• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜାହାଙ୍ଗୀରର ପ୍ରତାପ ଚନ୍ଦ୍ର ରାଉତ ହୋଇଥିବା ଜଣାପଡ଼ିଛି । ପ୍ରତାପଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଛି ବୋଲି ସଂପର୍କୀୟମାନେ ଧାମନଗର ଥାନାରେ ଏତଲା ଦେଇଛନ୍ତି।

ସୂଚନା ଅନୁସାରେ,ଗତ ରାତିରେ ପ୍ରଚାରକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଉତ୍ତେଜନା ଦେଖାଦେଇଥିଲା । ଏହାପରେ ପ୍ରତାପ ନିଜ ଘରକୁ ଫେରିବାବେଳେ କିଛି ଲୋକଙ୍କ ସହ ଏହାକୁ ନେଇ ବଚସା ହୋଇଥିଲା । ଯାହା ପରେ ପରେ ପ୍ରତାପଙ୍କ ଭାଇମାନେ ଆସି ପହଞ୍ଚିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହଇଥିଲା । ଗୋଟିଏ ଗୋଷ୍ଠୀ ପ୍ରତାପଙ୍କୁ ମାଡ଼ ମାରିବାରୁ ସେ ଗୁରୁତର ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣାକୁ ନେଇ ଗାଁରେ ଉତ୍ତେଜନା ଦେଖିବାକୁ ମିଳିଛି ।

ସହିପରି, କେନ୍ଦ୍ରାପଡାରେ ମଧ୍ୟ ନିର୍ବାଚନର ଦିନକ ପୂର୍ବରୁ ସରପଞ୍ଚ ପ୍ରାର୍ଥୀଙ୍କୁ ଆକ୍ରମଣ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ କେନ୍ଦ୍ରାପଡ଼ା ପାଟକୁରା ଥାନା ସାନ ଅଢ଼ଙ୍ଗାର ସରପଞ୍ଚ ପ୍ରାର୍ଥୀ ଅମୀୟ ରଞ୍ଜନ ସାହୁଙ୍କୁ କିଛି ଲୋକ ବ୍ୟକ୍ତି ମାଡ଼ ମାରିଛନ୍ତି । ଯାହା ପରେ ଅମୀୟ ରଞ୍ଜନ ସାହୁଙ୍କୁ ଗୁରୁତର ଅବସ୍ଥାରେ ଅର୍ଜୁନପୁର ବ୍ୟାଙ୍କଗଡ଼ା ନିକଟ ନାଳରୁ ଉଦ୍ଧାର କରାଯାଇଛି । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ଓ ପରେ କଟକ ବଡ଼ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଯାଇଥିବାବେଳ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

OTV is now on Whatsapp

Join and get latest news update delivered to you via whatsapp

Join Now