• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

କୋରାପୁଟ ଜିଲ୍ଲା ସୁନାବେଡ଼ା ସ୍ଥିତ କେନ୍ଦ୍ରୀୟ ବିଶ୍ଵବିଦ୍ୟାଳୟ ଠାରେ ଛାତ୍ରୀ ଅସନ୍ତୋଷ ଦେଖା ଦେଇଛି । ବିଭିନ୍ନ ଅଭିଯୋଗ କରି ଛାତ୍ରୀମାନେ ଆଜି ସକାଳୁ ବିଶ୍ଵ ବିଦ୍ୟାଳୟର ମୁଖ୍ୟ ଫାଟକ ଓ ଛାତ୍ରୀ ନିବାସ ନିକଟ ରାସ୍ତା ବନ୍ଦ କରି ବିକ୍ଷୋଭ, ଧାରଣା ଦେଇଥିଲେ । ସେମାନଙ୍କ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ରୀମାନେ କହିଛନ୍ତି ।

ଛାତ୍ରୀମାନଙ୍କ ଅଭିଯୋଗ ଅନୁସାରେ, ଦୀର୍ଘ ଦିନ ହେବ ହଷ୍ଟେଲରେ ନିମ୍ନ ମାନର ଖାଦ୍ୟ ଦିଆଯାଉଛି । ଏପରିକି ଖାଇବାରେ ପୋକ ମଧ୍ୟ ବାହାରୁଛି । କିଛି ଛାତ୍ରୀ ଏହି ସମସ୍ୟା ଯୋଗୁ ଚିକିତ୍ସାଳୟରେ ଭର୍ତ୍ତି ହୋଇ ସାରିଛନ୍ତି । ତଥାପି କୌଣସି ପଦକ୍ଷେପ ନିଆଯାଉ ନାହିଁ । 

ଖାଲି ଖାଇବାରେ ପୋକ ନୁହେଁ ପିଇବା ପାଣି, ବିଦ୍ୟୁତ୍‌ ସମସ୍ୟା, ଲାଇବ୍ରେରୀ, ମେଡିକାଲ ସୁବିଧା ନ ଥିବା ଅଭିଯୋଗ ହୋଇଛି । ଏନେଇ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ସମେତ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ମଧ୍ୟ ଅଭିଯୋଗ କରାଯାଇଛି । କିନ୍ତୁ କର୍ତ୍ତୃପକ୍ଷ କିଛି ଶୁଣୁ ନାହାନ୍ତି । ଶେଷରେ ବାଧ୍ୟ ହୋଇ ଛାତ୍ରୀମାନେ ଧାରଣା ଦେଇଥିଲେ । 

  • Reported by:
  • Surya Narayan Panda