Advertisment

ଅନ୍ଧାରରେ ପିଲାଙ୍କ କ୍ୟାରିୟର; ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ

ବିନା ଅନୁମୋଦନରେ ଚାଲିଛି ଉଚ୍ଚ ଶିକ୍ଷାନୁଷ୍ଠାନ । ପିଲାଙ୍କୁ ଅନ୍ଧାରରେ ରଖି କଲେଜ କର୍ତ୍ତୃପକ୍ଷ କରାଉଛନ୍ତି ଆଡମିଶନ । କ୍ୟାରିୟର ସହ ଚାଲିଛି ଖେଳ । ଚିନ୍ତାରେ ଉଚ୍ଚଶିକ୍ଷା ବିଭାଗ । କାରଣ ବିଭାଗର ନାକ ନିଶ ତଳେ ଚାଲିଛି ଏଭଳି ବେଆଇନ୍ କାରବାର ।

author-image
Tanmay Kumar Mahalik

ଚାଲିଛି ବେଆଇନ କଲେଜର ବେଆଇନ ଆଡିମିଶନ । ଏଭଳି ଫେକ୍ କଲେଜ ବିଷୟରେ ନଜାଣି ଆପଣ ଯଦି ଆଡମିଶନ କରିଦେଲେ, ପାଠ ତ ପଢ଼ିବେ, କିନ୍ତୁ ୟୁନିଭର୍ସିଟିର ଅନୁମୋଦନ ନଥିବାରୁ ପରୀକ୍ଷା ଦେଇପାରିବେନି କି ସାର୍ଟିଫିକେଟ୍ ମିଳିବନି । କେତେକ ଡିଗ୍ରୀ ଓ ପ୍ରଫେସନାଲ୍ କଲେଜରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ଯେଉଁଥିପାଇଁ ଆରମ୍ଭ ହୋଇଛି ଯାଞ୍ଚ । ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକମାନେ ଅନୁମୋଦନ ନଥିବା କଲେଜ ତାଲିକା ତୁରନ୍ତ ଦେବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି ।

Advertisment
College
Advertisment
Advertisment