Advertisment

ମାନସ ସ୍ୱାଇଁ ହତ୍ୟା ମାମଲା: କ୍ରାଇମ୍‌ବ୍ରାଞ୍ଚ ହାତକୁ ଗଲା ତଦନ୍ତ ଭାର, DGP ବଂଶଲ ଦେଲେ ନିର୍ଦ୍ଦେଶ

ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

author-image
Satyendu Shekher Mishra
undefined

Manas Swain

ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ୍‌ ମାନସ ସ୍ୱାଇଁ ହତ୍ୟା ମାମଲାର ଆସିଲା ନୂଆ ମୋଡ଼ । ଏଣିକି ପୋଲିସ ନୁହେଁ କ୍ରାଇମ୍‌ବ୍ରାଞ୍ଚ କରିବ ତଦନ୍ତ । ହତ୍ୟା ମାମଲାର ତଦନ୍ତ ଭାର ଏବେ କ୍ରାଇମବ୍ରାଞ୍ଚ ହାତକୁ ଗଲା । ଡିଜିପିଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଭାର ନେଲା କ୍ରାଇମବ୍ରାଞ୍ଚ । ଏନେଇ କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ସୂଚନା ଦେଇଛନ୍ତି । ଘଟଣାର ଗୁରୁତ୍ୱକୁ ଦେଖି ଡିଜିପି ସୁନୀଲ ବଂଶଲ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଏହା ପରେ ଏହି ସଂସ୍ଥା ମାମଲାକୁ ନିଜ ହାତକୁ ନେଇଥିବା ସୂଚନା ରହିଛି । ତଦନ୍ତ ଭାର ହାତକୁ ନେବା ପରେ ୨ଟି ଟିମ୍‌ ଗଠନ କରିଛି କ୍ରାଇମବ୍ରାଞ୍ଚ । ଯେହେତୁ ଘଟଣାଟି ବିଭିନ୍ନ ଜିଲ୍ଲାରେ ସଂଗଠିତ ହୋଇଛି, ଏଣୁ ଗୋଟିଏ ଟିମ୍ ନୟାଗଡ଼, ଭୁବନେଶ୍ୱର ଏବଂ ଭଦ୍ରକରେ ତଦନ୍ତ କରିବ । ଅନ୍ୟ ଟିମ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠାଙ୍କୁ ଗିରଫ କରିବାକୁ ମୁତୟନ ରହିବ ବୋଲି କହିଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ।

Advertisment

ଅନ୍ୟପଟେ ମାନସ ସ୍ୱାଇଁ ହତ୍ୟା କାଣ୍ଡରେ ପୋଲିସ ତଦନ୍ତ ଯେତିକି ଆଗୋଉଛି ସେତିକି ନୂଆ ନୂଆ ତଥ୍ୟ ସାମ୍ନାକୁ ଆସୁଛି । ଗୋଟିଏ ପରେ ଗୋଟିଏ ଗୁମର ଖୋଲିବାରେ ଲାଗିଛି । ଏବେ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ରାଉତଙ୍କ କାର ଜବତ କରିଛି ପୋଲିସ । ଭୁବନେଶ୍ୱର ଏୟାରଫିଲ୍ଡ ଥାନା ସ୍କାଏ ଟାୱାର ଆପାର୍ଟମେଣ୍ଟ ଗ୍ୟାରେଜରୁ କାର୍‌ ଜବତ ହୋଇଛି ।

ତେବେ ସେହି କାରରେ ହିଁ ମାନସଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି । ଅପହରଣ ସହ ମୃତଦେହକୁ ବି ଏହି କାର୍‌ରେ ନୟାଗଡ଼ ନିଆଯାଇଥିଲା । ‌ଏହାପରେ ମୃତଦେହ ନୟାଗଡ଼ରେ ପୋତି ଦିଆଯାଇଥିଲା । ଶର୍ମିଷ୍ଠାଙ୍କ କାର୍ ବ୍ୟବହାର ହୋଇଥିବା ନେଇ ଭଦ୍ରକ ଜିଲ୍ଲା ମତୋ ଫାଣ୍ଡି ଅଧିକାରୀ ସ୍ପଷ୍ଟ କରିଛନ୍ତି ।  ସେ କହିଛନ୍ତି, ଅପହରଣ ବେଳେ ଶର୍ମିଷ୍ଠା ଗାଡ଼ି ଚଳାଉଥିଲେ । ତାଙ୍କ ସହ ଆଉ ଜଣେ ମଧ୍ୟ ଥିଲେ । ଶର୍ମିଷ୍ଠାଙ୍କ ମୋବାଇଲ ସ୍ୱିଚ୍‌ ଅଫ୍ ଅଛି, ତାଙ୍କୁ ଖୋଜା ଚାଲିଛି ।

Advertisment

ଗତକାଲି ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱର ରାଉତଙ୍କୁ ଆନ୍ଧ୍ରପ୍ରଦେଶର ବିଜୟୱାଡ଼ାରୁ ପୋଲିସ୍‌ ଧରିଥିଲା। କୁହାଯାଉଛି, ହତ୍ୟା ରହସ୍ୟ ସାମ୍ନାକୁ ଆସିବା ପରେ ଶର୍ମିଷ୍ଠାଙ୍କୁ ଫେରାର କରାଇବାରେ ଭାଇ ପରମେଶ୍ୱର ହିଁ ନିଭାଇଥିଲେ ମୁଖ୍ୟ ଭୂମିକା। ଶର୍ମିଷ୍ଠା ପୋଲିସ୍ ପଞ୍ଝାରୁ କେମିତି ଖସିଯାଇପାରିବେ, ସେ ନେଇ ପ୍ଲାନ୍ ପ୍ରସ୍ତୁତ କରିଥିଲା ପରମେଶ୍ୱର। 

ଅନ୍ୟପକ୍ଷେ, ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ମର୍ଡର ମିଷ୍ଟ୍ରି ସହ ଯୋଡ଼ି ହୋଇଛି ପଲିଟିକାଲ ଲିଙ୍କ୍। ହତ୍ୟା ଘଟଣା ଓ ମୁଖ୍ୟ ଅଭିଯୁକ୍ତ ଫେରାର ହେବା ପଛରେ ରାଜ୍ୟର ହାଇପ୍ରୋଫାଇଲ ନେତା-ମନ୍ତ୍ରୀଙ୍କ ହାତ ଥିବା କଥା ସିଧାସଳଖ କ୍ୟାମେରା ସାମ୍ନାରେ କହିଛନ୍ତି ମାନସଙ୍କ ପରିବାର ଲୋକେ। ଏମିତିକି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ଆଇନ୍ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି ଆଣି ଏମାନଙ୍କ ବିରୋଧରେ ସିଧାସଳଖ ଆଙ୍ଗୁଳି ଉଠାଇଛନ୍ତି ମାନସଙ୍କ ପତ୍ନୀ ଓ ଭାଇ।

ହତ୍ୟାକାଣ୍ଡ ପଛରେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କ ସମ୍ପୃକ୍ତି ଥିବା ଜଣାପଡ଼ିଛି। ଶର୍ମିଷ୍ଠା ରାଉତ ଓ ନିରଞ୍ଜନ ସେଠୀଙ୍କ ମଧ୍ୟରେ ଥିବା ଘନିଷ୍ଠ ସମ୍ପର୍କର ବଡ଼ ପ୍ରମାଣ ମିଳିଛି। ୱେବ୍‌ ଚ୍ୟାନେଲ ମାଲିକାଣୀ ଶର୍ମିଷ୍ଠା ରାଉତଙ୍କ ପ୍ରତି ନିରଞ୍ଜନ ଅବସର ଦିନ ଅଯାଚିତ ଅନୁକମ୍ପା ଅଜାଡ଼ି ଦେଇଥିଲେ। ସୂଚନା ଓ ଲୋକ ସମ୍ପର୍କ ବିଭାଗର ନିର୍ଦ୍ଦେଶକ ଥିବାବେଳେ ଶର୍ମିଷ୍ଠାଙ୍କ ପାକ୍ଷିକ ନ୍ୟୁଜ୍‌ ପେପର ସଂପୂର୍ଣ୍ଣାକୁ ଏମ୍‌ପ୍ୟାନେଲ ପାଇଁ ନିରଞ୍ଜନ ଅନୁମତି ଦେଇଥିଲେ।

Camera Man Manas Swain
Advertisment
Advertisment