Advertisment

Career: ସ୍କୁଲ୍‌ରେ ପଢାଯିବ AI ପାଠ; ପ୍ରସ୍ତୁତ ହୋଇଛି ସିଲାବସ୍; ଦେଖନ୍ତୁ…

AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

author-image
Pramod Behera
ଅଦ୍ୟତନ ହୋଇଛି
Artificial Intelligence Courses Syllabus 2023

Syllabus for AI courses for school students

ଆଗାମୀ କିଛି ବର୍ଷ ମଧ୍ୟରେ ଟେକ୍ନୋଲୋଜିରେ ଆସୁଛି ବଡ ପରିବର୍ତ୍ତନ। ଏବେଠାରୁ AI ଅର୍ଥାତ୍ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର ପ୍ରାଧାନ୍ୟ ଅନେକ କ୍ଷେତ୍ରରେ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ପରିସ୍ଥିତିରେ ସ୍କୁଲ୍ ସ୍ତରରୁ ଛାତ୍ରମାନଙ୍କୁ AI ପାଇଁ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ ହେଉଛି। ଭବିଷ୍ୟତରେ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସମ୍ମୁଖିନ ନ ହେବାକୁ ପଡିବ ତାହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି।

Advertisment

AI ବା ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସର କ୍ଷେତ୍ର ବହୁତ ବ୍ୟାପକ। ଏଥିରେ କ୍ୟାରିୟର କରି ଆପଣ ସହଜରେ ମାସକୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ। ବର୍ତ୍ତମାନ ସ୍କୁଲ୍‌ ପାଠ୍ୟକ୍ରମରେ ବାଧ୍ୟତାମୂଳକ ଭାବେ AI ପାଠ୍ୟକ୍ରମ ମଧ୍ୟ ଅନ୍ତର୍ଭୁକ୍ତ କରାଯାଉଛି। ଦ୍ୱାଦଶ ପରେ ମଧ୍ୟ ଇଞ୍ଜିନିୟରିଂ ଏବଂ ଆଇଟିଆଇ ଛାତ୍ର ସହିତ ନନ୍ଆଇଟି ପିଲାମାନଙ୍କୁ ମଧ୍ୟ AI ସହିତ ଜଡିତ ବିଷୟଗୁଡିକ ଶିକ୍ଷା ଦିଆଯିବ।

ସ୍କୁଲ୍ ସିଲାବସ୍‌ରେ AI:

ସ୍କୁଲ୍‌ରେ ସମୁଦାୟ ୬୦ ଘଣ୍ଟା AI ପାଠ୍ୟକ୍ରମ ଶିକ୍ଷା ଦିଆଯିବ। ଏହି ସମୟକୁ ଶ୍ରେଣୀ ଅନୁଯାୟୀ ବିଭକ୍ତ ହେବ। ସ୍କୁଲ୍‌ର ବିଭିନ୍ନ ଶ୍ରେଣୀ ପାଇଁ କେଉଁ AI ବିଷୟଗୁଡ଼ିକୁ ପ୍ରାଥମିକତା ଦିଆଯାଇଛି ଜାଣିବା ପାଇଁ ଦେଖନ୍ତୁ।

Advertisment

ଅଧିକ ପଢ଼ନ୍ତୁ: BA ପରେ ଏହି କୋର୍ସ କରନ୍ତୁ, ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ

କ୍ଲାସ୍ ୬ରୁ ୮ (୭.୫ ଘଣ୍ଟା ପାଠ ପଢା):

  • AI କ’ଣ?
  • AI ଟୁଲ୍ସର ବ୍ୟବହାର - ଫଟୋ, ସଙ୍ଗୀତ, ଡକ୍ୟୁମେଣ୍ଟ ଏବଂ ୱେବସାଇଟ୍ ସୃଷ୍ଟି କରିବାରେ ଜେନେରେଟିଭ୍ AI ଟୁଲ୍ସର ବ୍ୟବହାର।
  • AI ଏବଂ ଏଥିକ୍ସ।

କ୍ଲାସ୍ ୯ରୁ ୧୦ (୨୨.୫ ଘଣ୍ଟା ପାଠ ପଢା):

  • AI ଏବଂ AI ଟୁଲ୍ସର ମୌଳିକ ଧାରଣା
  • AI ଏବଂ ଏଥିକ୍ସ
  • କଳା, ସଙ୍ଗୀତ, ଖେଳ ଡିଜାଇନିଂରେ ମେସିନ୍ ଶିକ୍ଷା
  • AI ପ୍ରୋଗ୍ରାମିଂର ପରିଚୟ
  • ମିନି ପ୍ରୋଜେକ୍ଟ

କ୍ଲାସ୍ ୧୧ରୁ ୧୨ (30 ଘଣ୍ଟା ପାଠ ପଢା):

  • AI ପାଇଁ ଗଣିତ ଏବଂ ଷ୍ଟାଟିଷ୍ଟିକ୍ସ
  • AI ଲାଇବ୍ରେରୀ, ଟୁଲ୍ସ ଏବଂ ଫ୍ରେମୱାର୍କ
  • AI-NLP, କମ୍ପ୍ୟୁଟର ଭିଜନର ଆପ୍ଲିକେସନ
  • ମୌଳିକ AI ଆପ୍ଲିକେସନରେ AI ଟୁଲ୍ସର ବ୍ୟବହାର (AI Tools)
  • ଡାଟା ସୁରକ୍ଷା ଏବଂ ଗୋପନୀୟତା
  • AI ସଫ୍ଟୱେୟାରର ଏଥିକ୍ସ

ଇଞ୍ଜିନିୟରିଂ ଛାତ୍ରମାନଙ୍କ ପାଇଁ AI ସିଲାବସ୍:

  • AI ଆଲଗୋରିଦମ୍‌
  • ମେସିନ୍ ଶିକ୍ଷା
  • ଡିପ୍ ଲର୍ଣ୍ଣିଂ
  • ଡାଟା ଆନାଲିଟିକ୍ସ

ITI ଛାତ୍ରମାନଙ୍କ ପାଇଁ AI ସିଲାବସ୍:

  • ChatGPT ଏବଂ ବାର୍ଡ ଅଫ୍ ୱେବ୍‌ସାଇଟ୍ ଡିଜାଇନ୍
  • ବେସିକ୍ ଇନ୍ AI
  • ବେସିକ୍ ଅଫ୍ ପ୍ରମ୍ପ୍ଟ ଇଞ୍ଜିନିୟରିଂ

ନନ୍ ଆଇଟି ଇଞ୍ଜିନିୟରିଂ ପାଇଁ AI ସିଲାବସ୍:

  • ବେସିକ୍ ଇନ୍ AI
  • ଡାଟା ସେଟ୍ ଆଣ୍ଡ୍ ଡାଟା ଟାଇପ୍ସ
  • ଇଣ୍ଟରନେଟ୍ ଅଫ୍ସ୍ ଥିଙ୍ଗ୍ସ
  • ରୋବୋଟିକ୍ସ ଆଣ୍ଡ ଅଟୋମେଟିକ୍ସ
  • ମାଲୱେର୍ ଥ୍ରେଟ୍ସ
  • ପ୍ରୋବଲେମ୍ସ, ସଲ୍‌ଭିଂ ଆଣ୍ଡ୍ ମେକିଙ୍ଗ୍
Artificial Intelligence (AI) Career Path Artificial Intelligence
Advertisment
Advertisment