OSSC Exam
ବିଭ୍ରାଟ, ବ୍ୟତିକ୍ରମ, ବାତିଲ୍ । ଓଡିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପାଇଁ ଏସବୁ ଯେମିତି ଗୋଟିଏ ଗୋଟିଏ ପ୍ରତିଶବ୍ଦ ସେଥିପାଇଁ OSSC କରୁଥିବା ପରୀକ୍ଷା ଉପରୁ ଉଠିଯାଉଛି ଚାକିରି ଆଶାୟୀଙ୍କ ଭରସା। କେତେବେଳେ ପ୍ରଶ୍ନପତ୍ର ଲିକ୍ ତ କେତେବେଳେ ସିଲାବସ୍ ବାହାରୁ ପ୍ରଶ୍ନକୁ ନେଇ ପରୀକ୍ଷାର୍ଥୀଙ୍କ ଅସନ୍ତୋଷ ବଢୁଥିବାବେଳେ ଏଭଳି ତ୍ରୁଟିକୁ ନିଜେ ସ୍ୱୀକାର କରି ପରୀକ୍ଷା ବି ବାତିଲ୍ କରୁଛନ୍ତି କମିଶନ। ଗତକାଲି ସେହିକ୍ରମରେ ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କ ମୁଖ୍ୟ ଲିଖିତ ପରୀକ୍ଷା ବାତିଲ୍ ହୋଇଛି । ଚଳିତବର୍ଷ ସେପ୍ଟେମ୍ୱର ୨୨ରେ ହିନ୍ଦୀ ଓ ୨୩ରେ ସଂସ୍କୃତ ଶିକ୍ଷକ ପରୀକ୍ଷା ଦେଇଥିଲେ ଆଶାୟୀ । ହେଲେ ପରୀକ୍ଷା ପରେ ମାଳ ମାଳ ଅଭିଯୋଗ ଆସିଥିଲା କମିଶନଙ୍କ ନିକଟକୁ । ଯେଉଁଥିରେ ପ୍ରମାଣ ସହ ଦର୍ଶାଯାଇଥିଲା ଅଧିକାଂଶ ପ୍ରଶ୍ନ କେଭିଳି ଆସିଥିଲା ସିଲାବସ୍ ବାହାରୁ । କମିଶନ ବି ତଦନ୍ତ କଲେ। ସତ୍ୟତା ଜଣାପଡ଼ିବା ପରେ ପରୀକ୍ଷା ବାତିଲ କରି ଆସନ୍ତା ଡିସେମ୍ୱରରେ ପୁନଃ ପରୀକ୍ଷା ପାଇଁ ଘୋଷଣା କରାଯାଇଛି । ତେଣେ ପରୀକ୍ଷା ବାରମ୍ୱାର ବାତିଲକୁ ନେଇ ଚାକିରି ଆଶାୟୀଙ୍କ ଅସନ୍ତୋଷ ଚରମ ସୀମାରେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)