• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ମାମଲାରେ ଚାର୍ଜସିଟ ଦାଖଲ କରିଛି କ୍ରାଇମବ୍ରାଞ୍ଚ । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶର୍ମିଷ୍ଠା ଓ ନିରଞ୍ଜନଙ୍କୁ ମିଶାଇ ମୋଟ ୮ ଜଣଙ୍କ ନାଁରେ ଚାନ୍ଦବାଲି JMFC କୋର୍ଟରେ ଚାର୍ଜସିଟ୍ ଦାଖଲ ହୋଇଛି ।ଜଣେ ନାବାଳକ ସମେତ ୮ ଜଣଙ୍କ ନାଁରେ ଚାର୍ଜସିଟ୍ ହୋଇଛି ।

ସୂଚନା ଅନୁସାରେ, ୮ ଜଣଙ୍କ ନାଁରେ ଦଫା ୩୦୨, ୩୬୦, ୩୬୩, ୩୬୪ରେ ମାମଲା ରୁଜୁ ହୋଇଛି । ୪୭୧, ୪୬୫, ୨୦୧, ୨୧୨ ସେକ୍ସନ ମଧ୍ୟ ଲାଗୁ ହୋଇଛି ୯୦୫ ପୃଷ୍ଠା ସମ୍ବଳିତ ଚାର୍ଜସିଟରେ ୩୪ ଜଣ ସାକ୍ଷୀଙ୍କ ନାଁ ରହିଛି ।