କେତେବେଳେ ଯେ ବନ୍ଦ ହୋଇଯିବ ବିଶ୍ୱବିଦ୍ୟାଳୟ ଆଉ ମାନ୍ୟତା ହରାଇବ ତାକୁ ନେଇ ଏବେ ବଢ଼ିଲାଣି ଚିନ୍ତା। ସମ୍ବଲପୁରରେ ଥିବା ରାଜ୍ୟର ଏକ ମାତ୍ର ମୁକ୍ତ ବିଶ୍ୱବିଦ୍ୟାଳୟ ଏବେ ଦ୍ୱନ୍ଦ୍ୱ ଓ ଆଶଙ୍କାରେ ଚାଲିଛି।
ଜାଣନ୍ତୁ କିପରି ଥିଲା UPSC କ୍ରାକ୍ କରିବାର ଷ୍ଟ୍ରାଟେଜୀ ।
ଏଇଟା ସ୍କୁଲ ତ ! ଗୋଟିଏ ଗୃହରେ ଚାରି ଚାରୋଟି ଶ୍ରେଣୀର ପିଲା ପଢୁଛନ୍ତି ପାଠ । ଏକା ସାଙ୍ଗରେ ପିଲାଙ୍କୁ ପଢାଯାଉଥିବାରୁ କେହି କିଛି ବୁଝୁନଥିବା ଅଭିଯୋଗ । ଚେଇଁ ଶୋଇଛି ପ୍ରଶାସନ, ମୁର୍ଖ ହେବେ ପିଲା...
ପ୍ରାଥମିକ ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ.. ଆଜି ଅପରାହ୍ଣରେ ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକ..ସଂଘର କର୍ମକର୍ତ୍ତାଙ୍କୁ ବୈଠକରେ ଯୋଗ ଦେବାକୁ ଆହ୍ୱାନ..
ଦଶମ ଦିନରେ ଶିକ୍ଷକ ଆନ୍ଦୋଳନ । ସରକାର ହେଲେଣି ନାକେଦମ୍ । କିନ୍ତୁ ଜିଦରେ ଅଟଳ ପ୍ରାଥମିକ ଶିକ୍ଷକ । ସ୍କୁଲରେ ଫିକା ପଡିବ କି ଗଣେଶ ପୂଜା? ସେପଟେ ଅଙ୍ଗନୱାଡି କର୍ମୀ ଓ ଅଭିଭାବକ ସଂଘର ଶିକ୍ଷକ ଆନ୍ଦୋଳନକୁ ସମର୍ଥନ ।
ହାତରେ ଦାଶ କାଠିଆ, ଆଉ ତାଳେ ତାଳେ ଗୀତ ବୋଲି ନିଜର ହକ୍ ଦାବି କରୁଛନ୍ତି ଶିକ୍ଷକ। ନିଜର ହକ୍ ପାଇଁ ଶିକ୍ଷକମାନେ ରାଜରାସ୍ତାକୁ ଓହ୍ଲାଇ ଥିବାବେଳେ ଦାଶ କାଠିଆ ମାଧ୍ୟମରେ କିଭଳି ଭାବେ ସରକାରଙ୍କୁ ସେମାନଙ୍କର ଦାବି ଜଣାଉଛନ୍ତି ତା’ର ଏକ ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି।
ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ନେଇ ତାତିଲା କଂଗ୍ରେସ। ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀଙ୍କ ବାସଭବନ ଘେରିବା ସହ ଅଣ୍ଡାମାଡ଼ କଲା ଛାତ୍ର କଂଗ୍ରେସ।
ଆନ୍ଦୋଳନରତ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ରାଜ୍ୟ ସରକାରଙ୍କ ନାଲି ଆଖି ! ଆନ୍ଦୋଳନ ବନ୍ଦ କରି କାର୍ଯ୍ୟରେ ଯୋଗଦେବାକୁ ନିର୍ଦ୍ଦେଶ ଦିଆଯାଇଛି।
ରାଜ୍ୟରେ ଅଧିକାଂଶ ସ୍ଥାନରେ ତୁହାକୁ ତୁହା ବର୍ଷା ଜାରି ରହିଛି। ପ୍ରବଳ ବର୍ଷା ଯୋଗୁ ଆଜି ବଲାଙ୍ଗିରରେ ସବୁ ସ୍କୁଲ୍ ଛୁଟି ଘୋଷଣା କରାଯାଇଛି।
ଗଣତାନ୍ତ୍ରିକ ଅଧିକାରକୁ କାହିଁକି ଗୁରୁତ୍ୱ ଦେଉନାହାନ୍ତି ସରକାର ? କୋର୍ଟ ଯିବାକୁ ବିଜେପି ଯୁବମୋର୍ଚ୍ଚାର ଚେତାବନୀ ।
ଏବର୍ଷ ବି ହେବନି ଛାତ୍ର ସଂସଦ ନିର୍ବାଚନ । କ୍ରମାଗତ ଷଷ୍ଠ ଥର ପାଇଁ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ କ୍ୟାମ୍ପସରେ ନିର୍ବାଚନ ନ କରିବାକୁ ରାଜ୍ୟ ସରକାର ନିଷ୍ପତି ନେଇଛନ୍ତି। ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ବାର୍ଷିକ ଶିକ୍ଷା କ୍ୟାଲେଣ୍ଡରରେ ଛାତ୍ର ସଂସଦ ନିର୍ବାଚନ କଥା ଉଲ୍ଲେଖ ନାହିଁ।
ଜନ୍ମରୁ ଗୋଟିଏ ହାତ ନାହିଁ । ନିଜେ ଯୁକ୍ତ ୩ରେ ପଢୁଛନ୍ତି ପାଠ । ଗାଁର କୌଣସି ପିଲା ଯେମିତି ଅପାଠୁଆ ନରୁହନ୍ତି ସେଥିପାଇଁ ଦିବାରାତ୍ର କରୁଛନ୍ତି ପରିଶ୍ରମ । ସକାଳୁ ସଂଜ...ଅନେକ ପିଲାଙ୍କୁ ପଢାଉଛନ୍ତି ପାଠ
ତୀବ୍ର ହେଉଛି ଶିକ୍ଷକ ଆନ୍ଦୋଳନ। ଆଜିଠାରୁ ପ୍ରାଥମିକ ଶିକ୍ଷକମାନେ ସମୂହ ଛୁଟିରେ ଯିବେ ବୋଲି ଚରମ ନିଷ୍ପତ୍ତି ନେଇଛନ୍ତି।
ସରକାର ଏଯାଏ କୌଣସି ଆଲୋଚନା କରିନଥିବାରୁ ଧୀରେ ଧୀରେ ପ୍ରତିବାଦ ରାଜ୍ୟବ୍ୟାପୀ ତେଜିବାରେ ଲାଗିଛି।
୨୦ ହଜାର କନିଷ୍ଠ ଶିକ୍ଷକଙ୍କୁ ନିଯୁକ୍ତି ନେଇ ସରକାରଙ୍କ ବିଜ୍ଞାପନ ।
ରାଜ୍ୟରେ ୨୦ ହଜାର ପ୍ରାଥମିକ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ୧୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ।
କୁହାଯାଇଛି ଯେ, ଟ୍ୟାବଲେଟ୍ ମାଧ୍ୟମରେ ବିଦ୍ୟାଳୟଗୁଡ଼ିକର ମଧ୍ୟାହ୍ନ ଭୋଜନ, ଉପସ୍ଥାନ, ସଭା, ଲାଇବ୍ରେରୀ ଏବଂ କ୍ରୀଡା ଏବଂ ଅନ୍ୟାନ୍ୟ ପାଇଁ ରେଜିଷ୍ଟର ବଦଳାଇ ଏକ ଅନଲାଇନ୍ ଇକୋସିଷ୍ଟମ୍ ବ୍ୟବହାର କରାଯିବ।
ଉଚ୍ଚ ଶିକ୍ଷିତ ହୋଇ ରୋଜଗାର ଆଶା ନ ରଖି ମାଗଣାରେ ପାଠ ପଢ଼ାନ୍ତି ସାଇ ସାର୍...
ସ୍କୁଲ ଡ୍ରପଆଉଟ୍ ବି ହେବେ କୁଶଳୀ । ପାଲଟିବେ ଶିଳ୍ପକ୍ଷେତ୍ର ଲାଗି ଯୋଗ୍ୟ ମାନବସମ୍ବଳ । ରାଜ୍ୟରେ ଡ୍ରପ ଆଉଟ୍ ହାର ବଢ଼ିବା ପରେ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ଗଣଶିକ୍ଷା ବିଭାଗ ।
ଉପାନ୍ତରୁ ଉପକୂଳ, ସବୁଠି ଡ୍ରପ ଆଉଟ୍ ହାର ବଢ଼ିବା ପରେ ଗଣଶିକ୍ଷା ବିଭାଗକୁ ଘାରିଛି ସେମାନଙ୍କ ଚିନ୍ତା। ଡ୍ରପ ଆଉଟ୍ ଛାତ୍ରଛାତ୍ରୀଙ୍କୁ କୁଶଳୀ କରିବାକୁ CTTC ସହ ସହଭାଗିତା କରିବାକୁ ନିଷ୍ପତ୍ତି ନେଇଛି ବିଭାଗ।
କଲେଜରେ ସେ ପ୍ରିନ୍ସିପାଲ । ଇତିହାସ ବିଭାଗରେ ପିଲାଙ୍କୁ ପଢାଉଛନ୍ତି ପାଠ...ପଢା ସାରିବା କ୍ଷଣି ସମାଜସେବା ସହ ପରିବେଶକୁ ସୁସ୍ଥ ରଖିବାକୁ ଛାତ୍ରଛାତ୍ରୀଙ୍କୁ ଦେଉଛନ୍ତି ତାଲିମ । ଭୂରି ଭୂରି ପ୍ରଶଂସା କଲେ ଜିଲ୍ଲାପାଳ...
ସରକାରୀ ମେଡିକାଲ ଓ ଇଞ୍ଜିନିୟରିଂ ଶିକ୍ଷାନୁଷ୍ଠାନ ଗୁଡ଼ିକରେ ମାଗଣାରେ ST/SC ପିଲାମାନେ ପାଠପଢ଼ିବେ । ଏଥିପାଇଁ ଅଭିଭାବକଙ୍କୁ କୌଣସି ଖର୍ଚ୍ଚ ବହନକରିବାକୁ ପଡ଼ିବନାହିଁ ।
ଜେନେରାଲ ଷ୍ଟ୍ରିମ୍ରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ । ପ୍ରଥମ ପର୍ଯ୍ୟାୟ ଆଡମିଶନ୍ ପରେ ବି ଯୁକ୍ତ ତିନିରେ ଖାଲି ପଡିଛି ଲକ୍ଷ ଲକ୍ଷ ସିଟ୍ । ବୈଷୟିକ ଶିକ୍ଷା ଆଡ଼କୁ ଢଳୁଛନ୍ତି କି ଛାତ୍ରଛାତ୍ରୀ ?
ଏଇଟା ସ୍କୁଲ ନା ଆଉ କଣ ? ମାତ୍ର ୨୩ ପିଲାଙ୍କ ଲାଗି ତିଆରି ହୋଇଛି ୧୩ ଶୌଚାଳୟ । ହେଲେ ବି ସ୍କୁଲକୁ ଆସୁନାହାନ୍ତି ପିଲା । ପାଚେରି ନଥିବାରୁ ପାଦେ ପାଦେ ରହିଛି ବିପଦ
ଏନେଇ ଘୋଷଣା କଲା ଓଡ଼ିଶା ଲୋକସେବା ଆୟୋଗ ।