• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଚୀନ୍ ନାଗରିକ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି । କ୍ରାଇମବ୍ରାଞ୍ଚର ଆବେଦନ ଉପରେ ଇମିଗ୍ରେସନ ବ୍ୟୁରୋ ତାଙ୍କ ବିରୋଧରେ ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି । ବେଆଇନ୍ ଲୋନ୍ ଆପ୍ଲିକେସନ ମାଧ୍ୟମରେ ଟଙ୍କା କାରବାରର ମାଷ୍ଟରମାଇଣ୍ଡ ଥିବା ଚୀନ୍ ନାଗରିକଙ୍କୁ ଧରିବା ଲାଗି ଲୁକ୍ ଆଉଟ୍ ସର୍କୁଲାର ଜାରି କରିଛି  କ୍ରାଇମବ୍ରାଞ୍ଚ । ସଂପୃକ୍ତ ଚୀନ୍ ନାଗରିକ ଏକାଧିକ ଲୋନ୍ ଆପ୍ ପରିଚାଳନା କରୁଥିବା ଅଭିଯୋଗ ହୋଇଥିଲା । ଆଉ ଏହିସବୁ ବେଆଇନ୍ ଲୋନ୍ ଆପ୍‌କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।

କ୍ରାଇମବ୍ରାଞ୍ଚ ଡିଆଇଜି ଶ୍ରୀ ପଙ୍କଜଙ୍କ କହିବା ଅନୁସାରେ ଚୀନ୍‌ର ଲିଉ ୟୁ ଜିଏ ଓ ତାଙ୍କର ଦୁଇ ସହଯୋଗୀ ୩ ବର୍ଷ ତଳେ ବାଙ୍ଗାଲୁରୁ ଆସିଥିଲେ । ସେଠାରେ ସେ ୮ଟି କମ୍ପାନୀ ଖୋଲିଥିଲେ । ଲିଉ ୟୁ ଜିଏ ନିଜ କର୍ମଚାରୀଙ୍କ ନାଁରେ କମ୍ପାନୀ ଗୁଡ଼ିକ ଖୋଲିଥିଲେ । ପରବର୍ତ୍ତୀ ସମୟରେ ସେହି କମ୍ପାନୀ ନାଁରେ ୧୦ଟି ଲୋନ୍‌ ଆପ୍‌ ଖୋଲିଥିଲେ । ଆଉ ସେହି ଆପ୍‌ ଗୁଡ଼ିକୁ ଗୁଗୁଲ୍‌ ପ୍ଲେ ଷ୍ଟୋରରେ ଉପଲବ୍ଧି କରୁଥିଲେ ।

ସେ ଆହୁରି କହିଛନ୍ତି, ଲୋନ୍‌ ଆପ୍‌ ଗୁଡ଼ିକ ଚିନ୍‌ରେ ପରିଚାଳିତ ହେଉଥିଲା । ଟାର୍ଗେଟରେ ଥିଲେ ମଧ୍ୟବିତ୍ତ ପରିବାର । ବିଭିନ୍ନ ସୋଶାଲ୍‌ ମିଡିଆ ମାଧ୍ୟମରେ ଋଣ ନେବା ପାଇଁ ଅଫର ଦିଆଯାଉଥିଲା । ଲୋକମାନେ କିଛି ବୁଝି ନପାରି ସଙ୍ଗେ ସଙ୍ଗେ ଋଣ ପାଇବା ପାଇଁ ଆବେଦନ କରୁଥିଲେ । ଋଣ ଆବେଦନର କିଛି ସମୟ ମଧ୍ୟରେ ୨୦୦୦ରୁ ୧୦,୦୦୦ ପର୍ଯ୍ୟନ୍ତ ଟଙ୍କା ମିଳୁଥିଲା । ଏହାର ସୁଯୋଗ ନେଇ ଚୀନ୍‌ ଠକମାନେ ଋଣ ନେଉଥିବା ବ୍ୟକ୍ତିଙ୍କ ମୋବାଇଲ୍‌ରୁ ସମସ୍ତ ତଥ୍ୟ ନେଇଯାଉଥିଲେ ବୋଲି ଶ୍ରୀ ପଙ୍କଜ କହିଥିଲେ ।

କ୍ରାଇମବ୍ରାଞ୍ଚ ଡିଆଇଜି ଜୟନାରାୟଣ ପଙ୍କଜ ଆହୁରି କହିଛନ୍ତି, ଋଣ ଟଙ୍କା ଟ୍ରାନ୍ସଫର ପାଇଁ ଠକମାନେ ବ୍ୟାଙ୍କ ଆକାଉଣ୍ଟ ନେଇଥିଲେ । ଏଥିସହ ଠିକଣା, ପାନ୍‌କାର୍ଡ଼ ଓ ଆଧାରକାର୍ଡ଼ ନମ୍ୱର ଏବଂ ମୋବାଇଲ୍‌ରେ ସବୁ ସାଙ୍ଗଙ୍କ ନମ୍ୱର ନେଇଯାଉଥିଲେ । ଋଣ ନେବାର ୬ରୁ ୭ ଦିନ ପରେ ଲୋନ୍‌ ଆପ୍ ମାଧ୍ୟମରେ ଫୋନ୍‌ କଲ କରୁଥିଲେ । ଫୋନ୍‌ କରିଥିବା ବ୍ୟକ୍ତି ଋଣ ଟଙ୍କାର ଦୁଇରୁ ତିନି ଗୁଣା ସୁଧ ମାଗୁଥିଲା । ଟଙ୍କା ନଦେଲେ ଅସଲ ରୁପ ଦେଖାଇବେ ଚାଇନିଜ୍‌ ଠକ । ସେମାନେ ଅଭଦ୍ର ଭାଷାରେ ଗାଳି ଦେବା ସହିତ ହ୍ୱାଟ୍ସଆପ୍‌ରେ ଗ୍ରୁପ୍‌ କରି ଋଣ ନେଇଥିବା ବ୍ୟକ୍ତିଙ୍କ ନାଁରେ ଅପପ୍ରଚାର କରୁଥିଲେ । ସବୁ ବେଳେ ବ୍ଲକାମେଲ୍‌ କରୁଥିଲେ । ଏପରି ଠକାମୀ ନେଇ ଓଡ଼ିଶାରେ ୧୦୦ଟି ପିଟିସନ୍‌ ଦାଖଲ ହୋଇଥିଲା । ଅଭିଯୋଗକୁ ଆଧାର କରି ୩ ମାସ ଭିତରେ ୫ ଜଣଙ୍କୁ ଗିରଫ କରାଯାଇଛି । ଏହାର ମାଷ୍ଟରମାଇଁଣ୍ଡ ଲିଉ ୟୁ ଜିଏ ।

CHINIES_MOBILE_APP_FRAUD_PHOTO_AVO_3PM