Advertisment

ଆଜିଠୁ ମାଟ୍ରିକ ଖାତାଦେଖା, ୧୩ ହଜାର ଶିକ୍ଷକ ଖାତା ଦେଖିବେ

ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Odisha Matric Exam Answer Evaluation Begins From Today

Evaluation Of Odisha Matric Exam Answer Papers Begins From Today

ଆଜିଠୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା। ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖିବେ ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ଗତକାଲିଠାରୁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ  ଶିକ୍ଷକ, ଶିକ୍ଷୟିତ୍ରୀ ଯୋଗ ଦେଇଛନ୍ତି। ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ ଦେଖିବେ ବୋଲି ସୂଚନା ମିଳିଛି।

Advertisment

ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି। ପ୍ରାୟ ୧୨ ଦିନ ଯାଏ ଚାଲିବ ଖାତାଦେଖା ପ୍ରକ୍ରିୟା। ମାଟ୍ରିକ ଫଳାଫଳ କେବେ ବାହାରିବ, ସେନେଇ ନିର୍ଦ୍ଦିଷ୍ଟ ତାରିଖ ଜଣାପଡ଼ିନଥିଲେ ବି ଚଳିତ ମାସ ଶେଷ ଆଡ଼କୁ ନଚେତ୍‌ ମେ’ ପ୍ରଥମ ସପ୍ତାହ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇବ ବୋଲି କୁହାଯାଉଛି ।

ସେପଟେ ଆଜିଠୁ ଆରମ୍ଭ ହେଉଛି ୨୦୨୩-୨୪ ଶିକ୍ଷାବର୍ଷ । ରାଜ୍ୟର ସମସ୍ତ ସରକାରୀ ଓ ବେସକରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍‌ ଗୁଡିକରେ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ଚାଲିବ ପାଠପଢ଼ା। ଏଥିସହ ଆଜିଠୁ ୮ ତାରିଖ ଯାଏ ଚାଲିବ ପ୍ରଥମ ଶ୍ରେଣୀର ନାମଲେଖା। ଏନେଇ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଛନ୍ତି। ତେବେ ଗ୍ରୀଷ୍ମଋତୁ ପାଇଁ ଏପ୍ରିଲ ୧୧ରୁ ସ୍କୁଲ୍‌ ଗୁଡ଼ିକରେ ସକାଳୁଆ ପାଠପଢ଼ା ହେବ।

Advertisment

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏ ପାଠପଢ଼ା ସକାଳ ୭ଟାରୁ ଆରମ୍ଭ ହୋଇ ଦିନ ୧୧ଟା ୩୦ ଯାଏ ଚାଲିବ। ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାର ସ୍କୁଲ୍‌ ଗୁଡ଼ିକ ସମୟ ନିର୍ଘଣ୍ଟକୁ ପରିବର୍ତ୍ତନ କରିପାରିବେ। ସ୍କୁଲ୍‌ ଗୁଡ଼ିକରେ ସ୍ୱଚ୍ଛ ପାନୀୟ ଜଳ ଓ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେବାକୁ ସ୍କୁଲ୍‌ କର୍ତ୍ତୃପକ୍ଷକୁ ବିଭାଗୀୟ ନିର୍ଦ୍ଦେଶ  ରହିଛି। 

Matric Exams BSE Odisha Odisha Matric Exam
Advertisment
Advertisment