• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ପୋଲିସକୁ ବଡ଼ ସଫଳତା । ଧରାପଡ଼ିଲେ ଟଙ୍କା ସହ ATM ଭ୍ୟାନ୍ ଲୁଟେରା । ଲୁଟ୍ ୫୭ ଲକ୍ଷ ଟଙ୍କାରୁ ୫୫ ଲକ୍ଷ ୭୬ ହଜାର ଟଙ୍କା ଜବତ । ATM ଭ୍ୟାନ୍‌ର ଡ୍ରାଇଭର ଜୟରାମ ମାଝୀ ସହ ୫ ଜଣ ଗିରଫ । କୋମନା ଥାନା ଅଞ୍ଚଳରୁ ୫ ଜଣଙ୍କୁ ଗିରଫ କଲା ପୋଲିସ୍ । ଗିରଫ ୫ ଜଣଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଭ୍ୟାନ୍ ଡ୍ରାଇଭର ଟଙ୍କା ଧରି ବିଭିନ୍ନ ସଂପର୍କୀୟଙ୍କ ଘରକୁ ଯାଇଥିଲା, ସଂପର୍କୀୟଙ୍କ ଘରକୁ ଯିବା ଲାଗି ବିଭିନ୍ନ ଗାଡ଼ି ମଧ୍ୟ ବ୍ୟବହାର କରିଥିଲା, ପ୍ରଥମେ ଅଟୋ, ପରେ ସାଇକେଲ, ତାପରେ ବାଇକ୍ ଓ ଶେଷରେ କାର୍ ଧରି ଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ସ୍ଥାନୀୟ SP ।

ଗତ ୬ରେ ନୂଆପଡ଼ା SBIରୁ ୫୭ ଲକ୍ଷ ନେଇ ବାହାରିଥିଲା ATM ଭ୍ୟାନ୍ । ସିକ୍ୟୁରିଟି ଗାର୍ଡ଼ ଓ ୨ କର୍ମଚାରୀଙ୍କୁ ଛାଡ଼ି ଫେରାର ମାରିଥିଲା ଭ୍ୟାନ୍ ଡ୍ରାଇଭର । ପରେ ଭ୍ୟାନିଟି ପରିତ୍ୟକ୍ତ ଅବସ୍ଥାରେ ଭରୁଆକାନୀ ଜଙ୍ଗଲରୁ ଉଦ୍ଧାର ହୋଇଥିଲା ।