• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Youth Found Hanging Inside Kalyan Mandap
କଲ୍ୟାଣ ମଣ୍ଡପ ରୁମ୍‌ ଭିତରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ସୁଇସାଇଡ୍‌ ନୋଟ୍‌ ଜବତ

ଭୁବନେଶ୍ୱରରେ ଏକ କଲ୍ୟାଣ ମଣ୍ଡପର ରୁମ୍‌ ଭିତରୁ ଜଣେ କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁର କାରଣ ଜଣାପଡ଼ି ନଥିବାବେଳେ ପରିବାର ଲୋକ ହତ୍ୟା ଅଭିଯୋଗ ଆଣିଛନ୍ତି।  

Honey Trap
ଗୁଇନ୍ଦାଗିରିରେ ସୀମିତ ନାହିଁ ହନି ଟ୍ରାପ୍; ଚୋରି, ଠକେଇରେ ବ୍ୟବହୃତ

ଆଗରୁ କେବଳ ଗୁଇନ୍ଦାଗିରିରେ ସୀମିତ ଥିଲା ହନି ଟ୍ରାପ୍। ଏବେ ଚୋରି, ଠକେଇ ଏବଂ ଅନ୍ୟ ଅପରାଧ ପାଇଁ ବ୍ୟବହାର ହେଲାଣି ଏହି ଟ୍ରିକ୍। ଘରେ ବସି ସୁନ୍ଦରୀ ଯୁବତୀଙ୍କ ସହାୟତାରେ କୋଟି କୋଟି ଟଙ୍କା ଚୂନ ଲଗାଇବାରେ ହନି ଟ୍ରାପକୁ ବହୁଳ ବ୍ୟବହାର ସାମ୍ନାକୁ ଆସୁଛି। ଯାହା ଅପରାଧ ନିୟନ୍ତ୍ରଣ କ୍ଷେତ୍ରରେ ପୋଲିସ ପାଇଁ ସାଜିବାକୁ ଯାଉଛି ବଡ଼ ଚ୍ୟାଲେଞ୍ଜ୍।

ITR
କେତେ ସୁରକ୍ଷିତ ଆମ କ୍ଷେପଣାସ୍ତ୍ର ଘାଟି ?

ଚାନ୍ଦିପୁର ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନର ଗୁପ୍ତ ତଥ୍ୟ ପ୍ରଘଟ ମାମଲାରେ ୫ ଜଣ ଜେଲ୍ ଯିବା ପରେ ଏବେ ପ୍ରଶ୍ନ କେତେ ସୁରକ୍ଷିତ ଏ କ୍ଷେପଣାସ୍ତ୍ର ଘାଟି। ଖାଲି ଏଇଠୁ ତଥ୍ୟ ଲିକ୍ ହୋଇଛି ନା ପଡ଼ୋଶୀ ଜିଲ୍ଲାର ହ୍ୱିଲର ଦ୍ୱୀପରେ ବି ଏଭଳି ଚାଲୁଛି।

Man Kills Son
ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଇଥିଲା ବାପା, ମାଟି ଖୋଳିବା ପରେ ମିଳିଲା...

ପୁଅକୁ ହତ୍ୟା କରି ଜଙ୍ଗଲରେ ପୋତି ଦେଲା ବାପା। ମଦ୍ୟପ ପୁଅର ଦୌରାତ୍ମ୍ୟରେ ଅତିଷ୍ଠ ହୋଇ ବାପା ପୁଅକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ପୋଲିସ୍‌ ହତ୍ୟାକାରୀ ବାପା ଓ ତାଙ୍କର ଆଉ ୨ ପୁଅଙ୍କୁ ଅଟକ ରଖିଛି। 

ବିନୋଦ ଚନ୍ଦ୍ର ପଣ୍ଡା, କାର୍ଯ୍ୟନିର୍ବାହୀ ଅଧିକାରୀ
କାର୍ଯ୍ୟନିର୍ବାହୀ ଅଧିକାରୀ ଏବେ ଗୃହବନ୍ଦୀ ! ଅଫିସ୍‌ ନ ଆସିବାକୁ ପ୍ରଭାବଶାଳୀ ଲୋକଙ୍କ ଧମକ

୧୦ରୁ ୧୫ ଲୋକ ଅଫିସ ଭିତରକୁ ଆସିଥିଲେ। ଅଫିସ୍‌କୁ ନ ଆସିବା ଓ ବାହାରି ଯିବା ପାଇଁ ମୋତେ ଧମକ ଦେଇଥିଲେ। ଆମେ କଥା ନମାନିଲେ ଆମେ ଗଣ୍ଡଗୋଳ କରିବୁ ବୋଲି ସେମାନେ କହିଥିଲେ। ମୋ ଜୀବନକୁ ଏବେ ବିପଦ ଅଛି।

Odisha, Cybercrime
ଦେଶରେ ବଢୁଛି ସାଇବର କ୍ରାଇମ୍‌, ଜାଣନ୍ତୁ ଓଡ଼ିଶାର ସ୍ଥାନ କେଉଁଠି?

ବଢି ଚାଲିଛି ସାଇବର ଅପରାଧ। ଦେଶରେ ଷଷ୍ଠ ସ୍ଥାନରେ ଓଡ଼ିଶା। ଏମିତିକି ସାଇବର ଅପରାଧ ହାରରେ ରାଜ୍ୟର ସ୍ଥାନ ଅଷ୍ଟମ ରହିଛି। ୨୦୨୦ରେ ରାଜ୍ୟରେ ପ୍ରତି ୧ ଲକ୍ଷ ଲୋକରେ ୪ ଜଣ ଲୋକ ସାଇବର ଅପରାଧର ଶିକାର ହୋଇଛନ୍ତି।

NIA Team
ବାଲେଶ୍ୱରରେ ପହଞ୍ଚିଲା NIA ଟିମ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍‌ ଅଭିଯୋଗରେ ଓଡ଼ିଶା ପୋଲିସ ତଦନ୍ତ କରିଥିଲା। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା। ଏହି ୪ ଅଭିଯୁକ୍ତ ITRର ୩ ନମ୍ବର ଲଞ୍ଚ ପ୍ୟାଡରେ କାମ କରୁଥିଲେ।

arrested
DRDO ସେଣ୍ଟରରୁ ତଥ୍ୟ ଲିକ୍: ପୁଣି ଜଣଙ୍କୁ ଗିରଫ କଲା ପୋଲିସ୍‌

ସୂଚନା ଅନୁସାରେ, ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ ସୃଷ୍ଟି ହୋଇଛି। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ସେପ୍ଟେମ୍ବର ୧୪ରେ ୪ ଜଣଙ୍କୁ ଗିରଫ କରିଥିଲା

swiggy boy at dhauli police station
ପ୍ରେମିକା ସହ ଓଡ଼ିଶା ଫେରିଲା ନିଜ ଅପହରଣ ମହାଡ୍ରାମାର ନାୟକ ଚିକୁନ୍‌

ନିଜ ଅପହରଣ ନାଟକ ରଚିଥିବା ସ୍ୱିଗି ବୟ ଚିକୁନ ଭୁବନେଶ୍ୱର ଫେରିଛନ୍ତି । ଚିକୁନ ଓ ତାଙ୍କ ବାନ୍ଧବୀକୁ ମଧ୍ୟପ୍ରଦେଶର କଟ୍ନିରୁ ଭୁବନେଶ୍ୱରକୁ ଆଣିଛି ଧଉଳି ଥାନା ପୋଲିସ । ଧଉଳି ଥାନାରେ ଉଭୟଙ୍କୁ ପଚରା ଉଚରା କରାଯାଉଛି ।

Anganwadi didi arrested
ବନ୍ଧା ହେଲେ କୋଟିପତି ଦିଦି

ଗତକାଲି ଦିଦିଙ୍କ ଭୁବନେଶ୍ୱର କେଶୁରା ଓ ଝାରପଡ଼ାରେ ଏକାଧିକ ବହୁତଳ କୋଠା ଠାବ ହୋଇଥିଲା। ଝାରପଡ଼ାରେ ୨ଟି ୩ ମହଲା ବିଲ୍ଡିଂ ଏବଂ ଗୋଟିଏ ଏକ ମହଲା କୋଠା ମିଳିଛି। ଏଥିସହ ୧୪ଟି ପ୍ଲଟ୍ ଠାବ କରିଛି ଭିଜିଲାନ୍ସ।

Women Harassment
ମହିଳା ବିରୋଧୀ ଅପରାଧରେ ଓଡ଼ିଶାର ସ୍ଥାନ କଣ?

ଏହାକୁ ନେଇ ସବୁବେଳେ ଆରୋପ-ପ୍ରତ୍ୟାରୋପ ଲାଗି ରହିଥିବା ବେଳେ ନ୍ୟାସନାଲ୍ କ୍ରାଇମ୍ ରେକର୍ଡସ୍ ବ୍ୟୁରୋ ଦ୍ୱାରା ପ୍ରକାଶିତ କ୍ରାଇମ୍ ଇନ୍ ଇଣ୍ଡିଆ-୨୦୨୦ ରିପୋର୍ଟ ପ୍ରକୃତ ଚିତ୍ର ସାମ୍ନାକୁ ଆଣିଛି। କିଛି ଦିନ ପୂର୍ବରୁ ବିଧାନସଭାରେ ନାବାଳିକା ଯୌନ ନିର୍ଯାତନା, ହତ୍ୟା, ଯୌତୁକ ଜନିତ ହତ୍ୟା, ନାରୀ ନିର୍ଯାତନା ସଂଖ୍ୟା ବଢିବା ନେଇ ଉଦବେଗଜନକ ତଥ୍ୟ ସାମନାକୁ ଆସିଥିଲା। ଯାହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ

DRDO info leak case
କେଉଁ ଲାଳସାରେ ବିକିଥିଲେ ଦେଶର ଗୁପ୍ତ ତଥ୍ୟ?

ଚାନ୍ଦିପୁର ITRରେ କିଏ ୧୦ ବର୍ଷ ଧରି କାମ କରୁଥିଲା, ତ ଆଉ କିଏ ୨୦ ବର୍ଷ ଧରି। ସ୍ଥାନୀୟ ଅଞ୍ଚଳର ଏତେ ପୁରୁଣା ଠିକା କର୍ମଚାରୀ ହେବା ସତ୍ତ୍ୱେ, ଏମାନେ କେମିତି ପଛାଇନଥିଲେ ଦେଶଦ୍ରୋହ ଭଳି ସଂଗୀନ ଅପରାଧ କରିବାକୁ? କେଉଁ ଲାଳସା ବାଧ୍ୟ କରିଥିଲା ଶତ୍ରୁରାଷ୍ଟ୍ର ଆଗରେ ନିଜ ଇମାନ୍ଦାରୀ ସହ ଦେଶର ଗୁପ୍ତ ତଥ୍ୟ ବିକିଦେବାକୁ?

ତଦନ୍ତ ଦାୟିତ୍ୱଭାର ନେବ କ୍ରାଇମବ୍ରାଞ୍ଚ
DRDOର ତଥ୍ୟ ଲିକ୍ ଘଟଣାର ତଦନ୍ତ କରିବ କ୍ରାଇମବ୍ରାଞ୍ଚ

ପାକିସ୍ତାନର ଗୁଇନ୍ଦା ସଂସ୍ଥା ISIକୁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ଗତକାଲି ୪ ଜଣଙ୍କୁ ଗିରଫ କରିଥିଲା। ଘଟଣାର ତଦନ୍ତ ଭାର ନେବା ଲାଗି କ୍ରାଇମବ୍ରାଞ୍ଚ ଟିମ୍ ବାଲେଶ୍ୱର ଗସ୍ତ କରିଛି। ସେପଟେ ଗିରଫ ହୋଇଥିବା ୪ ଜଣଙ୍କର କୋଭିଡ୍ ଟେଷ୍ଟ ସହ ସ୍ୱାସ୍ଥ୍ୟ ଯାଞ୍ଚ କରାଯାଇଛି।

ଥାନା ଗାଡ଼ି ଧରି ଚମ୍ପଟ ମାରିଥିବା ଯୁବକ
ଜେରା ପରେ ଥାନାଗାଡ଼ିକୁ ଧରି ଚମ୍ପଟ ମାରିଲା ଯୁବକ

ଟାଉନ୍‌ ଥାନା ପୁଲିସ ପାଟ୍ରୋଲିଂ କରୁଥିବା ସମୟରେ ଜଣେ ଯୁବକ ବୁଲୁଥିବା ଦେଖିବାକୁ ପାଇଥିଲା। ପରେ ତାକୁ ଥାନାକୁ ନେଇ ଆସିଥିଲା। ପଚରାଉଚରା ପରେ ଯୁବକ ଜଣକ ଗଁନ୍ଦିଆ ଥାନା ହାଟ ବାଇଁଶିଆର ଧର୍ମେନ୍ଦ୍ର ସ୍ୱାଇଁ ବୋଲି ଜଣାପଡ଼ିଥିଲା। ଆଜି ସକାଳେ ତାକୁ ଛାଡ଼ି ଦିଆଯାଇଥିଲା। ଠିକ୍‌ ସେହି ସମୟରେ ଥାନା ପରିସରରେ ଥାନା ଗାଡ଼ିରେ ଚାବି ଲଗାଇ ଡ୍ରାଇଭର ପାଣି ଆଣିବାକୁ ଯାଇଥିଲେ।

Honey Trap
କାହିଁକି ଟାଣିଲା ହନି ଟ୍ରାପ୍‌ ମୋହ ? ସିକ୍ରେଟ୍‌ ତଥ୍ୟ ଦେଇଦେଲେ DRDOର ଠିକା କର୍ମଚାରୀ !

DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। ଏହି ମହିଳା ଜଣକ ପାକିସ୍ତାନୀ ଏଜେଣ୍ଟ ବୋଲି ସୂଚନା ମିଳିଛି। 

Contractual Staff Of DRDO Arrested
ହନି ଟ୍ରାପ୍‌ରେ ପଡ଼ି ତଥ୍ୟ ଦେଇଥିଲେ DRDOର ଠିକା କର୍ମଚାରୀ !

ବାଲେଶ୍ୱର ଚାନ୍ଦିପୁର ସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ DRDO ତଥ୍ୟ ଲିକ୍ ଘଟଣାରେ ମିଳିଛି ହନି ଟ୍ରାପ୍ ଲିଙ୍କ୍। DRDOର ୪ ଠିକା କର୍ମଚାରୀ ଗିରଫ ଘଟଣାରେ ଏହି ନୂଆ ତଥ୍ୟ ମିଳିଛି। ଏହି ୪ ଠିକା କର୍ମଚାରୀ ଜଣେ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ ବୋଲି ସୂଚନା ମିଳିଛି। 

'Crorepati' Anganwadi Worker
ଅଙ୍ଗନବାଡ଼ି ଦିଦିଙ୍କ କୁବେର ଭଳି ସମ୍ପତ୍ତି

ଅଙ୍ଗନବାଡ଼ି ଦିଦିଙ୍କର ସମ୍ପତ୍ତି ୪ କୋଟି । ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ବେଳେ ୪ କୋଟିର ସଂପତ୍ତି ଠାବ କରିଛି ଭିଜିଲାନ୍ସ। ଭୁବନେଶ୍ୱର କୋରଡ଼କଣ୍ଟର ଅଙ୍ଗନବାଡି କର୍ମୀ କବିତା ମାଥନଙ୍କ ୬ଟି ଘରେ ଭିଜିଲାନ୍ସ ରେଡ୍ କରିଥିଲା

'Swiggy' Delivery
ବାୟା କଲା ଚୋରା ପୀରତି: ଗାର୍ଲଫ୍ରେଣ୍ଡ ସହ ଗଲେ, ଅପହରଣର ନାଟକ କଲେ

ଅପହରଣ ନୁହେଁ , ବରଂ ପୁରା ନାଟକ। ଭୁବନେଶ୍ୱରର ବହୁ ଚର୍ଚ୍ଚିତ ସ୍ୱିଗି ବୟ ଅପରହରଣ ଅଭିଯୋଗ ମାମଲାର ପର୍ଦ୍ଦାଫାସ୍ ପରେ ଏହା ଜଣାପଡ଼ିଛି। ଚୋରା ପୀରତି ପାଇଁ ଅଭିଯୁକ୍ତ ପତିତପାବନ ପୃଷ୍ଟି ଓରଫ୍ ଚିକୁନ୍ ହିଁ ଏହି ଡ୍ରାମା ରଚିଥିବା କମିଶନରେଟ୍ ପୋଲିସ୍ ସ୍ପଷ୍ଟ କରିଛି

ISI
ଚାନ୍ଦିପୁର ITRରେ ପୁଣି ପାକିସ୍ତାନ ଗୁଇନ୍ଦା ସଂସ୍ଥା ISI ର ଡାର୍ଟି ଗେମ୍

ବାଲେଶ୍ୱର ଚାନ୍ଦିପୁରସ୍ଥିତ ଇଣ୍ଟିଗ୍ରେଟେଡ୍ ଟେଷ୍ଟ ରେ୍ଞ୍ଜ, ITRରୁ ତଥ୍ୟ ଲିକ୍ ଅଭିଯୋଗକୁ ନେଇ ପୁଣି ହଇଚଇ। ପାକିସ୍ତାନ ISIକୁ କେଇଟା ଟଙ୍କା ପାଇଁ ଦେଶର ପ୍ରତିରକ୍ଷା ସମ୍ପର୍କିତ ଗୁପ୍ତ ତଥ୍ୟ ଯୋଗାଉଥିବା ଅଭିଯୋଗରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି।

arrested
ଗିରଫ ହେଲେ DRDOର ୪ ଠିକା କର୍ମଚାରୀ

ଗୁପ୍ତଚରୀ DRDOର ୪ ଠିକା କର୍ମଚାରୀ ଗିରଫ ହେଲେ। ଚାନ୍ଦିପୁର DRDOର ୪ ଠିକା କର୍ମଚାରୀଙ୍କୁ ଗିରଫ କରିଛି ପୋଲିସ। ବିଦେଶୀ ସଂସ୍ଥାକୁ ତଥ୍ୟ ଲିକ୍ କରିବା ଅଭିଯୋଗରେ ଗିରଫ ହୋଇଥିବା ନେଇ ମିଳିଛି ସୂଚନା

Brownsugar Seized In Bhubaneswar
ପୁଣି ରାଜଧାନୀରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ

ପୁଣି ରାଜଧାନୀ ଭୁବନେଶ୍ୱରରୁ କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗର ଜବତ ହୋଇଛି। ଏଥିରେ ସମ୍ପୃକ୍ତି ନେଇ କ୍ରାଇମବ୍ରାଞ୍ଚ ସ୍ପେଶାଲ ଟାସ୍କ ଫୋର୍ସ ୨ ଜଣ ବେପାରୀଙ୍କୁ ଗିରଫ କରିଛି।ଦୁହେଁ ପଶ୍ଚିମବଙ୍ଗ ଦକ୍ଷିଣ ଚବିଶ ପ୍ରଗଣା ଅଞ୍ଚଳର ବୋଲି ଜଣାପଡ଼ିଛି।

ITR
ଚାନ୍ଦିପୁର DRDOର ୫ ଠିକା କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍କ୍ୱାଡ୍

ଚାନ୍ଦିପୁର DRDOର ୩ ଅସ୍ଥାୟୀ କର୍ମଚାରୀଙ୍କୁ ଉଠାଇଲା ସ୍ପେଶାଲ ସ୍ୱ୍କାର୍ଡ଼। ତେବେ ବାଲେଶ୍ୱର ପୋଲିସର ସ୍ପେଶାଲ ସ୍ୱ୍କାର୍ଡ଼ ଅଟକ ରଖିଥିବା ନେଇ ମିଳିଛି ସୂଚନା। ଆଜି ସକାଳେ DRDO ଗେଟ୍ ସମ୍ମୁଖରୁ ଉଠାଇ ଆଣିଥିଲା ପୋଲିସ

double murder
ପାଣିକୋଇଲିରେ ଡବଲ ମର୍ଡର ଘଟଣାର ପର୍ଦ୍ଧାଫାସ୍ : କିନ୍ନରଙ୍କ ସହ ଶାରିରୀକ ସମ୍ପର୍କକୁ ନେଇ ହୋଇଥିଲା ଗଣ୍ଡଗୋଳ

ଗତ ୩ ତାରିଖରେ ପାଣିକୋଇଲି ସୋତି ଗାଁ ନିକଟ ଏକ ପୋଲ ନିକଟରୁ ଜହ୍ନା ଗାଁର ବାବୁଲି ସାହୁଙ୍କ ପୁଅ ବିଜୟ ସାହୁ ଓ ସେହି ଗାଁର ମାନସ ଦାସଙ୍କ ମୃତ ଦେହ ମିଳିଥିଲା । ସ୍ଥାନୀୟ ଲୋକମାନେ ମୃତଦେହ ଦେଖି ପାଣିକୋଇଲି ପୋଲିସକୁ ଖବର ଦେଇଥିଲେ । ଦୁର୍ଘଟଣା ଜନିତ ମୃତ୍ୟୁ ଚିନ୍ତା କରି ତଦନ୍ତ ଆରମ୍ଭ କରିଥିଲା ପାଣିକୋଇଲି ପୋଲିସ

New Twist In Delivery Boy ‘Kidnapping' Case
ଅପହରଣ ନାଟକ ରଚିଥିଲେ ଡେଲିଭରି ବୟ; ମଧ୍ୟପ୍ରଦେଶରେ ଯୁବତୀଙ୍କ ସହ ଧରାପଡ଼ିଲେ

ଭୁବନେଶ୍ୱର ଉପକଣ୍ଠ ଲିଙ୍ଗିପୁରରୁ ଡେଲିଭରି ବୟ ଅପହରଣ ଘଟଣାରେ ନୂଆ ଟ୍ୱିଷ୍ଟ୍‌। ଡେଲିଭରି ବଏ ପତିତପାବନ ପୃଷ୍ଟି ଓରଫ ଚିକୁନ ଜଣେ ଯୁବତୀଙ୍କୁ ଅପହରଣ କରିଥିବା ଅଭିଯୋଗ ହୋଇଛି। ଯୁବତୀ ନିଖୋଜ ହେବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ଏସବୁ ଭିତରେ ଏହି ପୁରା ଘଟଣା ଏକ ନୂଆ ମୋଡ଼ ନେଇଛି।

Bhadrak
ଆବାସ ଟଙ୍କା ହେର ଫେର ଅଭିଯୋଗରେ କିରାଣି ଗିରଫ

ଟଙ୍କା ଖାଇ ନିଲମ୍ବନ ହୋଇଥିଲେ ଏବେ ଗିରଫ ହେଲେ। କିରାଣୀ ଖାଇଯାଇଥିଲେ ୩୪ ଇନ୍ଦିରା ଆାବାସ ଟଙ୍କା। ୩୪ ଜଣ ଇନ୍ଦିରା ଆବାସ ହିତାଧିକାରୀଙ୍କ ଆକାଉଣ୍ଟକୁ ଯିବାକୁ ଥିବା ୨୦ ଲକ୍ଷ ୨୫ ହଜାର ଟଙ୍କାକୁ ନିଜ ସମ୍ପର୍କୀୟଙ୍କ ଆକାଉଣ୍ଟକୁ ପଠାଇ ଭିଜିଲାନ୍ସ ରେଡରେ ସାମ୍ନା କରିଛନ୍ତି ଭଦ୍ରକ ବାସୁଦେବପୁର ବ୍ଲକର ମୁଖ୍ୟ କିରାଣୀ ପ୍ରଭାକର ପ୍ରଧାନ