• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ପୁରୀ କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ୪ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଛି ପୋଲିସ । କୁନମୁନ ସୁଆର, ଟୁଟୁ ମହାପାତ୍ର, ହରି ପଣ୍ଡା, ଜଗନ ଖଟେଇଙ୍କ ଡାକ୍ତରୀମାଇନା ପରେ ଏସଡିଜେଏମ କୋର୍ଟରେ ହାଜର କରାଯାଇଥିଲା । ସେପଟେ ୪ ଅଭିଯୁକ୍ତଙ୍କୁ ଅଧିକ ପଚରାଉଚରା କରିବାକୁ ୭ ଦିନିଆ ରିମାଣ୍ଡ ଆବେଦନ କରିଛି ପୋଲିସ ।

୪ ଅଭିଯୁକ୍ତଙ୍କୁ ନେଇ କ୍ରାଇମ ପ୍ଲଟ ରିକ୍ରିଏସନ କରିବାକୁ ଯୋଜନା ରଖିଛି ପୋଲିସ । ହତ୍ୟାକାଣ୍ଡ ପରେ ସମସ୍ତେ ସାତପଡ଼ା ଜଙ୍ଗଲରେ ଦୁଇ ରାତି ଓ ପରେ ଚିଲିକାରେ କାଟିଥିଲେ । ଚିଲିକା ଭିତରେ ବୋଟ୍‌ରେ ଏମାନେ ଲୁଚି ରହିଥିବାର ଜାଣିବାକୁ ମିଳିଛି । ଏହାପରେ ଏମାନେ କୋରାପୁଟ ହୋଇ ପଡ଼ୋଶୀ ରାଜ୍ୟକୁ ଫେରାର ହେବାକୁ ଚେଷ୍ଟା କରିବା ବେଳେ ଧରିଥିଲା ପୋଲିସ୍ ।

ଏହି ୪ ଜଣ ମୋବାଇଲ୍ ବ୍ୟବହାର କରୁନଥିବାରୁ ଟ୍ରାକ୍ କରିବା ପୋଲିସ୍ ପାଇଁ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରିଥିଲା । ତେବେ ବିଭିନ୍ନ ଜିଲ୍ଲାର ପୋଲିସ୍ ଓ ପଡ଼ୋଶୀ ରାଜ୍ୟ ସହ ପୁରୀ ପୋଲିସ୍ ଯୋଗାଯୋଗରେ ଥିଲା । ଅଭିଯୁକ୍ତଙ୍କ ଗତିବିଧି ସମ୍ପର୍କରେ ଟିକନିଖ୍ ତଥ୍ୟ ପାଇବାକୁ ପୁରୀ ପୋଲିସ୍ ଆପଣାଇଥିଲା ଟ୍ରାଡିସନାଲ ମେଥଡ୍ । ବିଭିନ୍ନ ଜିଲ୍ଲାର ଥାନା ସହ ପଡ଼ୋଶୀ ରାଜ୍ୟମାନଙ୍କ ଥାନାକୁ ନିରନ୍ତର ଯୋଗାଯୋଗ କରିଥିଲା ପୋଲିସ । ଆଜି ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ କୁନମୁନ, ଟୁଟୁ, ହରିଙ୍କ ନାଁ ମୂଳ ଏଫଆଇଆରରେ ଥିଲା ।

ତେବେ ଟୁଟୁ ମହାପାତ୍ର ନାଁ ବ୍ରହ୍ମପୁରର ବହୁଚର୍ଚ୍ଚିତ ଚିକେନ୍ ରବି ହତ୍ୟାକାଣ୍ଡ ମାମଲାରେ ସଂପୃକ୍ତି ଅଭିଯୋଗ ବି ରହିଛି । ଅଭିଯୁକ୍ତ ଜଗନ ଖଟେଇ, କୁନମୁନ୍, ଟୁଟୁ ଓ ହରିଙ୍କୁ ଫେରାର କରିବାର ବ୍ଲୁ ପ୍ରିଣ୍ଟ ରଚିବା ସହ ସେମାନଙ୍କୁ ଲୁଚାଇ ରଖିବାରେ ବି ସହାୟତା କରିଥିଲା । ଏବେ ଅଭିଯୁକ୍ତମାନେ ବ୍ୟବହାର କରିଥିବା ମୋଟରସାଇକେଲ ଓ ବନ୍ଧୁକକୁ ଜବତ ପାଇଁ ଚେଷ୍ଟା ଚଳାଇଛି ପୋଲିସ୍ । ପୁରୀ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟା ମାମଲାରେ ଏବେ ଯାଏଁ ୧୦ ଜଣଙ୍କୁ ଗିରଫ କରାଯାଇଛି ।