ଆଉ ମାତ୍ର ୨ ସପ୍ତାହ ପରେ ଯୁକ୍ତ ୨ ପରୀକ୍ଷା ହେବାକୁ ଥିବା ବେଳେ, ଏହାକୁ ସୁଚାରୁ ଓ ଶୃଙ୍ଖଳିତ କରିବା ପାଇଁ ହୋଇଛି ବ୍ୟାପକ ବ୍ୟବସ୍ଥା। ଆଜି ମୁଖ୍ୟ ଶାସନ ସଚିବ ପ୍ରସ୍ତୁତି ବୈଠକ କରିଥିବା ବେଳେ, ୪୫ ଦିନରେ ରେଜଲଟ୍ ପ୍ରକାଶ ଓ ପେପର ଲିକ୍ ରୋକିବାକୁ ଏଥିରେ ବିଶେଷ ଗୁରୁତ୍ବ ଦିଆଯାଇଥିବା ସୂଚନା ମିଳିଛି ।
ପରୀକ୍ଷା ନେଇ ସରିଲା CHSEର ବୈଠକ । ସମୁଦାୟ ୩ ଲକ୍ଷ ୯୬ ହଜାରରୁ ଅଧିକ ପିଲାଏ ଦେବେ ପରୀକ୍ଷା । ୧୨୭୬ ସେଣ୍ଟରରେ ପରୀକ୍ଷା ହେବ ।
ରାଜ୍ୟର ପ୍ରତି ପରୀକ୍ଷାକେନ୍ଦ୍ର ସହ ପରୀକ୍ଷା ପରିଚାଳନା ହବ୍କୁ ଲାଇଭ୍ ଷ୍ଟ୍ରିମିଙ୍ଗ ମାଧ୍ୟମରେ ମନିଟରିଂ କରାଯିବ ।
ଏପ୍ରିଲ ୨୮ରୁ ଆରମ୍ଭ ହେବ ଦ୍ୱାଦଶ (+୨) ବୋର୍ଡ ପରୀକ୍ଷା। କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ହେବ। ରାଜ୍ୟରେ ମୋଟ୍ ୩ ଲକ୍ଷ ୨୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।