/odishatv-khabar/media/post_attachments/uploadimage/library/16_9/16_9_0/BSE_1680454000.jpg)
BSE
ଆସନ୍ତାକାଲିଠାରୁ ଆରମ୍ଭ ହେବ ମାଟ୍ରିକ ଖାତାଦେଖା । ରାଜ୍ୟର ୫୬ଟି ମୂଲ୍ୟାୟନ କେନ୍ଦ୍ରରେ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ । ଏଥିପାଇଁ ଆଜିଠୁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ କାର୍ଯ୍ୟରେ ଯୋଗଦେଇଛନ୍ତି । ପ୍ରାୟ ୧୩ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଖାତା ଦେଖିବେ ବୋଲି ସୂଚନା ମିଳିଛି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତାଦେଖିବେ ଶିକ୍ଷକ ଶିକ୍ଷୟିତ୍ରୀ ।
Advertisment
ଅଧିକ ପଢ଼ନ୍ତୁ: ଏପ୍ରିଲ ୩ରୁ ନୂଆ ଶିକ୍ଷା ବର୍ଷ ପାଇଁ ପାଠପଢ଼ା ଆରମ୍ଭ
ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି । ପ୍ରାୟ ୧୨ ଦିନ ଯାଏଁ ଚାଲିବ ଖାତାଦେଖା ପ୍ରକ୍ରିୟା । ତେବେ ମାଟ୍ରିକ ଫଳାଫଳ କେବେ ବାହାରିବ, ସେନେଇ ନିର୍ଦ୍ଧିଷ୍ଟ ତାରିଖ ଜଣାପଡ଼ିନଥିଲେ ମଧ୍ୟ ଚଳିତ ମାସ ଆଡ଼କୁ ନଚେତ ମେ’ ପ୍ରଥମ ସପ୍ତାହ ସୁଦ୍ଧା ରେଜଲଟ ଆସିବ ବୋଲି କୁହାଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)