Advertisment

ମାନସ ସ୍ୱାଇଁ ହତ୍ୟା ମାମଲାରେ ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି

ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି। ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଛି।

author-image
Pramod Behera
Two minister in the link of Manas murder casse

Two minister in the link of Manas murder casse

ସାମ୍ନାକୁ ଆସିଲା ବଡ ଖବର। ମାନସ ସ୍ୱାଇଁ ହତ୍ୟା ମାମଲାରେ ରହିଛି ଦୁଇ ମନ୍ତ୍ରୀଙ୍କ ସଂପୃକ୍ତି। ଏଭଳି କିଛି ଚାଞ୍ଚଲ୍ୟକର ଓ ସାଘାଂତିକ ଅଭିଯୋଗ କରିଛନ୍ତି ମାନସଙ୍କ ପତ୍ନୀ ଓ ଭାଇ। ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନାଙ୍କ ଏହି ହତ୍ୟା ମାମଲାରେ ସଂପୃକ୍ତି ରହିଥିବା ଖବର ଆସିଛି।

Advertisment

ଶର୍ମିଷ୍ଠାଙ୍କ ସହ ସେମାନଙ୍କ ଫଟୋ ମଧ୍ୟ ରହିଛି। ଉଭୟ ମନ୍ତ୍ରୀଙ୍କୁ ସେ ଭଲ ଭାବେ ଜାଣିଛନ୍ତି। ସୂଚନା ମୁତାବକ ମାନସଙ୍କ ପାଖରେ ଏକ ଚିପ୍ ଥିଲା। ଏହି ଚିପ୍ ପାଇଁ ହିଁ ତାଙ୍କୁ ହତ୍ୟା କରାଯାଇଛି। ବଡ଼ ବଡ଼ ନେତା ଓ ମନ୍ତ୍ରୀଙ୍କ ହାତ ଥିବାରୁ ତଦନ୍ତ ଠିକ୍ ଭାବେ ହେଉନି। ଚିପ୍ ମିଳିଲେ ସବୁ ରହସ୍ୟ ଉପରୁ ପରଦା ହଟିବ ବୋଲି ମାନସଙ୍କ ପତ୍ନୀ କହିଛନ୍ତି।

ସେପଟେ ଏହି ଅଭିଯୋଗ ନେଇ ପ୍ରତାପ ଜେନାଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିବା ବେଳେ ସେ କୌଣସି ପ୍ରତିକ୍ରିୟା ରଖି ନାହାନ୍ତି। ସେହିପରି ଦିବ୍ୟଶଙ୍କର ମିଶ୍ରଙ୍କ ପ୍ରତିକ୍ରିୟା ମଧ୍ୟ ମିଳିପାରିନି।

Advertisment

ତେବେ ଏହା ପୂର୍ବରୁ ପୋଲିସକୁ ଆଉ ଏକ ସଫଳତା ମିଳିଥିଲା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ପୋଲିସ କବ୍‌ଜାକୁ ଆଣିଥିଲା । ପରମେଶ୍ୱରଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ୍‌ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ସେ। ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇ ନଥିବା ସୂଚନା ମିଳିଛି । ଶର୍ମିଷ୍ଠା ଏବେ କେଉଁଠି, ସେନେଇ ପୋଲିସ୍‌ ସ୍ପଷ୍ଟ ହୋଇପାରିନି । ପରମେଶ୍ୱରଙ୍କୁ ଜେରା ବେଳେ ଶର୍ମିଷ୍ଠାଙ୍କ ଅବସ୍ଥିତି ଜଣାପଡ଼ିବା ନେଇ ଆଶା ରଖିଛି ପୋଲିସ।

ତେବେ ଏହି ମାମଲାରେ ମୁଖ୍ୟ ଶର୍ମିଷ୍ଠା ରାଉତଙ୍କ ଆଗୁଆ ଜାମିନ ଆବେଦନ ହାଇକୋର୍ଟରେ ଖାରଜ ହୋଇଛି । ଅପରପକ୍ଷେ ଗିରଫ ପୂର୍ବତନ ଓଆଇଏସ୍ ନିରଞ୍ଜନ ସେଠୀ ଓ ଅନ୍ୟ ଅଭିଯୁକ୍ତ ରାଜ ନାୟକଙ୍କୁ ଏବେ ରିମାଣ୍ଡରେ ନେବନି ଭଦ୍ରକ ପୋଲିସ୍।

ସେହିପରି ପୂର୍ବରୁ ଅନୁମାନ କରାଯାଉଥିବା କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ଘଟଣାରେ ଗିରଫ ହୋଇଛନ୍ତି ପ୍ରଭାବଶାଳୀ ବ୍ୟକ୍ତି ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ଅବସରପ୍ରାପ୍ତ ନିର୍ଦ୍ଦେଶକ ନିରଞ୍ଜନ ସେଠୀ। ଏବେ ସେ ଭଦ୍ରକ ସ୍ୱତନ୍ତ୍ର ଉପକାରଗାରର ୧୧ ନମ୍ବର ସେଲରେ ରାତ୍ରୀ ଯାପନ କରୁଛନ୍ତି। ଜେଲ୍‌ ଯିବାପରେ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।

ମାନସ ସ୍ୱାଇଁ ହତ୍ୟାକାଣ୍ଡରେ ସେ ଥିଲେ ମୁଖ୍ୟ ଷଡଯନ୍ତ୍ରକାରୀ। ମାନସଙ୍କୁ ଅପହରଣ କରି ମାଡ଼ ମାରିବା, ହତ୍ୟା ଯୋଜନା ଓ ମୃତଦେହକୁ ପୋତିବାରେ ନିରଞ୍ଜନଙ୍କ ସଂପୃକ୍ତି ରହିଛି ବୋଲି ଚାନ୍ଦବାଲି ପୋଲିସ ସ୍ପଷ୍ଟ କରିଛି।

Odisha News
Advertisment
Advertisment