଶୀ ଭଲ ପଢାନ୍ତି ।
ପ୍ରଶ୍ନପତ୍ର ଲିକ୍ ଏବଂ କପି ରୋକିବା ପାଇଁ ପରୀକ୍ଷା କେନ୍ଦ୍ରରେ ହୋଇଛି କଡା ସୁରକ୍ଷା ବ୍ୟବସ୍ଥା ।
ସୋସିଆଲ ମିଡିଆରେ ବୁଲୁଥିବା ପ୍ରଶ୍ନପତ୍ର ନକଲି କହିଲେ ମନ୍ତ୍ରୀ । ସାଇବର ଥାନାରେ ଗଣଶିକ୍ଷା ବିଭାଗର ଏତଲା ।
ଭାଇରାଲ୍ ପ୍ରଶ୍ନପତ୍ର ବିରୋଧରେ ସାଇବର ଥାନାରେ ଏତଲା ଦିଆଯାଇଥିବା ନେଇ ମନ୍ତ୍ରୀ ସମୀର ଦାଶଙ୍କ ସୂଚନା ।
ମା’ ସ୍କୁଲ୍ରେ ପ୍ରଧାନ ଶିକ୍ଷୟିତ୍ରୀ। ହେଲେ ମା’ ବଦଳରେ ତାଙ୍କ ପୁଅ ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ାଉଛନ୍ତି। ପ୍ରଧାନ ଶିକ୍ଷୟିତ୍ରୀ ଜଣକ ଅନେକ ସମୟରେ ସ୍କୁଲ୍ରେ ଅନୁପସ୍ଥିତ ରହୁଥିବା ବେଳେ ତାଙ୍କ ପୁଅ ବିଦ୍ୟାଳୟରେ ପିଲାଙ୍କୁ ପଢ଼ାଉଥିବା ଭିଡିଓ ଭାଇରାଲ୍ ହୋଇଛି।
ଆଜିଠାରୁ ଯୁକ୍ତ ଦୁଇ ବୋର୍ଡ ପରୀକ୍ଷା ଆରମ୍ଭ ହୋଇଛି। ଏଥର ପ୍ରାୟ ସାଢ଼େ ୩ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଉଛନ୍ତି।
ସେଥିପାଇଁ ସାରା ରାଜ୍ୟରେ ମୋଟ୍ ୧୧ ଶହ ୪୫ଟି ପରୀକ୍ଷା କେନ୍ଦ୍ର ଓ ୨୦୨ଟି ହବ୍ କରାଯାଇଛି ।
ଆନ୍ଦୋଳନ ଛାଡ଼ି ପରୀକ୍ଷା ପରିଚାଳନାରେ ସାମିଲ ହେବେ ଅଧ୍ୟାପକ । ୬୬୨ ବର୍ଗ ଅଧ୍ୟାପକ ରାଜି ହେବାରୁ ଆଶ୍ବସ୍ତ ହେଲେ ରାଜ୍ୟ ସରକାର ।
ଦାବି ପୂରଣ ନହେବା ଯାଏଁ ପ୍ରତୀକାତ୍ମକ ଆନ୍ଦୋଳନ ଚାଲୁ ରଖିବାକୁ ବି ସଂଘ ଘୋଷଣା କରିଛି । ଆନ୍ଦୋଳନରତ ଅଧ୍ୟାପକ ସଂଘର ଏକ ପ୍ରତିନିଧି ମଣ୍ଡଳୀ ଆଜି ଅର୍ଥମନ୍ତ୍ରୀ ନୀରଞ୍ଜନ ପୂଜାରୀଙ୍କୁ ଭେଟିଥିଲା ।
ମୁଣ୍ଡ ଉପରେ ପରୀକ୍ଷା । ହେଲେ ଆନ୍ଦୋଳନରେ ପରୀକ୍ଷକ । ଦାବି ପୂରଣ ନହେଲେ ପରୀକ୍ଷା ବର୍ଜନର ଧମକ । ଏବେ କେମିତି ହେବ ପରୀକ୍ଷା ପରିଚାଳନା ? ଅକଳରେ ଗଣଶିକ୍ଷା ବିଭାଗ । ମାର୍ଚ୍ଚ ୧ରୁ ଆରମ୍ଭ ହେବ ଯୁକ୍ତ ଦୁଇ ପରୀକ୍ଷା । ହେଲେ ଯେଉଁ ମାନେ ପରୀକ୍ଷା ପରିଚାଳନା କରିବେ ସେହି ଅଧ୍ୟାପକମାନେ ଏବେ ଭୁବନେଶ୍ୱର ମହାତ୍ମାଗାନ୍ଧି ମାର୍ଗରେ ।