• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ରାଜ୍ୟ ସରକାରଙ୍କ ପକ୍ଷରୁ ନବମ ଶ୍ରେଣୀ ଛାତ୍ରୀଛାତ୍ରଙ୍କୁ ଯୋଗାଇ ଦିଆଯାଉଥିବା ସାଇକେଲରେ ଏଣିକି ଲାଗିବ ଷ୍ଟିକର । ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାକୁ କାର୍ଯ୍ୟକାରୀ କରିବାକୁ ମାଧ୍ୟମିକ ଶିକ୍ଷା ନିର୍ଦେଶାଳୟ ପକ୍ଷରୁ ଜିଲ୍ଲା ଓ ବ୍ଳକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।  

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ମିଳିଥିବା ସାଇକଲରେ ଷ୍ଟିକରିଂ କରାଯିବ । ଆସନ୍ତା ୩୦ ତାରିଖରେ ଏହି ଷ୍ଟିକର ଲଗାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ‘ଗଙ୍ଗାଧର ମେହେର ଶିକ୍ଷା ମାନକ ବୃଦ୍ଧି ଯୋଜନା’ରେ ସାଇକେଲ ପାଇଁ ଛାତ୍ରୀଛାତ୍ରଙ୍କୁ ୩,୫୦୦ ଟଙ୍କା ଲେଖାଏ ପ୍ରଦାନ କରାଯାଇଛି ।

ନୂଆ ସାଇକେଲ ନେଇ ସେମାନେ ଗୁରୁବାର ସ୍କୁଲକୁ ଆସିବେ । ବିଦ୍ୟାଳୟରେ ସାଇକେଲ ଯାଞ୍ଚ କରିବେ ଶିକ୍ଷକ । ଯାଞ୍ଚ କରିବା ପରେ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର ଲଗାଇବେ । ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ଯେମିତି ବ୍ୟାଘାତ ନ ହେବ ସେଥିପାଇଁ ମଧ୍ୟାହ୍ନଭୋଜନ ବିରତିରେ ଏହି କାମ ହେବ ।

ମୋ’ ସ୍କୁଲ୍  ପକ୍ଷରୁ ଆବଶ୍ୟକୀୟ ଷ୍ଟିକର ମଧ୍ୟ ଯୋଗାଇ ଦିଆଯାଇଛି । ଡିସେମ୍ବର ୧୫ ସୁଦ୍ଧା ବିନିଯୋଗ ପ୍ରମାଣପତ୍ର ଦେବାକୁ ନିର୍ଦେଶ ଦିଆଯାଇଛି । ଏଥିପାଇଁ ମଧ୍ୟ ନିୟମାବଳୀ ଜାରି କରାଯାଇଛି ।