ବାଇକ୍ରେ କାହିଁକି ଏବଂ କୁଆଡ଼େ ଯାଉଥିଲେ ଜଗା ଓ ଚିତ୍ତ ? ଯଦି ଏହା ଦୁର୍ଘଟଣା ତେବେ ନଈରୁ ଚିତ୍ତଙ୍କ ମୃତଦେହ ମିଳିବା ପଛର କାରଣ କଣ ?
ତପସ୍ୱିନୀ କୋର୍ଟରେ ହାଜର ହେବା ସହ ତାଙ୍କ ସ୍ୱାମୀ କୁଆଡେ ଗଲେ ସେ ନେଇ ପିଟିସନ ଦାଖଲ କରିଛନ୍ତି।
ନୟାପଲ୍ଲୀ ସୁପାରି କିଲିଂ ମାମଲାର ମାଷ୍ଟର ମାଇଣ୍ଡ ରାଜେନ୍ଦ୍ର ମଲ୍ଲିକ ଗିରଫ । ୩୦ହଜାର ଟଙ୍କା ଫେରିପାଇବା ଲାଗି ଜଣେ ବ୍ୟବସାୟୀଙ୍କୁ ହତ୍ୟା କରିବାକୁ ସେ ସୁପାରି ଦେଇଥିବା ପୋଲିସ ଜାଣିବାକୁ ପାଇଛି ।
ବଲାଙ୍ଗିର ଜିଲ୍ଲାରେ ଦାଦାନ ଚାଲାଣ ରୋକିବା ପାଇଁ କୋଟି କୋଟି ଟଙ୍କାର ମନରେଗା କାମ ହେଉଛି । କିନ୍ତୁ ବେଆଇନ ଭାବେ ମନରେଗାରେ ଠିକାଦାର ମାନେ କାମ କରି ନକଲି ଶ୍ରମିକଙ୍କ ନାଁରେ ହଡପ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା । ଖୋଦ ସରପଂଚ, ଯନ୍ତ୍ରୀ, ଠିକାଦାର ମିଲିମିଶି ହରିଲୁଟ କରୁଛନ୍ତି ଶ୍ରମିକଙ୍କ ଟଙ୍କା ।
ସମ୍ବଲପୁର ପାନମସଲା ବ୍ୟବସାୟୀଙ୍କୁ ଲକ୍ଷାଧିକ ଟଙ୍କାର ଫାଇନ୍ । ଫାଇନ ଲଗାଇଲା ବୁର୍ଲା ଜିଏସଟି ବିଭାଗ।
ମଧ୍ୟପ୍ରଦେଶରୁ ଭୁବନେଶ୍ୱରକୁ ଲମ୍ବିଥିବା ଆନ୍ତଃ ରାଜ୍ୟ ଚୋରା କାର ଡିଲର ପର୍ଦ୍ଦାଫାସ । କେତେ କାର ବିକ୍ରି ହୋଇଛି ଆଉ କେଉଁମାନେ ରାକେଟରେ ଅଛନ୍ତି, ସେନେଇ ଖୋଳତାଡ଼ କରୁଛି ପୋଲିସ ।
ପୋଲିସ୍ କବ୍ଜାରେ ଚୋରା କାର୍ ରାକେଟ୍। ଜବତ ଦୁଇଟି କାର୍ ମଧ୍ୟପ୍ରଦେଶରୁ ଚୋରି ହୋଇଥିବା ବେଳେ ଗୋଟିଏରେ କଟକ ଓ ଅନ୍ୟଟିରେ ପଶ୍ଚିମବଙ୍ଗର ରେଜିଷ୍ଟ୍ରେସନ୍ ନମ୍ବର ଲାଗିଛି।
କଟକ ନିଆଳି ଗୋବିନ୍ଦପୁର ଶଙ୍ଖୁଆ ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ହତ୍ୟା ପରେ ସ୍ୱାମୀର ଆତ୍ମହତ୍ୟା ଉଦ୍ୟମ। ସ୍ତ୍ରୀ ମୃତ ସ୍ୱାମୀ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ।
ମାତିଛନ୍ତି ସାଇବର ଫ୍ରଡ୍ । ଖୋଦ୍ କ୍ରାଇମବ୍ରାଂଚ୍ ଏଡିଜିଙ୍କ ଠାରୁ ଠକେଇ ଉଦ୍ୟମ କରିଛନ୍ତି ସାଇବର ଠକ । ଆଉ ଏହି କାରନାମା କରିଛି ଓକାକ ସାଇବର ଫ୍ରଡରେ ଧରାପଡ଼ି ନଥିବା ଆଉ ଜଣେ ଅଭିଯୁକ୍ତ । ଏଡିଜିଙ୍କୁ ହ୍ୱାଟସଆପ୍ ମେସେଜରେ ଦୁଇଟି ଆକାଉଣ୍ଟ ନମ୍ବର ପଠାଇ ସାଇବର ଠକ ମାଗିଛି ୯୮ ହଜାର ଟଙ୍କା ।
ମଲା ଲୋକର ବି ଅଛି ଜମି ଲୋଭ । ଭୂତ ବି ବିକିପାରେ ଜମି । ଏମିତି ଏକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ । ମଲା ଲୋକର ହୋଇଛି ନୂଆ ଆଧାର କାର୍ଡ । ସରକାରୀ କାର୍ଯ୍ୟାଳୟରେ ବିକା ହୋଇଛି ଭୂସମ୍ପତ୍ତି ।
ନଭେମ୍ବର ୧୭ରେ ଓକାକ୍ ସିଇଓ ତଥା ରାଜ୍ୟ ଇଲେକ୍ଟ୍ରୋନିକ୍ସ ଓ ଆଇଟି ବିଭାଗର ଅତିରିକ୍ତ ସଚିବ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟସଆପ ହାକିଂ କରାଯାଇଥିଲା । ଏହାର ଖୋଳତାଡ କରୁ କରୁ କ୍ରାଇମବ୍ରାଂଚ ହାତରେ ଲାଗିଥିଲା ନାଇଜେରିଆ ଲିଙ୍କ୍ । ଦିଲ୍ଲୀ ପୋଲିସ ଗିରଫ କରିଥିବା ନାଇଜେରିୟ ଯୁବକ ମୋରିସଙ୍କୁ ପଚରାଉଚରା କରିଥିଲା କ୍ରାଇମବ୍ରାଂଚ୍ ।
ସାତ ଦିନର ରହଣୀ ସତ୍ତ୍ୱେ ମିଶିଲାନି ତପସ୍ୱିନୀ-ସୁମିତଙ୍କ ମନ । ଆସ୍କା ଗେଷ୍ଟହାଉସ୍ରୁ ଛୁ'ର ୨୪ ଘଣ୍ଟା ପରେ ବି ଲାପତ୍ତା ଡାକ୍ତର ସ୍ୱାମୀ । ସ୍ୱାମୀଙ୍କ ପତ୍ତା ନପାଇ ଥାନାକୁ ଯାଇ ଜଣାଇଲେ ପତ୍ନୀ ତପସ୍ପିନୀ।
OCAC ସିଇଓ ମନୋଜ କୁମାର ପଟ୍ଟନାୟକଙ୍କ ହ୍ୱାଟ୍ସଆପ୍ ହ୍ୟାକ୍ କରି ଟଙ୍କା ଲୁଟିବା ଘଟଣା଼ ପଛରେ ନାଇଜେରିଆ ଗ୍ୟାଙ୍ଗର ସମ୍ପୃକ୍ତି ନେଇ ସ୍ପଷ୍ଟ ହୋଇଥିଲା। ସାଇବର ଠକେଇର ମୁଖ୍ୟ ଅଭିଯୁକ୍ତ ଅକ୍ୟୁଦୁରୀ ପାସ୍କେଲ୍କୁ ଦିଲ୍ଲୀ ପୋଲିସ୍ ଗତ ମାସରେ ବେଙ୍ଗାଲୁରୁରୁ ଗିରଫ କରିଥିଲା। ଏହି ଘଟଣାରେ ଫେରାର ଥିବା ଅନ୍ୟ ଜଣେ ଅଭିଯୁକ୍ତ କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ କରିଥିବା ସୂଚନା ମିଳିଛି
କ୍ରାଇମ୍ବ୍ରାଞ୍ଚ୍ ADG ସଞ୍ଜୀବ ପଣ୍ଡାଙ୍କ ଠାରୁ ମଧ୍ୟ ଠକେଇ ଉଦ୍ୟମ ହୋଇଥିବା ସୂଚନା ମିଳିଛି। ଦୁଇଟି ବ୍ୟାଙ୍କ୍ ଆକାଉଣ୍ଟରେ ଟଙ୍କା ପଠାଇବାକୁ ଅଭିଯୁକ୍ତ ଜଣକ ମେସେଜ ପଠାଇଥିଲା।
ଘରୋଇ କଳହକୁ ନେଇ ଦୁଇ ପରିବାର ମଧ୍ୟରେ ଗଣ୍ଡଗୋଳ ପରେ ଏସିଡ୍ ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ଏଥିରେ ୪ ଜଣ ଗୁରୁତର ହୋଇ ହସ୍ପିଟାଲ୍ରେ ଭର୍ତ୍ତି ହୋଇଛନ୍ତି।
ଜଗା ଦର୍ଶନକୁ ଆସିଥିଲେ, ଆକ୍ରମଣର ଶିକାର ହେଲେ : ଦାଦାବଟି ପାଇଁ ଆକ୍ରମଣ ହୋଇଥିବା ନେଇ ମିଳିଛି ସୂଚନା
ମୁଁ ଛିଡ଼ା ହୋଇଥିଲି, ବାଇକ୍ରେ ଆସିଲେ ଫୋନ୍ ଛଡ଼ାଇ ନେଇଗଲେ। ଅଟକାଇବାକୁ ଚେଷ୍ଟା କଲି, କିନ୍ତୁ ସେ ଧକ୍କା ଦେଇ ପଳାଇଲେ
ଅଧ ରାତିରେ ଆସିଲେ, ବନ୍ଧୁକ ଦେଖାଇ ଲୁଟ୍ କଲେ...ସିସିଟିଭିରେ କଏଦ ହେଲା ଭିଡ଼ିଓ
ଭୁବନେଶ୍ୱର ଜାଗମରା ଅଞ୍ଚଳର ଯୁବତୀ ମାଧୁରୀ (ଛଦ୍ମନାମ)ଙ୍କୁ କୋରେଇ ଥାନା ରଗଡି ଅଞ୍ଚଳର କୁନା ଆଚାର୍ଯ୍ୟଙ୍କୁ ଭଲ ପାଉଥିଲେ। ମାଧୁରୀ ମଧ୍ୟ ତାଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ। କୁନା ପ୍ରେମରେ ପାଗଳ ହୋଇଯାଇଥିଲେ ମାଧୁରୀ।
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଅନ୍ୟ ଜଣେ ବରିଷ୍ଠ ସେବାୟତ ଯୌନ ନିର୍ଯାତନା ଦେଇଥିବା ନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି । କିଛି ଦିନ ହେଲା ବରିଷ୍ଠ ସେବାୟତ ଏମିତି ନିର୍ଯାତନା ଦେଇ ଆସୁଥିବା ନେଇ ନାବାଳକ ସେବାୟତଙ୍କ ବାପା ଅଭିଯୋଗ କରିଛନ୍ତି ।
ପୁରୀ ଶ୍ରୀମନ୍ଦିର ଭିତରେ ନାବାଳକ ସେବାୟତଙ୍କୁ ଯୌନ ନିର୍ଯ୍ୟାତନା । ଏନେଇ ସିଂହଦ୍ୱାର ଥାନାରେ ଅଭିଯୋଗ ହୋଇଛି। ଭିଡିଓରୁ ଶୁଣନ୍ତୁ ପୁରା ଘଟଣା ।
ମାହାଙ୍ଗା ଡବଲ ମର୍ଡର ମାମଲାରେ କୋର୍ଟରେ ହାଜର ହୋଇଛନ୍ତି IIC। ପୁନଃତଦନ୍ତ ରିପୋର୍ଟ ସହ ସିଡିଆର୍ ଦାଖଲ ପାଇଁ କୋର୍ଟଙ୍କ ନିର୍ଦ୍ଦେଶ ଥିଲା। ତେବେ କୋର୍ଟରେ ଆଜି କ’ଣ ତଥ୍ୟ ରଖୁଛନ୍ତି ଥାନାଧିକାରୀ ତା’ ଉପରେ ନଜର ରହିଛି।
ସଇଁତଳା ବରଗାଁରେ ମହିଳାଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ମିଳିବା ଘଟଣା । ୬ ବର୍ଷ ପରେ କେସ୍ ରିଓପନ କରି ପୋଲିସର ତଦନ୍ତ ଆରମ୍ଭ । ମୃତ ମହିଳାଙ୍କ ପରିଚୟ ଜାଣିବା ଲାଗି ସ୍କେଚ୍ ଜାରି ।
ମହିଳାଙ୍କୁ ହତ୍ୟା ପରେ ପେଟ୍ରୋଲ ଢାଳି ପୋଡ଼ି ଦେଇଥିଲେ ହତ୍ୟାକାରୀ। ମହିଳାଙ୍କୁ ପୋଡ଼ି ଦିଆଯାଇଥିବାରୁ ତାଙ୍କୁ ଚିହ୍ନିବା ସମ୍ଭବପର ନଥିଲା। ପ୍ରାୟ ୬ ବର୍ଷ ପୂର୍ବେ ଘଟିଥିବା ଏହି ହତ୍ୟାକାଣ୍ଡରେ ମୃତ ମହିଳାଙ୍କୁ ଚିହ୍ନଟ କରିପାରି ନାହିଁ ପୋଲିସ୍।