• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ନକଲି ଡାକ୍ତର ରମେଶ ସ୍ୱାଇଁଙ୍କ ରିମାଣ୍ଡ ଅବଧି ବଢାଇବାକୁ କୋର୍ଟରେ ଆବେଦନ କରିବ କମିଶନରେଟ ପୋଲିସ । ତଦନ୍ତ ଯେତେ ଆଗଉଛି ନକଲି ଡାକ୍ତରଙ୍କ ଗୁମର ସେତେ ଖୋଲୁଛି । ରମେଶ ନକଲି ଔଷଧ କାରବାର କରୁଥିବା ଲିଙ୍କ ମଧ୍ୟ ପାଇଛି ପୋଲିସ । ଜଣେ ଡ୍ରାଇଭରଙ୍କ ଅଭିଯୋଗ ଅନୁୟାୟୀ ରମେଶ ତାଙ୍କଠାରୁ ୬୦ ହଜାର ଟଙ୍କା ଠକି ନେଇଥିଲେ ।

ତେବେ ୩୦ ହଜାର ଟଙ୍କା ଫେରାଇ ପରେ ବଳାକା ଟଙ୍କାର ନକଲି ମେଡିସିନ୍ ଦେଇଥିବା ସେ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି । ତେବେ ନକଲି ଡାକ୍ତରଙ୍କ ବିରୋଧରେ ଅଧିକ ତଦନ୍ତ ଲାଗି ପୋଲିସ କେନ୍ଦ୍ରାପଡ଼ା, ପାରାଦୀପ ଓ ଢେଙ୍କାନାଳ ଯାଇ ତଦନ୍ତ କରିବ ବୋଲି ଭୁବନେଶ୍ୱର ଡିସିପି ସୂଚନା ଦେଇଛନ୍ତି । ବର୍ତ୍ତମାନ ନକିଲି ଡାକ୍ତର ୫ ଦିନିଆ ରିମାଣ୍ଡରେ ରହିଛନ୍ତି ।

ଖାଲି ସେତିକି ନୁହେଁ, ରସିକିଆ ନକଲି ଡାକ୍ତରଙ୍କଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ ସଂପୃକ୍ତ ଡାକ୍ତର । ୧୮ ଜଣଙ୍କୁ ବାହା ହୋଇ ଧରାପଡ଼ିବା ପରେ ଚର୍ଚ୍ଚାରେ ଅଛନ୍ତି ରସିକିଆ ଡାକ୍ତର ।

ଏବେ ୪୨୦ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁବାରେ ଲାଗିଛି ପୋଲିସ୍ । ପ୍ରକୃତରେ କେତେ ଜଣ ମହିଳାଙ୍କୁ ବାହା ହୋଇଛି, ସେମାନଙ୍କଠାରୁ ଠକି ନେଇଥିବା ଟଙ୍କା ଓ ଅଳଙ୍କାର କେଉଁଠି ଅଛି, ତାର ମଧ୍ୟ ଖୋଳତାଡ଼ କରୁଛି । ବାହାର ରାଜ୍ୟକୁ ମଧ୍ୟ ତାର କଳା କାରନାମାର ଚେର ଲମ୍ବିଥିବାରୁ ସେହି ସବୁ ସ୍ଥାନକୁ ଯାଇ ଛାନଭିନ୍ କରୁଛି କମିଶନରେଟ ପୋଲିସ୍ ।

ପ୍ରଶ୍ନ ଉଠୁଛି ରମେଶ ସ୍ୱାଇଁ କଣ ଏକା ଏକା ଏତେ କାଣ୍ଡ କରିଛି ? ଏତେ ସବୁ ସଂଗୀନ ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ ? ଠକେଇର ଶିକାର ହୋଇଥିବା ରମେଶର ୧୮ ଜଣ ପତ୍ନୀଙ୍କ ମଧ୍ୟରୁ ଜଣେ ଅଭିଯୋଗ କରିଛନ୍ତି ଯେ, ରମେଶର ଏହି କଳା କାରନାମାରେ ସାହାଯ୍ୟ କରୁଥିଲେ ତାର ଆଉ ଜଣେ ପତ୍ନୀ, ଭିଣୋଇ ଓ ଡ୍ରାଇଭର।

ରମେଶ ବିରୋଧରେ ଆଗରୁ ୨ଟି ମାମଲା ଥିବା ବେଳେ ଏବେ ସାମ୍ନାକୁ ଆସିଛି ଆଉ ୯ଟି ଠକେଇ ମାମଲା। ସେ ବାହା ହୋଇଥିବା ଜଣେ ମହିଳାଙ୍କ କ୍ରେଡିଟ୍ ଓ ଡେବିଟ୍ କାର୍ଡରୁ ୨୦ ଲକ୍ଷ ଟଙ୍କା ହଡ଼ପ କରିଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ଢେଙ୍କାନାଳ କାମାକ୍ଷାନଗରରେ ଏକ କ୍ଲିନିକ କରି ଚିକିତ୍ସା ନାଁରେ ଅଙ୍ଗ ତସ୍କରି କରିଥିବାର ସାଂଘାତିକ ଅଭିଯୋଗ ଆସିଛି ।