/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657348030.jpg)
Son Kills Father
ପରିଣତ ବୟସରେ ସାହାରା ହେବା ବଦଳରେ ବାପାର ଜୀବନ ନେଇଗଲା ପୁଅ। ଆଉ ସାଜିଲା ହତ୍ୟାକାରୀ। ବାପାକୁ ହତ୍ୟା ପରେ ଶବକୁ ଜାଳିଦେଲା ପୁଅ। ବରଗଡ଼ ଜିଲ୍ଲା ବରପାଲି ଥାନା ପିପିଲିପାଲି ଗାଁରେ ଏହି ଘଟଣା ଘଟିଛି। ମୃତକ ହେଲେ ନାମ ପ୍ରଧାନ ଓ ଅଭିଯୁକ୍ତ ପୁଅର ନାମ ହରିପ୍ରଧାନ।
Advertisment
ସୂଚନା ଅନୁସାରେ, କୌଣସି କାରଣକୁ ନେଇ ନାମଙ୍କ ସହ ହରିଙ୍କ ପାଟିତୁଣ୍ଡ ହୋଇଥିଲା। ଏହାପରେ ଏକ ଲୁହା ରଡ୍ରେ ବାପାଙ୍କୁ ହରି ଆକ୍ରମଣ କରିଥିଲା। ଘଟଣାସ୍ଥଳରେ ହିଁ ନାମଙ୍କ ମୃତ୍ୟୁ ଘଟିଥିଲା। ହତ୍ୟାପରେ ହରି ଏକ ଶବଦାହ ଗୃହରେ ମୃତଦେହରେ ନିଆଁ ଲଗାଇ ଦେଇଥିଲା।
ଖବର ପାଇ ପୋଲିସ ଓ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ନିଆଁକୁ ଆୟତ୍ତ କରାଯିବା ସହ ଅଭିଯୁକ୍ତ ପୁଅ ହରିକୁ ପୋଲିସ୍ ଅଟକ ରଖି ତଦନ୍ତ ଜାରି ରଖିଛି। ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ଜଘନ୍ୟ କାଣ୍ଡ ଘଟିଥିବା କୁହାଯାଉଛି।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)