Advertisment

ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ ...

NCERT ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ...

author-image
Prangyan Parimita
'India' vs 'Bharat': NCERT panel favours the latter

'India' vs 'Bharat': NCERT panel favours the latter

NCERT ବହିରେ 'ଭାରତ'। NCERT ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ବହିରେ 'ଭାରତ' କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ହୋଇଛି। କିଛି ମାସ ପୂର୍ବରୁ ଏହି ପ୍ରସ୍ତାବ ଆସିଥିଲା। ଏବେ ଏହି ପ୍ରସ୍ତାବକୁ ସ୍ୱୀକୃତି ମିଳିସାରିଥିବା ବେଳେ ଏନସିଇଆରଟି ନୂଆ ବହିରେ ଏଣିକି ଇଣ୍ଡିଆ ବଦଳରେ ଭାରତ ପ୍ରିଣ୍ଟ ହେବ।

Advertisment

ଏନ୍‌ସିଆର୍‌ଟି ପ୍ୟାନେଲର ଜଣେ ସଦସ୍ୟଙ୍କ କହିବା ମୁତାବକ, ଯଦି ଦିଆଯାଇଥିବା ପ୍ରସ୍ତାବ ପାସ୍‌ ହୁଏ ତେବେ ଏନ୍‌ସିଆର୍‌ଟିର ପରବର୍ତ୍ତୀ ବହି ସେଟ୍‌ରେ ଇଣ୍ଡିଆର ନାଁ ବଦଳାଇ ଭାରତ କରିଦିଆଯିବ। କେବଳ ସେତିକି ନୁହେଁ ପାଠ୍ୟପୁସ୍ତକରେ 'ହିନ୍ଦୁ ଭିକ୍ଟ୍ରିଜ'କୁ ଉଜାଗର କରିବା ପାଇଁ ମଧ୍ୟ ସୁପାରିଶ କରିଛି କମିଟି।

କିଛି ଦିନ ତ‌ଳେ ଦେଶର ନାମ ‘ଇଣ୍ଡିଆ’କୁ ‘ଭାରତ’ କରିବା ନେଇ ବିତର୍କ ଆରମ୍ଭ ହୋଇଥିଲା। ଜି-୨୦ ଇଭେଣ୍ଟ ପାଇଁ ଭାରତର ରାଷ୍ଟ୍ରପତିଙ୍କୁ ଯେଇଁ ନିମନ୍ତ୍ରଣ ପତ୍ର ଦିଆଯାଇଥିଲା, ସେଇଥି ପାଇଁ ବିତର୍କ ହୋଇଥିଲା । ନିମନ୍ତ୍ରଣ ପତ୍ର ‘‌ପ୍ରେସିଡେଣ୍ଟ ଅଫ୍ ଇଣ୍ଡିଆ’ ବଦଳରେ ‘ପ୍ରେସିଡେଣ୍ଟ ଅଫ୍ ଭାରତ’ ଲେଖାଯାଇଥିଲା । କେବଳ ଏତିକି ନୁହେଁ -୨୦ ସମ୍ମିଳନୀରେ ‘ଇଣ୍ଡିଆ’ ନୁହେଁ ଚିହ୍ନିତ ହୋଇଥିଲା ‘ଭାରତ’। G-20 ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେମ୍ ପ୍ଲେଟ୍ ବଦଳିଥିଲା ।

Advertisment
India NCERT
Advertisment
Advertisment