କଡ଼ା ସୁରକ୍ଷା ବନ୍ଦୋବସ୍ତ, ପ୍ରଥମଥର ପାଇଁ AI ସର୍ଭେଲାନ୍ସ ବ୍ୟବସ୍ଥା ସତ୍ତ୍ବେ, ମାଟ୍ରିକ୍ ପ୍ରଶ୍ନପତ୍ର ଲିକ୍ ଓ ଭାଇରାଲ୍ ଅଭିଯୋଗକୁ ନେଇ ହଇଚଇ। ଘଟଣାକୁ ନେଇ ଅଭିଭାବକ ଉଦବେଗ ପ୍ରକାଶ କରିଥିଲା ବେଳେ ବିରୋଧୀ ଏନେଇ ସରକାରଙ୍କୁ ଘେରିବା ସହ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି।
କେଉଁଠି ଫୁଲ ଚନ୍ଦନ ଦେଇ ସ୍ୱାଗତ.. କେଉଁଠି ମିଠା ଖୁଆଇ ଉତ୍ସାହ ବୃଦ୍ଧି । ଏକାଡେମିକ୍ କ୍ୟାରିୟରର ପ୍ରଥମ ବଡ଼ ପରୀକ୍ଷା । ତେଣୁ ଡର ଯେତିକି, ଉତ୍ସାହ ବି ସେତିକି । ଆଜିଠୁ ଆରମ୍ଭ ହୋଇଛି ମାଟ୍ରିକ ବୋର୍ଡ ପରୀକ୍ଷା ।
ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଦେଇଥିବା ୫ ଲକ୍ଷରୁ ଅଧିକ ପରୀକ୍ଷାର୍ଥୀଙ୍କ ଖାତା ଦେଖିବେ ପ୍ରାୟ ୧୩ ହଜାର ଶିକ୍ଷକ, ଶିକ୍ଷୟିତ୍ରୀ। ଏଥିପାଇଁ ମୂଲ୍ୟାୟନ କେନ୍ଦ୍ର ଗୁଡ଼ିକରେ ସମସ୍ତ ପ୍ରକାରର ବନ୍ଦୋବସ୍ତ କରାଯାଇଛି।
ମାଟ୍ରିକ୍ ସମେଟିଭ୍ ପରୀକ୍ଷା ନେଇ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି। କରୋନା କଟକଣା ସହ ପରୀକ୍ଷା ହେବ। ଆସନ୍ତାକାଲିଠୁ ରାଜ୍ୟରେ ପ୍ରଥମ ଥର ପାଇଁ ମାଟ୍ରିକ୍ ଛାତ୍ରଛାତ୍ରୀ ସମେଟିଭ୍ ପରୀକ୍ଷା ଦେବେ।