Advertisment

୫୭ ଲକ୍ଷ ଟଙ୍କା ଧରି ATM ଭ୍ୟାନ୍‌ ଡ୍ରାଇଭର ଛୁ

ଟଙ୍କା ଭର୍ତ୍ତି ATM ଭ୍ୟାନ୍‌କୁ ନେଇ ଫେରାର ହେଲା ଡ୍ରାଇଭର। ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ଫେରାର ସୂଚନା।

author-image
Pramod Behera
ATM Loot

ATM Loot

ATMରେ ଟଙ୍କା ଭରିବାକୁ ଯାଉଥିବା ଭ୍ୟାନ୍‌କୁ ନେଇ ଡ୍ରାଇଭର ଫେରାର ମାରିଛି। ସିକ୍ୟୁରିଟି ଗାର୍ଡ ଓ ୨ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ନ ନେଇ ଡ୍ରାଇଭର ଚମ୍ପଟ ହେବା ଘଟଣା ସମସ୍ତଙ୍କୁ ଚକିତ କରିଦେଇଛି। ତେବେ ନୂଆପଡା ଜିଲ୍ଲା ଭରୁଆକାନୀ ଜଙ୍ଗଲରୁ ଉକ୍ତ ଗାଡିଟିକୁ ପରିତ୍ୟକ୍ତ ଅବସ୍ଥାରେ ଠାବ କରାଯାଇଛି। ଗାଡିରେ କୌଣସି ଟଙ୍କା ନଥିବା ପୋଲିସ୍ ସୂଚନା ଦେଇଛି।

Advertisment

ସୂଚନା ମୁତାବକ ଗାଡ଼ିଟି ଖଡିଆଳ SBI ମୁଖ୍ୟ ଶାଖାରୁ ୫୭ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ନେଇ ବାହାରିଥିଲା। କିନ୍ତୁ ଉକ୍ତ ଗାଡିର ଡ୍ରାଇଭର ସିକ୍ୟୁରିଟି ଗାର୍ଡ ଓ ୨ ବ୍ୟାଙ୍କ୍‌ କର୍ମଚାରୀଙ୍କୁ ନ ନେଇ ଚାଲିଯାଇଥିଲା। ଗାଡିଟି ଜଙ୍ଗଲରୁ ଠାବ ହେବା ପରେ ସେଥିରେ ଥିବା ଟଙ୍କା ନଥିବା ପୋଲିସ କହିଛି।

ତେବେ ବ୍ୟାଙ୍କ ଟଙ୍କା ଲୁଟ୍ ହେବା ଏହା ପ୍ରଥମ ନୁହେଁ । ଏହା ପୂର୍ବରୁ ଭୁବନେଶ୍ୱରର ଲିଙ୍ଗିପୁରରେ ଲୁଟେରାମାନେ SBI ଏଟିଏମ୍ ତାଡି ୨୦ରୁ ୨୫ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଲୁଟେରାମାନେ ଲୁଟ୍ ପୂର୍ବରୁ ଇଲେକ୍ଟ୍ରିକ୍‌ କନେକସନ କାଟି ଦେଇଥିଲେ। ଏହାପରେ ATM ମେସିନ କାଟି ଟଙ୍କା ନେଇ ପଳାଇଥିଲେ। ଏଟିଏମ୍‌ର ଓଜନ ପ୍ରାୟ ସାଢେ ୩ କ୍ୱିଣ୍ଟାଲ୍‌ ହୋଇଥିବାରୁ ଏକାଧିକ ଲୁଟେରାଙ୍କ ହାତ ଥିବା ପୋଲିସ ସନ୍ଦେହ କରିଥିଲା।

Advertisment

ସେହିପରି ଆଉ ଏକ ଘଟଣା ବ୍ରହ୍ମପୁରରେ ଘଟିଥିବା ଦେଖିବାକୁ ମିଳିଥିଲା। ଏଠି ବି ATM ଭ୍ୟାନ୍ ଅପହରଣ ଓ ୨୪ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିଲା। ଘଟଣା ପଛରେ ଭ୍ୟାନ୍‌ର ଡ୍ରାଇଭର ହିଁ ମାଷ୍ଟରମାଇଣ୍ଡ ଥିଲା। ତେବେ ୩ ଦିନ ଧରି ତଦନ୍ତ ପରେ ପୋଲିସ ଲୁଟେରାକୁ ଧରିଥିଲା। ମାଟି ତଳୁ ଲୁଟ୍ ଟଙ୍କା ଉଦ୍ଧାର ହୋଇଥିଲା।

ଏଭଳି ATM ଟଙ୍କା ଲୁଟ୍ ଲାଗି ରହିଥିଲେ ବି ଏଥିରେ ରୋକ୍ ଦିଆଯାଇ ପାରୁନି। ଏନେଇ ସାଧାରଣରେ ଏହାକୁ ନେଇ ଅନେକ ଶଙ୍କା ଦେଖାଯାଉଛି।

ATM Loot Bank Loot
Advertisment
Advertisment