• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସଫଳ ହେଲା ବର୍ଷେ ହେଲା ପୋଲିସ ଚଳାଇଥିବା ଅପରେସନ । ଗାଡି ଚୋରି ରାକେଟର ୧୭ଜଣିଆ ଗ୍ୟାଙ୍ଗ ମଧ୍ୟରୁ ୧୨ ସଦସ୍ୟଙ୍କୁ ଗିରଫ କରିଛି ବଲାଙ୍ଗିର ପୋଲିସ। ତାସହ ଅଭିଯୁକ୍ତଙ୍କଠାରୁ ୨୨ଟି ଚୋରି ଗାଡି ଜବତ ହୋଇଛି । ଜବତ ଗାଡିର ଆନୁମାନିକ ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହେବ ଏଥିସହ ୧୫ ଲକ୍ଷ ଟଙ୍କାର ଚୋରି ଗାଡି ସ୍ପେୟାର ପାର୍ଟସ ମଧ୍ୟ ଜବତ କରିଛି ପୋଲିସ। ଲୁଟେରା ଗ୍ୟାଙ୍ଗର ଅନ୍ୟ ୫ ସଦସ୍ୟଙ୍କୁ ଧରିବା ଲାଗି ପୋଲିସ ପ୍ରୟାସ ଜାରି ରଖିଛି।

ଧାଡି ଧାଡି ହୋଇ ରହିଛି ବୋଲେରୋ ଲାଗୁଛି କେଉଁ ଗାଡ଼ି ଷ୍ଟାଣ୍ଡ ଭଳି ପ୍ରକୃତରେ ଏ କେଉଁ ଗାଡ଼ି ଷ୍ଟାଣ୍ଡ କି ଗ୍ୟାରେଜ ନୁହେଁ। ଏ ହେଉଛି ବଲାଙ୍ଗିର ସଦର ଥାନା ପରିସରର ଦୃଶ୍ୟ। ଚୋରି ଗାଡି ସବୁ ଜବତ ହୋଇ ଏଠାରେ ରହିଛି । ଏକ ବଡଧରଣର ଗାଡି ଚୋରି ରାକେଟର ପର୍ଦ୍ଦାଫାସ କରିଛି ବଲାଙ୍ଗିର ପୋଲିସ। ୨୨ଟି ଚୋରା ଗାଡ଼ି ଜବତ ସହ ୧୨ ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ଗାଡି ମଧ୍ୟରେ ରହିଛି ବୋଲେରୋ, ପିକ୍ଅପ ଭ୍ୟାନ୍, ଅଲଟୋ । ଏସବୁ ଗାଡି ଆନ୍ଧ୍ରପ୍ରଦେଶ ସୀମା ସହ ବରଗଡ, ସିନାପାଲି ଭଳି ବିଭିନ୍ନ ସ୍ଥାନରୁ ଜବତ ହୋଇଛି । ଜବତ ଗାଡ଼ିର ଆନୁମାନିକ ମୂଲ୍ୟ ୨କୋଟି ଟଙ୍କାରୁ ଅଧିକ ତାସହ ୧୫ ଲକ୍ଷ ଟଙ୍କାର ଗାଡ଼ି ଯନ୍ତ୍ରାଂଶ ମଧ୍ୟ ଜବତ ହୋଇଛି । ଗାଡ଼ି ଚୋରି ଘଟଣାରେ ମୋଟ୍ ୫୨ଟି ମାମଲା ରୁଜୁ ହୋଇଛି ଏହି ମାମଲାରେ ସଂପୃକ୍ତ ଅନ୍ୟମାନଙ୍କୁ ଖୋଜୁଛି ପୋଲିସ

OTV is now on Whatsapp

Join and get latest news update delivered to you via whatsapp

Join Now