• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

PS Biranchi Narayan Sahoo
ବଢିଲା ବିରଞ୍ଚିଙ୍କ ଅଡ଼ୁଆ: ଅର୍ଥ କାରବାରର ତଦନ୍ତ କରିବ ED

ଇଡି ସ୍କାନରରେ କୋଟିପତି ପିଏସ ବିରଞ୍ଚି ସାହୁ। କେଉଁଠୁ ଆଣିଲେ ଏତେ ଟଙ୍କା ? ଚାକିରୀ ଆଶାୟୀଙ୍କଠାରୁ ଟଙ୍କା ସଂଗ୍ରହ କରିଥିଲେ କି ? ଏମିତି ଅନେକ ରହସ୍ୟର ତଦନ୍ତ କରିବ ଇଡି।

Man Uploads Wife’s Intimate Video
‘ଯୌତୁକ ନିର୍ଯାତନା ଦେଲେ, ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କଲେ’

ସ୍ୱାମୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ଭୁବନେଶ୍ୱର ସୁନ୍ଦରପଦା ଅଞ୍ଚଳରେ ରହୁଥିବା ଜଣେ ମହିଳା। ମହିଳାଙ୍କ ଅଭିଯୋଗ ଅନୁସାରେ, ଯୌତୁକ ଦାବି କରି ସ୍ୱାମୀ ପ୍ରଥମେ ତାଙ୍କୁ ମାରପିଟ୍ କରୁଥିଲେ। ଏବେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ୍‌ ହ୍ୟାକ୍ କରି ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ପୋଷ୍ଟ କରିଛନ୍ତି।  

biranchi sahoo
ରିମାଣ୍ଡରେ ବିରଞ୍ଚି, ନିଯୁକ୍ତି କେଳେଙ୍କାରୀର ହେବ କି ପର୍ଦ୍ଦାଫାସ୍‌ ?

କୁବେର କିରାଣୀ ବିରଞ୍ଚି ନାରାୟଣ ସାହୁଙ୍କ ଗିରଫଦାରୀ ସହ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନ୍‌ର ନିଯୁକ୍ତି ପ୍ରକ୍ରିୟା ଉପରେ ଉଠିଛି ବଡ଼ ପ୍ରଶ୍ନ । ଆଉ ଏହି ପ୍ରଶ୍ନ ହେଉଛି, OSSC ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ଅବଲମ୍ବନ କରାଯାଉଥିଲା ତ ?

Bidyabharati panda
ବିଦ୍ୟାଭାରତୀଙ୍କୁ ୪ ଘଣ୍ଟାର ମାରାଥନ ଜେରା ! ପୋଲିସ ଉପରୁ ଉଠିଗଲାଣି ଭରସା କହିଲେ ପରିବାର

୨୩ ଦିନ ପରେ ବି ଅସ୍ପଷ୍ଟ ରହିଛି ପାରଳାଖେମୁଣ୍ଡି ACF ସୌମ୍ୟରଂଜନ ମହାପାତ୍ର ମୃତ୍ୟୁ ମାମଲା । ଏହାରି ଭିତରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ୪ ଘଣ୍ଟା ଧରି ମାରାଥନ ଜେରା କରିଛି ପାରଳାଖେମୁଣ୍ଡି ପୋଲିସ ।

Rose valley Chitfund
୮ ବର୍ଷ ପରେ ଧରାପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା, ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ

୮ ବର୍ଷ ପରେ ଧରା ପଡ଼ିଲା ଆଉ ଜଣେ ଚିଟ୍‌ଫଣ୍ଡ ଲୁଟେରା । ଚିଟ୍‌ଫଣ୍ଡ ସଂସ୍ଥା ରୋଜଭ୍ୟାଲିର ଓଡ଼ିଶା ମୁଖ୍ୟ ଗିରଫ । ଓଡ଼ିଶା ମୁଖ୍ୟ ବିକ୍ରମଜିତ ଭୌମିକଙ୍କୁ ପଶ୍ଚିମବଙ୍ଗ ମଇନାରୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି ।

Vigilance Team At OSSC Office
OSSC ଅଫିସରେ ଭିଜିଲାନ୍ସ ଟିମ୍‌, ତଦନ୍ତ ପାଇଁ ପହଞ୍ଚିଲେ ଅଫିସର

ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଞ୍ଚି ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ଉ ପରେ ଆଜି ଭିଜିଲାନ୍ସ ଟିମ୍ ଓଏସ୍ଏସ୍‌ସି କାର୍ଯ୍ୟାଳୟରେ ପହଞ୍ଚିଥିଲା ।

Jawan Killed
ରାସ୍ତାକଡ଼ରୁ ମିଳିଲା ଯବାନଙ୍କ ସନ୍ଦେହ ଜନକ ମୃତଦେହ

ଯାଜପୁର ଜିଲ୍ଲା ଧର୍ମଶାଳାରେ ଯବାନଙ୍କ ସନ୍ଦେହଜନକ ମୃତ୍ୟୁ । ରାୟଧରାପୁର-ବନ୍ଧଡିହ ରାସ୍ତାର ଅରାବଳ ଗାଁ ପାଖରେ ଜନକ ଗାଁର ଯବାନ ଜିତେନ୍ଦ୍ର ଜେନାସାମନ୍ତଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ଉଦ୍ଧାର ହୋଇଛି ।

Bidyabharati panda
ବିଦ୍ୟାଭାରତୀଙ୍କ ଗାଁରେ ପୋଲିସ୍, କୁଆଡେ ଗଲେ ଡ୍ରାଇଭର?

ମିଳିଥିବା ସୂଚନା ଅନୁସାରେ, ବିଦ୍ୟାଭାରତୀଙ୍କ ଘରକୁ ଯାଇ ପ୍ରାୟ ଏକ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ହେଲାଣି ପଚରାଉଚରା କରିଛି। ପୋଲିସ କେବଳ ଅନ୍ଧାରରେ ବାଡି ବୁଲାଉଛି। ଏହି ମାମଲାରେ ଡିଏଫ୍‌ଓ ଆଗରୁ କ୍ଲିନ୍‌ଚିଟ୍ ପାଇଛନ୍ତି।     

Loot Expose
ନିଜ ଘରୁ ଚୋରି ହୋଇଥିବା କହି ଫସିଗଲେ ନନା !

ଗତ ୩୧ ତାରିଖରେ ରାୟଗଡା ରୟତ କଲୋନୀରେ ରହୁଥିବା ବିଶ୍ୱ ଗଣପତି ଶର୍ମା ନାମକ ବ୍ୟକ୍ତିଙ୍କ ଘରୁ ପ୍ରାୟ ୩୦ ଲକ୍ଷ ଟଙ୍କା ଏବଂ ୧୦ ଭରି ସୂନା ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଏଭଳି ଏକ ବଡ଼ଧରଣର ଚୋରି ଅଭିଯୋଗ ପରେ ତନାଘନା ଆରମ୍ଭ କରିଥିଲା ପୋଲିସ।

Biranchi Sahoo
ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ କିରାଣୀରୁ କୋଟିପତି ପିଏସ୍ ବନିଥିବା ବିରଞ୍ଚି ସାହୁ ସସ୍ପେଣ୍ଡ

ଓଡ଼ିଶା ଷ୍ଟାଫ୍ ସିଲେକ୍ସନ କମିଶନରେ କିରାଣୀରୁ କୋଟିପତି ପିଏସ୍ ବନିଥିବା ବିରଞ୍ଚି ସାହୁ ସସ୍ପେଣ୍ଡ। ଦୀର୍ଘ ୨୬ ବର୍ଷ ଧରି ଚାକିରୀ କରିବା ପରେ ଶେଷରେ କାଳ ହେଲା ସଂପତ୍ତି ଠୁଳ ମୋହ। ଅବସରର ୬ ମାସ ପୂର୍ବରୁ ସସ୍ପେଣ୍ଡ ହୋଇଗଲେ

soumya and Bidyabharti
ବିଦ୍ୟାଭାରତୀ ଗାଁକୁ ଯାଇ ଡ୍ରାଇଭରକୁ ପଚରାଉଚରା କରିବ ପୋଲିସ

ଅଦ୍ୟାବଧି କାହା ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇନଥିବାରୁ ଅସନ୍ତୋଷ ପ୍ରକାଶ କରିଛନ୍ତି ସୌମ୍ୟଙ୍କ ପରିବାର। ପୋଲିସ ଉପରେ ପ୍ରଶ୍ନ ଉଠାଇ ସୌମ୍ୟଙ୍କ ଭାଇ ଦାବି କରିଛନ୍ତି ସୌମ୍ୟଙ୍କ ପତ୍ନୀ ବିଦ୍ୟାଭାରତୀଙ୍କ ବାପା, ମାଙ୍କୁ ନେଇଥିବା ଡ୍ରାଇଭରଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିବା ଦରକାର।

Biranchi Narayan Sahoo
ବିରଞ୍ଚିଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର

ଆୟ ବହିର୍ଭୂତ ସଂପତ୍ତି ଠୁଳ ନେଇ ବିରଞ୍ଚିଙ୍କୁ ଭିଜିଲାନ୍ସ ଗିରଫ କରିଛି। ବିରଞ୍ଚିଙ୍କ ଠାରୁ ସାଢ଼େ ୩ କୋଟିର ସଂପତ୍ତି ଭିଜିଲାନ୍ସ ଠାବ କରିଛି। ଆଜି ବିରଞ୍ଚିଙ୍କୁ ଚାକିରିରୁ ସସପେଣ୍ଡ ମଧ୍ୟ କରାଯାଇଥିଲା। 

CP Soumendra Priyadarshi
ଲକ୍‌ଡାଉନ୍‌ ପାଇଁ ବଢିଛି ସାଇବର କ୍ରାଇମ୍ !

କେବଳ ଜୁନ୍‌ରେ ଠକେଇ ନେଇ ୧୫ଟି ମାମଲା ରୁଜୁ ହୋଇଛି। ସାଇବର ଠକ ମୁଖ୍ୟତଃ UPI ମାଧ୍ୟମରେ ଅଧତ୍କ ଠକେଇ କରିଛନ୍ତି। ଏଥିସହ କ୍ରେଡିଟ୍ କାର୍ଡ, ଫୋନ କଲ୍‌ରେ ମଧ୍ୟ ଲୋକଙ୍କୁ ଠକିଛନ୍ତି। 

PS BIRANCHI SAHOO
ନିଲମ୍ବିତ ହେଲେ କୁବେର OSSC ସଦସ୍ୟଙ୍କ ପିଏସ୍ ବିରଞ୍ଚି ନାରାୟଣ ସାହୁ

୨୦୦୮ରେ OSSC ଦ୍ୱାରା ପୋଲିସ ଏସ୍ଆଇ ପାଇଁ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ହାଇକୋର୍ଟଙ୍କ ସେ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ। ଯେଉଁଥିରେ OSSCକୁ ନୋଟିସ ବି କରିଥିଲେ ଉଚ୍ଚ ନ୍ୟାୟାଳୟ। ଏମିତି ଏକାଧିକ ଥର ଅନିୟମିତତା ଅଭିଯୋଗ ଆଣିଛନ୍ତି ଚାକିରୀ ଆଶାୟୀ। ଏବେ ଭିଜିଲାନ୍ସ ଜାଲରେ ବିରଞ୍ଚି ଛନ୍ଦି ହେବା ପରେ ସମସ୍ତେ ଆଶା ରଖିଛନ୍ତି, ନିଯୁକ୍ତି ପ୍ରକ୍ରିୟାରେ କେଳେଙ୍କାରୀ ପଛର ସତ୍ୟ ସାମ୍ନାକୁ ଆସିବ।

madhya-pradesh
ସ୍ୱାଦିଷ୍ଟ ଲାଗିଲାନି ଚଟଣୀ : ରାଗରେ ପିଟି ପିଟି ସ୍ତ୍ରୀକୁ ମାରିଦେଲା ସ୍ୱାମୀ

ଅସୁଦିଆ ହୋଇଛି କହି ସ୍ତ୍ରୀକୁ ହତ୍ୟା କଲା । ମଧ୍ୟପ୍ରଦେଶର ଦତିଆରେ ଏପରି ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଚଟଣୀ ସ୍ୱାଦହୀନ ହୋଇଥିବା କହି ଜଣେ ସ୍ତ୍ରୀକୁ ହତ୍ୟା କରିଛି । ତେବେ ହତ୍ୟା କରିବା ପରେ ଘଟଣାସ୍ଥଳରୁ ଫେରାର ମାରିଥିଲା ଅଭିଯୁକ୍ତ । ଅଭିଯୋଗ ପରେ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜୁଛି ପୋଲିସ୍ ।

attack on bjp leader
ବାଇକ୍‌ରେ ଯାଉଥିବାବେଳେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ

ବିଜେପିର ସାଧାରଣ ସଂପାଦକ ତଥା ବଙ୍ଗାଳପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରଜେଶ ନାୟକଙ୍କୁ  ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତମାନେ ଗତକାଲି ରାତିରେ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

Ossc Vigilance Raid
ଶିକ୍ଷିତ ବେକାରୀଙ୍କ ଆଗରେ ପ୍ରଭାବଶାଳୀ ବ୍ୟକ୍ତି ଥିଲେ ବିରଞ୍ଚି

ନିଯୁକ୍ତି ପ୍ରକ୍ରିୟାରେ ଯଦି ଅନିୟମିତତା ହେଉଥିଲା, ତାପଛରେ ପିଏସ୍ ବିରଞ୍ଚି ନାରାୟଣ ସାହୁ ସାଜିଥିଲେ କି କାର୍ପଟଦାର୍ ? କାରଣ ଚଢ଼ାଉବେଳେ ବିରଞ୍ଚିଙ୍କ ଘରୁ ଏକାଧିକ ଆଡ୍‌ମିଟ୍ କାର୍ଡ ପାଇଛି ଭିଜିଲାନ୍ସ। ବିରଞ୍ଚିଙ୍କ ପଛରେ ଅଛନ୍ତି କି ବଡ଼ମୁଣ୍ଡ? ବର୍ଷ ବର୍ଷ ଧରି ଆଶାୟୀ ଅଭିଯୋଗ କରୁଥିଲେ ବି କାହିଁକି କାହା ବିରୋଧରେ ହୋଇନଥିଲା କାର୍ଯ୍ୟାନୁଷ୍ଠାନ?

OSSC aspirants
OSSC ପରୀକ୍ଷାରେ ଦୁର୍ନୀତିର ଗନ୍ଧ ବାରିଲେ ଆଶାୟୀ

ଆବଶ୍ୟକ ପଡ଼ିଲେ ବିରଞ୍ଚିଙ୍କୁ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରାଯିବ ବୋଲି ଭିଜିଲାନ୍ସ ଏସ୍‌ପି ଆର. ପ୍ରକାଶ ସୂଚନା ଦେଇଛନ୍ତି। ଭିଜିଲାନ୍ସ ଚଢାଉ ବେଳେ କଟକ ଓ ଭୁବନେଶ୍ୱରରେ ବିରଞ୍ଚିଙ୍କ କୋଟି କୋଟି ଟଙ୍କାର ସ୍ଥାବର ଏବଂ ଅସ୍ଥାବର ସମ୍ପତ୍ତି ଠାବ ହୋଇଥିଲା। ଦେଢ଼ କିଲୋ ଓଜନର ସୁନା ଅଳଙ୍କାର ସହ ନଗଦ ୨୫ ଲକ୍ଷ ଟଙ୍କା, ୧୪ଟି ପ୍ଲଟ ଏବଂ ୨ଟି ଦୁଇ ତାଲା ଘର ସମେତ ୪ଟି କୋଠା ଠାବ କରିଥିଲା ଭିଜିଲାନ୍ସ

dead body
ନିଖୋଜର ୩ ଦିନ ପରେ ନଦୀରୁ ମିଳିଲା ମୃତଦେହ

ନିଖୋଜର ୩ ଦିନ ପରେ ମିଳିଲା ମୃତଦେହ। ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ କୁଂଜାମ ଗାଁର ୩ ଜଣ ବ୍ୟକ୍ତି ୩ ଦିନ ପୂର୍ବେ ନିଖୋଜ ହୋଇଯାଇଥିଲେ।

minor
୫ ହଜାର ଟଙ୍କା ପାଇଁ ଦୁଇ ନାବାଳକ ପୁଅଙ୍କୁ ବନ୍ଧା ପକାଇଛି ବାପା

ଋଣ ଶୁଝିବା ପାଇଁ ମାତ୍ର ୫ ହଜାର ଟଙ୍କା ପାଇଁ ଦୁଇ ନାବାଳକୁ ପୁଅକୁ ବନ୍ଧା ପକାଇଛି ବାପା । କୋମଳମତି ଶିଶୁଙ୍କ ଭବିଷ୍ୟତ ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ପୁରୀ ଜିଲ୍ଲା କଣାସ ବ୍ଲକରୁ ଏଭଳି ଖବର ଆସିଛି, ଯାହା ପ୍ରଶାସନ ଉପରେ ପ୍ରଶ୍ନ ବାଚୀ ସୃଷ୍ଟି କରୁଛି ।

firing
ଢାବା ମାଲିକାଣୀଙ୍କୁ ଫାୟାରିଂ

ଢାବା ମାଲିକାଣୀଙ୍କୁ ଫାୟାରିଂ। ଏଥିରେ ଢାବା ମାଲିକାଣୀଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା ଅନ୍ତର୍ଗତ ଡୁଆଝର ଗାଁରେ ଥିବା ଏକ ଢାବାରେ ଫାୟାରିଂ ହୋଇଛି।

Mother Affairs
ମା'ର ଅନୈତିକ ସମ୍ପର୍କର କାହାଣୀ ବଖାଣିଲେ ଭାଇ ଭଉଣୀ

ବାପା ଜେଲରେ ରହିବା ପରଠାରୁ ଉଭୟେ ଭାଇ ଭଉଣୀ ଚଳିବା ସମସ୍ୟା ହେଉଛି। ହେଲେ ବାହାର ଲୋକ ଘରକୁ ଆସି ମଦ୍ୟପାନ କରି ଯାବତୀୟ ଅନୈତିକ କାମ କରୁଛନ୍ତି। ଏଥିରେ ବିରୋଧ କଲେ ମା ଆମକୁ ପିଟୁଛନ୍ତି।

CROREPATI PS
କୁବେର ବିରଞ୍ଚିଙ୍କ କେଳେଙ୍କାରୀ ପଛରେ ବଡ଼ମୁଣ୍ଡ କିଏ ?

ଭିଜିଲାନ୍ସ ରେଡ୍ ବେଳେ ବିରଞ୍ଚିଙ୍କ ଘରୁ ନିଯୁକ୍ତି ସମ୍ପର୍କିତ ପରୀକ୍ଷାର ବହୁ ସଂଖ୍ୟକ ଆଡମିଟ କାର୍ଡ ମିଳିବା ପଛର ସମ୍ଭାବ୍ୟ କାରଣ ବି ଦର୍ଶାଇଛନ୍ତି। ଆବେଦନକାରୀ ହିଁ କେବଳ ଆଡ୍‌ମିଟ୍ କାର୍ଡ ଡାଉନଲୋଡ଼ କରିପାରିବେ। ତାହେଲେ ନିଯୁକ୍ତି ଆଳରେ ଆଶାୟୀଙ୍କ ସହ ମିଶି ବଡ଼ଧରଣର ରାକେଟ୍ ଚଳାଇଥିଲେ କି ବିରଞ୍ଚି ?

ps biranchi Narayan Sahu arrested
ଗିରଫ ହେଲେ କୋଟିପତି ପିଏସ୍‌

 ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ କୁବେର ପିଏସ୍  ବିରଞ୍ଚି ନାରାୟଣ ସାହୁଙ୍କୁ ପୋଲିସ ଗିରଫ କରିଛି।  ଗତକାଲି ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଟିମ୍ ତାଙ୍କ ଘରେ ରେଡ୍ କରିଥିବା ବେଳେ କୋଟି କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ଠାବ କରିଥିଲା  ।

Vigilace Raid
ଓଏସ୍‌ଏସ୍‌ସି ପିଏସ୍‌ଙ୍କ ଘରେ ଚଢଉ : ଦେଢ କେଜି ସୁନା, ସାଢେ ୩ କୋଟି ସଂପତ୍ତି ଠାବ

ଦେଢ଼ କେଜି ସୁନା, ନଗଦ ୨୫ ଲକ୍ଷ ଟଙ୍କା, ପାଖାପାଖି ସାଢ଼େ ୩ କୋଟିର ସଂପତ୍ତି ତା’ ସାଙ୍ଗକୁ ଆହୁରି କେତେ କଣ ଏଭଳି ବିପୁଳ ପରିମାଣର ଆୟବହିର୍ଭୁତ ସଂପତ୍ତି ଭିଜିଲାନ୍ସ ରେଡ୍‌ରୁ ଜଣେ ଷ୍ଟାଫ୍ ସିଲେକ୍ସନ୍ କମିଶନଙ୍କ ପିଏସ୍‌ଙ୍କ ଘରୁ ଠାବ ହୋଇଛି। ଏହାକୁ ନେଇ ହଇଚଇ ସୃଷ୍ଟି ହୋ‍ଇଛି।