• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଖଣ୍ଡା ଧରି ସ୍କୁଲରେ ଆତଙ୍କ ଖେଳାଇଲେ ବାପା । ଆଉ ରାଗ ତମ ତମ ହୋଇ ପଚାରିଲେ ‘କାହିଁକି ମୋ ଝିଅ ସହ ଏମିତି ଘଟିଲା । ମୋ ଝିଅକୁ କାହିଁକି ମିଳିଲାନି ସ୍କୁଲ ପୋଷାକ’ । ଖଣ୍ଡା ଧରି ରାଗ ତମ ତମ ହୋଇ ସ୍କୁଲ ଭିତରକୁ ସୁନାମି ଭଳି ମାଡ଼ି ଆସିଲେ ବାପା । ଆଉ ଶିକ୍ଷକଙ୍କ ଆଗରେ ଖଣ୍ଡା ବୁଲାଇ ଭୟଭୀତ କରି ପଚାରିଲେ କାହିଁ ମିଳିଲା ମୋ ଘିଅକୁ ସ୍କୁଲ ୟୁନିଫର୍ମ ।

ଏହା ଦେଖି ସ୍କୁଲରେ ଥିବା ଶିକ୍ଷକ ଶିକ୍ଷୟତ୍ରୀ ସବୁ ଛାନିଆ । କିଏ କ’ଣ କହିବ କ’ଣ କରିବ କିଛି ବୁଝି ପାରୁନାହାନ୍ତି । ସ୍ଥିତି ଏମିତି ଥିଲା ଯେ, ଯିଦି ପାଟିରୁ ଟିକେ ବି କଥା ଏପଟ ସେପଟ ହୋଇଥାନ୍ତା, ତେବେ ଚୋଟ ଖାଇବା ଟା ନିଶ୍ଚିତ ।

ମନ୍ଦିର ତୁଲ୍ୟ ସ୍କୁଲ ଭିତରେ ପଶି ଆତଙ୍କ ଖେଳାଇଥିବା ଏହି ବ୍ୟକ୍ତି ଜଣକ ନାଁ ହେଉଛି ଆକବର । ସେ ଖଣ୍ଡା ଦେଖାଇ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ନିଜ ଝିଅର ସ୍କୁଲ ୟୁନିଫର୍ମ ବିଷୟରେ ପଚାରିବା ସହ ଧମକ ମଧ୍ୟ ଦେଇଛି । ଆଉ କହିଛି ଯେ, ‘ଆସନ୍ତା ୨୪ ଘଣ୍ଟା ଭିତରେ ମୋ ଝିଅକୁ ଯେମିତି ହେଲେ ଆଣି ସ୍କୁଲ ପୋଷାକ ଦିଅ । ନହେଲେ ପୁଣି ଆସିବି’ । ଏଭଳି ଏକ ଘଟଣା ଘଟିଛି ବିହାରର ଆରରିଆର ଜୋଖିହାଟ ବ୍ଲକ୍‌ ଅନ୍ତର୍ଗତ ଭଗବାନପୁର ପଞ୍ଚାୟତରେ ।

ତେବେ ଏଭଳି ଘଟଣା ନେଇ ପୁରା ସୂଚନା ଦେଇଥିଲେ ଜୋଖିହାଟ ଷ୍ଟେସନ୍‌ ହାଉସ୍‌ ଅଫିସର । ଏହାସହ ଏହି ଘଟଣା ନେଇ ଉକ୍ତ ବ୍ୟକ୍ତଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ଖାଲି ସେତିକି ନୁହେଁ ସ୍କୁଲର ପ୍ରଧାନଶିକ୍ଷକ ମଧ୍ୟ ଏଘଟଣା ନେଇ ଜୋଖିହାଟ ବିଡିଓଙ୍କୁ ଜଣାଇଛନ୍ତି । ତେବେ ସବୁଠାରୁ ବଡ଼ କଥା ହେଲା, ସ୍କୁଲରେ କ୍ଲାସ ଚାଲିଥିବା ବେଳେ ଖଣ୍ଡା ଧରି ପଶିଥିଲେ ଆକବର । ଆଉ ସେ ଖଣ୍ଡା ଧରିଥିବାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।