/odishatv-khabar/media/post_attachments/uploadimage/library/16_9/16_9_0/IMAGE_1657359881.jpg)
Husband Killed her Wife
ପତ୍ନୀ ମାଂସ ତରକାରୀ ରାନ୍ଧିଲା, କିନ୍ତୁ ସୁଆଦିଆ ଲାଗିଲାନି...ବାସ୍ ଏତିକିରେ ରାଗିଗଲା ସ୍ୱାମୀ। ଭୁଲି ଗଲା ହିତାହିତ ଜ୍ଞାନ। ପାଖରେ ପଡ଼ିଥିବା ଏକ ଲୁହା ପାଇପରେ ପତ୍ନୀକୁ ପିଟି ପିଟି ମାରିଦେଲା ସ୍ୱାମୀ । ଗତ ୯ ତାରିଖ ରାତିରେ କରଞ୍ଜିଆରେ ଏହି ଅଭାବନୀୟ ଘଟଣା ଘଟିଛି।
Advertisment
ସୂଚନା ଅନୁସାରେ, ମାଂସ ତରକାରୀ ରାନ୍ଧି ଭୁଲି ସ୍ୱାମୀ ଗିରିଶଙ୍କୁ ଖାଇବାକୁ ଡାକିଥିଲା। ତେବେ ତରକାରୀର ସ୍ୱାଦକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ଆରମ୍ଭ ହୋଇଥିଲା। ମାଂସ ତରକାରୀ ସୁଆଦିଆ ନଲାଗିବାରୁ ସ୍ୱାମୀ ଗିରିଶର ରାଗ ପଞ୍ଚମକୁ ଉଠିଯାଇଥିଲା।
ପାଟିତୁଣ୍ଡ ମଝିରେ ଗିରିଶ ଏକ ଲୁହା ପାଇପରେ ସ୍ତ୍ରୀ ଭୁଲିକୁ ପିଟି ପିଟି ହତ୍ୟା କରିଥିଲା। ଆଜି ସକାଳେ ଘଟଣା ସମ୍ପର୍କରେ ଜଣାପଡ଼ିବା ପରେ ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଗିରିଶକୁ ଗିରଫ କରିଥିଲା।
Advertisment
ହତ୍ୟାକାଣ୍ଡର ପ୍ରକୃତ କାରଣ କେବଳ ମାଂସ ତରକାରୀ ନା ଆଉ କିଛି ସେନେଇ ପୋଲିସ୍ ତଦନ୍ତ ଆରମ୍ଭ କରିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)