• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସୋନପୁରରେ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଘଟଣା । ବଲାଙ୍ଗିରରୁ ଧରାପଡ଼ିଲେ ଲେଡି ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା । ଦୁର୍ଘଟଣା ଘଟାଇଥିବା କାରର ଡ୍ରାଇଭର ଅଜୟ ଜେଠୀ ମଧ୍ୟ ଗିରଫ । ଉଭୟଙ୍କୁ ବଲାଙ୍ଗିରରୁ ଧରି ସୋନପୁର ନେଉଛି ପୋଲିସ । ଉଭୟଙ୍କୁ ବଲାଙ୍ଗିର ହାତୀଶାଳପଡ଼ାରୁ ଧରିଲା ସୋନପୁର ପୋଲିସ ।

ପୁରୀରୁ ସୁନାବେଶ ଡ୍ୟୁଟିସାରି ଫେରିବା ବେଳେ ଘଟିଥିଲା ଦୁର୍ଘଟଣା । ଇନ୍ସପେକ୍ଟର ସୁନାଙ୍କ ନାଁରେ ଥିବା କାର ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ଓ ୫ ଜଣ ଗୁରୁତର ହୋଇଥିଲେ । ଆହତଙ୍କୁ ହସ୍ପିଟାଲ ନେବା ପରିବର୍ତ୍ତେ ଖସି ପଳାଇଥିଲେ ଇନ୍ସପେକ୍ଟର ।

ମଙ୍ଗଳବାର ଭୋର ପ୍ରାୟ ୪ଟା ବେଳେ ବଲାଙ୍ଗିର ଜିଲ୍ଲା ରାଘବପାଲିରୁ ଅଟୋରେ ପରିବା ଧରି ୮ ଜଣ ବ୍ୟବସାୟୀ ସୋନ୍‌ପୁର ହାଟକୁ ଆସୁଥିଲେ । ସେମାନେ ୫୭ ନମ୍ୱର ଜାତୀୟ ରାଜପଥର ବଡ଼ବାହାଲି ଛକରେ ଅଟକ ଜଣେ ବାଇକ୍‌ ଚାଳକ ସହିତ କଥା ହେଉଥିଲେ । ଠିକ୍‌ ଏହି ସମୟରେ ସମ୍ମୁଖରୁ ଆସୁଥିବା କାର୍‌ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣା ସ୍ଥଳରେ ପରିବା ବୋଝେଇ ଅଟୋରେ ବସିଥିବା କୁଆବତୀ ନାୟକ, ସତ୍ୟ ପ୍ରଧାନ ଓ ପ୍ରାଣନାଥ ବିଶ୍ୱାଳଙ୍କ ମୃତ୍ୟୁ ଘଟିଥିଲା।

ବାଇକ୍‌ ଚାଳକ ଓ ଅଟୋରେ ଥିବା ୬ ଜଣ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେଠାରେ ବାଇକ୍‌ ଚାଳକଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ଭୀମଭୋଇ ମେଡ଼ିକାଲ୍‌ କଲେଜ ଆଣ୍ଡ ହସ୍ପିଟାଲ୍‌କୁ ସ୍ଥାନାନ୍ତରିତ କରାଯାଇଥିଲା ।