Advertisment

୮ଟି ଶ୍ରେଣୀ, ଗୋଟିଏ ବଖରା ! କିଏ ରୋଷେଇ ଘରେ ତ କିଏ ବାରଣ୍ଡାରେ, ଅନ୍ୟମାନେ ଗଛମୂଳେ...

ଦୀର୍ଘ ୩ ବର୍ଷ ହେଲାଣି, ନଈ କୂଳ ଆମ୍ବ ଗଛ ମୂଳେ ପାଠ ପଢୁଛନ୍ତି ଷଷ୍ଠ ଶ୍ରେଣୀ ପିଲା।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
School Student

School Student

ବିଚିତ୍ର ! ବିଚିତ୍ର ଆମ ଶାସନ ପ୍ରଣାଳି । ଗୋଟଏ ପଟେ ସରକାର, ପିଲାଙ୍କ ପାଠ ପଢ଼ା ପାଇଁ ପାଣି ଭଳି ଟଙ୍କା ଖର୍ଚ୍ଚ କରୁଛନ୍ତି ବୋଲି ଡିଣ୍ଡିମ ପିଟୁଥିବା ବେଳେ ଏଠି କିନ୍ତୁ ପିଲା ଗଛ ମୂଳେ ପଢ଼ୁଛନ୍ତି । 5T ସଚିବ ବୁଲି ବୁଲି ସ୍କୁଲ ରୁପାନ୍ତରିତ କରୁଥିବା ବେଳେ ଏହି ସ୍କୁଲ କିନ୍ତୁ ତାଙ୍କ ନଜରରେ ପଡ଼ୁନି । ଆମେ କହୁଛୁ କନ୍ଧମାଳ ଜିଲ୍ଲାରେ ଏକ ସ୍କୁଲ କଥା । ୩ ବର୍ଷ ହେଲାଣି ଏଠାରେ ପିଲା ଗଛ ମୂଳେ ପାଠ ପଢ଼ୁଛନ୍ତି ।

Advertisment

ଶ୍ରେଣୀଗୃହ ଅଭାବରୁ ଗଛ ମୂଳରେ ପାଠ ପଢ଼ୁଛନ୍ତି ଛାତ୍ରଛାତ୍ରୀ। ଦିନେ କି ଦି ଦିନ ନୁହେଁ, ବର୍ଷେ କି ଦି ବର୍ଷ ନୁହେଁ, ୩ ବର୍ଷ ହେଲାଣି ଆମ୍ବଗଛ ମୂଳେ ଗଢ଼ା ହେଉଛି ପିଲାଙ୍କ ଭବିଷ୍ୟତ । ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ୮ଟି କ୍ଲାସ ପାଇଁ ମାତ୍ର ଗୋଟିଏ ଶ୍ରେଣୀଗୃହ ଥିବାରୁ ଉପୁଜିଛି ଏମିତି ସ୍ଥିତି । ଫଳରେ କେଉଁ ପିଲା ପାଖରେ ଥିବା ଏକ ସିଆରସି କୋଠାରେ ପଢୁଛନ୍ତି, କିଏ ରୋଷେଇ ଘରେ ପଢୁଛନ୍ତି । ହେଲେ ଏ ତିନିଟି ସ୍ଥାନ ପରେ ଆଉ କିଛି ବାଟ ନଥିବାରୁ ଦୀର୍ଘ ୩ ବର୍ଷ ହେଲାଣି, ନଈ କୂଳ ଆମ୍ବ ଗଛ ମୂଳେ ପାଠ ପଢୁଛନ୍ତି ଷଷ୍ଠ ଶ୍ରେଣୀ ପିଲା।

କନ୍ଧମାଳ ଜିଲ୍ଲା ଆଦିବାସୀ ବହୁଳ ତୁମୁଡ଼ିବନ୍ଧ ବ୍ଲକର ଝିରିପାଣୀ ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟରୁ ଆସିଛି, କୁନି କୁନି ପିଲାଙ୍କ ଭବିଷ୍ୟତ ସହ ଖେଳିଲା ଭଳି ଏମିତି ସାଂଘାତିକ ଅଭିଯୋଗ। ଏହାକୁ ନେଇ ଆମର ବିଶେଷ ଉପସ୍ଥାପନା ଝିରିପାଣି ସ୍କୁଲର ବିକଳ କାହାଣୀ। 

Advertisment

Student
Advertisment
Advertisment