ପୋଲିସ୍ ହାତରେ ଧରାପଡ଼ିଲା ୟୁପିର ଠକ୍ ଗ୍ୟାଙ୍ଗ୍ । ଆପ୍ ଜରିଆରେ ଠକୁଥିଲେ, ଏବେ ଧରାପଡ଼ିଲେ ।
ଅନଲାଇନରେ୍ ତୁରନ୍ତ ଲୋନ୍ ଖୋଜୁଛନ୍ତି କି? ସର୍ଚ୍ଚ କରୁଛନ୍ତି କି ଅନଲାଇନ୍ ଲୋନ୍ ଆପ୍? ଯଦି ହଁ, ଆପଣ ପଡିପାରନ୍ତି ଠକେଇ ଜାଲରେ । କାରଣ, ସହଜରେ ଏବଂ ହାତପାହାନ୍ତାରେ ଲୋନ୍ ଦେବା ଆଳରେ ଚାଲିଛି ବଡ ଧରଣର ଚିଟିଂ ବ୍ଲାକ୍ମେଲିଂ, ମାନସିକ ନିର୍ଯାତନା ଏବଂ ଫଟୋକୁ ଅଶ୍ଳୀଳ କରି ଭାଇରାଲ କରିବା ଭଳି ଘଟଣା ବଢିଚାଲିଛି ।
ଏହିସବୁ ବେଆଇନ୍ ଲୋନ୍ ଆପ୍କୁ ଦେଢ଼ ଲକ୍ଷରୁ ଅଧିକ ଲୋକ ଡାଉନଲୋଡ୍ କରି ଠକେଇର ଶିକାର ହୋଇଛନ୍ତି ।