କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟାକାଣ୍ଡ ମାମଲାରେ ଗତକାଲି ନିରଞ୍ଜନ ସେଠୀ ଓ ରଞ୍ଜନ ନାୟକଙ୍କୁ ଗିରଫ କରିଥିଲା ପୋଲିସ। ଚାନ୍ଦବାଲି ପୋଲିସ କୋର୍ଟ ଚାଲାଣ ପରେ ପରେ କଡା ସୁରକ୍ଷା ମଧ୍ୟରେ ଚାନ୍ଦବାଲିରୁ ଭଦ୍ରକ ଦୀର୍ଘ ୫୨ କିଲୋମିଟର ଆଣି ଭଦ୍ରକ ସ୍ୱତନ୍ତ୍ର ଉପକାରଗାରକୁ ପଠାଇଥିଲେ । ତେବେ ଜେଲ୍ ଯିବାପରେ ନରଞ୍ଜନଙ୍କ ଘରୁ ଆସିଥିବା ଖାଦ୍ୟକୁ ଦେବାକୁ ମନା କରିଦେଇଥିଲେ ଜେଲ କତ୍ତୃପକ୍ଷ। ଏହାପରେ ନିରଞ୍ଜନ ରାତିରେ ଚୂଡା ଓ ଚିନି ଖାଇଥିବା ଜେଲର କହିଛନ୍ତି।
ବହୁ ଚର୍ଚ୍ଚିତ କ୍ୟାମେରାମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ପୋଲିସକୁ ଆଉ ଏକ ସଫଳତା । ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଭାଇକୁ ଧରିଲା ପୋଲିସ । ଶର୍ମିଷ୍ଠାଙ୍କ ଭାଇ ପରମେଶ୍ୱରଙ୍କୁ କବ୍ଜାକୁ ନେଇଛି ପୋଲିସ । ପରମେଶ୍ୱର ରାଉତଙ୍କୁ ବିଜୟୱାଡ଼ାରୁ ଧରିଛି ପୋଲିସ । ପରାମେଶ୍ୱର ବିଜୟୱାଡ଼ାରେ ରହି ଶର୍ମିଷ୍ଠାଙ୍କ ଫେରାର୍ ହେବା ନେଇ ପ୍ଲାନ କରିଥିଲେ । ଶର୍ମିଷ୍ଠା କେମିତି ଖସିଯାଇପାରିବେ, ସେନେଇ ପ୍ଲାନ୍ କରିଥିଲେ ପରମେଶ୍ୱର । ତେବେ ଶର୍ମିଷ୍ଠା କିନ୍ତୁ ବିଜୟୱାଡ଼ା ଯାଇନଥିବା ସୂଚନା ମିଳିଛି ।
କାନ୍ଦ ବୋବାଳିରେ ଫାଟିପଡ଼ୁଛି ଘର। କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କ ମୃତ୍ୟୁ ପରେ ପରିବାର ଲୋକ ଭାଙ୍ଗି ପଡିଛନ୍ତି । ରହସ୍ୟମୟ ଭାବେ ମାନସଙ୍କ ହତ୍ୟା କରାଯିବା ପରେ ପରିବାର ଲୋକଙ୍କ ୨ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ପ୍ରତାପ ଜେନା ଏବଂ ସାମ୍ବାଦିକା ଶର୍ମିଷ୍ଠା ରାଉତଙ୍କୁ ଦାୟୀ କରିଛନ୍ତି
ମାନସଙ୍କୁ ମାରିଦେଲା ମେମୋରିଚିପ୍? ଜାଣନ୍ତୁ କଣ ଥିଲା ପୂରା କାହାଣୀ?