Advertisment

Viral Video: ସ୍କୁଲରେ ନୂଆ ବ୍ୟବସ୍ଥା; ଡେସ୍କ୍ ହୋଇଯାଉଛି ବେଡ୍, ପିଲାମାନେ ଶୋଉଛନ୍ତି

ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି ଚାଇନାର କେତେକ ବିଦ୍ୟାଳୟ କିଛି ନୂଆ ତରିକା ଆପଣେଇଛନ୍ତି। କ୍ଲାସ୍ ରୁମ୍‌ରେ ପଡିଥିବା ଡେସ୍କଗୁଡିକୁ ଏକ ଫୋଲ୍‌ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
School desks that turn into beds

In Chinese schools, desks-turned-beds help kids nap in classes

ଛାତ୍ରମାନଙ୍କର ସୁସ୍ଥତା ଏବଂ ମାନସିକ ବିକାଶକୁ ପ୍ରାଥମିକତା ଦେ‍ଇ ଚାଇନାର କେତେକ ବିଦ୍ୟାଳୟ ପାରମ୍ପରିକ ଶ୍ରେଣୀଗୃହ ସେଟ୍‌ଅପ୍ - ଡେସ୍କରେ ଏକ ପରିବର୍ତ୍ତନଶୀଳ ସମାଧାନ ଆଣିଛନ୍ତି ଯାହା କିଛି ମିନିଟ୍ ମଧ୍ୟରେ ଶଯ୍ୟାରେ ପରିଣତ ହୋଇଯିବ।

Advertisment

ଶିକ୍ଷାଗତ ଭିତ୍ତିଭୂମିରେ ପରିବର୍ତ୍ତନ ଆଣି କିଛି ନୂଆ ତରିକା ମିଶାଯାଇଛି। କିଛି ନିର୍ଦ୍ଦିଷ୍ଟ ସମୟ ପାଇଁ ପିଲାମାନଙ୍କୁ ଶୋଇବାକୁ ଅନୁମତି ଦିଆଯାଇଛି। କ୍ଲାସ୍ ରୁମ୍‌ରେ ପଡିଥିବା ଏହି ଡେସ୍କଗୁଡିକୁ ଏକ ଫୋଲ୍‌ଡେବଲ୍ ମେକାନିଜିମ୍ ସହିତ ତିଆରି କରାଯାଇଛି, ଯାହା ଦୁଇଟି କାମ କରିପାରିବ।

ପିଲାମାନଙ୍କର ବୌଧିକ ବିକାଶ ଏବଂ ସାମଗ୍ରିକ ମାନସିକ ସ୍ୱାସ୍ଥ୍ୟକୁ ଦୃଷ୍ଟିରେ ରଖି ସେମାନଙ୍କୁ ଶ୍ରେଣୀ ଗୃହରେ କିଛି ସମୟ ବିଶ୍ରାମ ନେବାକୁ ଅନୁମତି ଦିଆଯାଇଛି।

Advertisment

ବିଶେଷଜ୍ଞମାନେ କହିଛନ୍ତି ଯେ ଚାଇନାରେ ଶିକ୍ଷା ପ୍ରତି ଅଧିକ ସାମଗ୍ରିକ ଆଭିମୁଖ୍ୟର ଆବଶ୍ୟକତା ରହିଛି। ଏବଂ ଏହି ପଦକ୍ଷେପ ଶିକ୍ଷାଗତ ଦୃଷ୍ଟାନ୍ତରେ ଏକ ପରିବର୍ତ୍ତନକୁ ପ୍ରତିଫଳିତ କରିଥାଏ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟ ଏକାଡେମିକ୍ ସଫଳତା ସହିତ ଜଡିତ ଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଉଛି।

ତେବେ ଅଭିଭାବକ ଏବଂ ଶିକ୍ଷକମାନେ ଛାତ୍ରମାନଙ୍କ ଆଚରଣ ଏବଂ ଧ୍ୟାନରେ ସକରାତ୍ମକ ପରିବର୍ତ୍ତନକୁ ଲକ୍ଷ୍ୟ କରି ଏହି ପଦକ୍ଷେପକୁ ସ୍ୱାଗତ କରିଛନ୍ତି।

ଜଣେ ୟୁଜର୍ X ରେ ଲେଖିଛନ୍ତି, “ଏଭଳି ସ୍କୁଲ୍‌କୁ ମୁଁ ସ୍ୱାଗତ କରୁଛି”। ସେହିପରି ଆଉ ଜଣେ କହିଛନ୍ତି “କି ଅଭିନବ ଡେସ୍କ ସିଷ୍ଟମ୍! ଏହା ପ୍ରକୃତରେ ଛାତ୍ରମାନଙ୍କୁ ସହଜରେ ଶିକ୍ଷଣ ବ୍ୟବସ୍ଥାରେ ଆଗକୁ ଯିବାକୁ ପ୍ରେରଣା ଦେବ।” ଅନ୍ୟ ଜଣେ କହିଛନ୍ତି, “ଇଚ୍ଛାକରୁଛି, ଆମେ ମଧ୍ୟ ଏହି ବ୍ୟବସ୍ଥାକୁ କାର୍ଯ୍ୟକ୍ଷେତ୍ରରେ ପାଆନ୍ତୁ! ଏମିତି ହେଲେ କାର୍ଯ୍ୟ ଦକ୍ଷତା ଆକାଶଛୁଆଁ ହେବ!”

Educational Institute Social Media Viral Video School Education
Advertisment
Advertisment