• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭୁବନେଶ୍ୱର ଘରେ ରେଡ୍ କରାଯାଇଛି । ଏୟାରଫିଲ୍ଡ ଥାନା ଅଞ୍ଚଳ ସ୍କାଏ ଟାୱାର ଆପାର୍ଟମେଣ୍ଟରେ ରେଡ୍ କରାଯାଇଛି । ଶର୍ମିଷ୍ଠାଙ୍କ ଘର ଓ ଅଫିସ୍‌ରେ ରେଡ୍ କରୁଛି ୩ ଜଣିଆ ପୋଲିସ ଟିମ୍ । ଘର ଓ ଅଫିସ୍‌ରୁ ପୋଲିସ କିଛି କାଗଜପତ୍ର ଜବତ କରିଥିବା ସୂଚନା । ଶର୍ମିଷ୍ଠାଙ୍କ ବିଭିନ୍ନ ବନ୍ଧୁବାନ୍ଧବଙ୍କ ଘରେ ମଧ୍ୟ ପୋଲିସ ରେଡ୍ କରୁଛି । ରେଡ୍ ନେଇ ଚାନ୍ଦବାଲି ଏସ୍‌ଡିପିଓ ଦେବୀଶଙ୍କର ପ୍ରତାପଙ୍କ ସୂଚନା ।

ଏହା ପୂର୍ବରୁ ପୋଲିସକୁ ଆଉ ଏକ ସଫଳତା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ  ପୋଲିସ କବଜାକୁ ଆଣିଥିଲା । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ ।

 ତେବେ ଏହି ମାମଲାରେ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ଅପରପକ୍ଷେ ଗିରଫ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜ ନାୟକଙ୍କୁ ଏବେ ରିମାଣ୍ଡରେ ନେବନି ଭଦ୍ରକ ପୋଲିସ୍। ଅତିରିକ୍ତ ଏସ୍‌ପିଙ୍କ ସହ ଶର୍ମିଷ୍ଠାଙ୍କ ଫଟୋକୁ ନେଇ ସେ କହିଛନ୍ତି ଯେ ଫଟୋ ବାବଦରେ କିଛି ଜାଣିନି, ତଦନ୍ତ କରିବୁ ଓ କାର୍ଯ୍ୟାନୁଷ୍ଠାନ ନେବୁ ।