• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Crime Updates

Odisha Panchayat Election Violence ।  Sarpanch Candidate Attacked Before 4th Phase Polling
ରାଜନୈତିକ ଆକ୍ରୋଶ ରଖି ଯୁବକଙ୍କୁ ହତ୍ୟା !

ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଞ୍ଚଳ ଦଳାଙ୍ଗ ପଞ୍ଚାୟତର ଜାହାଙ୍ଗୀରରେ ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତ ଯୁବକ ଜଣକ ଜାହାଙ୍ଗୀରର ପ୍ରତାପ ଚନ୍ଦ୍ର ରାଉତ ହୋଇଥିବା ଜଣାପଡ଼ିଛି । ପ୍ରତାପଙ୍କୁ ରାଜନୈତିକ ଆକ୍ରୋଶ ରଖି ହତ୍ୟା କରାଯାଇଛି ବୋଲି ସଂପର୍କୀୟମାନେ ଧାମନଗର ଥାନାରେ ଏତଲା ଦେଇଛନ୍ତି।

Soumya - Sonali
ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ

ମଡେଲ୍ ସୌମ୍ୟରଞ୍ଜନ ମୃତ୍ୟୁ ଘଟଣାକୁ ଆଜି ପୂରିଛି ୨୨ ଦିନ । ହେଲେ ଘଟଣାରେ ପୋଲିସ୍‌ କୌଣସି ପଦକ୍ଷେପ ନେଉନଥିବାରୁ ଆଜି ସୌମ୍ୟଙ୍କ ପରିବାର ଲୋକେ ଭୁବନେଶ୍ୱର ଡିସିପିଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଧାରଣାରେ ବସିଛନ୍ତି ।

  • Monday, 21 February 2022
target to journalists
ନିର୍ବାଚନରେ ହିଂସା ଘଟାଇବା ପାଇଁ ବଳ ଦେଉଛି କିଏ?

ତୁରନ୍ତ ଅଙ୍କୁଶ ନଲାଗିଲେ ଗଣତନ୍ତ୍ର ପ୍ରତି ବଡ଼ ବିପଦ।

Fake Doctor
୧୮ଟି ସ୍ତ୍ରୀ ରଖିଥିବା ନକଲି ଡାକ୍ତର ମାମଲାରେ ଫିଟୁଛି ନୂଆ ଗୁମର

ରସିକିଆ ନକଲି ଡାକ୍ତରଙ୍କଠାରୁ ୨ଟି ଗାଡ଼ି ଠାବ କରିଛି ପୋଲିସ । ଖଣ୍ଡଗିରି ଥାନା ଅଞ୍ଚଳର ଏକ ଆପାର୍ଟମେଣ୍ଟରେ ପୋଲିସ ରେଡ୍ ମଧ୍ୟ କରିଛି । ଗିରଫ ହେବା ପୂର୍ବରୁ ଉକ୍ତ ଆପାର୍ଟମେଣ୍ଟରେ ରହୁଥିଲେ ସଂପୃକ୍ତ ଡାକ୍ତର ।

  • Monday, 21 February 2022
Singer Sonali- Soumya
ତୀବ୍ର ହେଉଛି ସୌମ୍ୟ ମୃତ୍ୟୁ ମାମଲା ! ‘ସୋନାଲିକୁ ଗିରଫ କର ନଚେତ୍‌ ଅନେକ ପୁଅଙ୍କ ଜୀବନ ନଷ୍ଟ ହେବ’

‘ସୋନାଲି ଗୋଟିଏ ସିଙ୍ଗର । ହେଲେ ସେ ତାର ରୂପ ବଳରେ ଗୋଟିଏ ପରେ ଗୋଟିଏ ପୁଅକୁ ଫଶାଇ ଚାଲିଛି ।

1 Killed, 1 Critical After Violent Clash Broke Out In Barbil's Sirajuddin Slum
ବଚସାରୁ ପଡ଼ୋଶୀର ହତ୍ୟା କଲେ ପଡ଼ୋଶୀ

ଗୋଷ୍ଠୀ ସଙ୍ଘର୍ଷରେ ଜଣଙ୍କ ମୃତ୍ୟୁ । କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅଞ୍ଚଳ ଠାକୁରାଣୀ ସିରାଜୁଦ୍ଦିନ ବସ୍ତିରେ ସଂଘର୍ଷରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି ।

 ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା
ତୃତୀୟ ପର୍ଯ୍ୟାୟରେ ସବୁ ସୀମା ଟପିଗଲା ପଞ୍ଚାୟତ ଭୋଟ୍ ବିଶୃଙ୍ଖଳା

ପ୍ରିଜାଇଡିଂ ଅଫିସର୍ ଜଣକ ବାହାରକୁ ଆସି ପୋଲିସ୍ ଆଗରେ କେମିତି ହାତ ଯୋଡ଼ି ନେହୁରା ହେଲେ।

Husband beats wife to death in Sonepur
୧୧ ବର୍ଷ ଧରି ପତ୍ନୀଙ୍କୁ ଅତ୍ୟାଚାର କରି ଆସୁଥିଲେ; ଶେଷରେ ଜୀବନ ନେଇଗଲେ

ସ୍ୱାମୀ ପାଲଟିଲା ସଇତାନ୍‌ । ନିଜ ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଆଇଁଲାଛାଟ ଗାଁରେ ଏଭଳି ଏକ ଅଭାବନିୟ ଘଟଣା ଦେଖିବାକୁ ମିଳିଛି । ଆଇଁଲାଛାଟ ଗାଁ ଶଙ୍କର ଦେହେରି ନାମଙ୍କ ବ୍ୟକ୍ତି ତାଙ୍କ ପତ୍ନୀ ମମତା ଦେହୁରୀଙ୍କୁ ଏଭଳି ପିଟି ପିଟି ନିର୍ମମ ଭାବେ ହତ୍ୟା କରିଥିବା ଅଭିଯୋଗ କରାଯାଇଛି ।

Fake Doctor Remand
୩୦ ବର୍ଷର କ୍ରାଇମ୍ ଫାଇଲରେ କଣ ୱାନ୍‌ ମ୍ୟାନ୍‌ ନକଲି ଡାକ୍ତର ରମେଶ?

ଅପରାଧ ପଛରେ କଣ କେବଳ ତାର ମୁଣ୍ଡ ଥିଲା ନାଁ ଏହା ପଛରେ ଆଉ କେହି ତାକୁ ସହଯୋଗ କରୁଥିଲେ?

  • Saturday, 19 February 2022
‘420’ Doctor In Cheating Case
ମଣିଷ ଅଙ୍ଗ ଚୋରି କରୁଥିଲା ନକଲି ଡାକ୍ତର ?

ଚାରିଶ ବିଶ୍ ଡାକ୍ତର ରମେଶର ୩୦ ବର୍ଷର କ୍ରାଇମ୍ ଫାଇଲ ଘାଣ୍ଟୁଛି ପୋଲିସ୍।

  • Saturday, 19 February 2022
Murder Alligation
ଥାନାକୁ ଯିବାରୁ ମହିଳାଙ୍କୁ ଜୀବନରୁ ମାରିଦେଲେ !

ସେହିଦିନ ଘରୁ ବାହାରି ଥାନାରେ ଏତଲା ଦେବାକୁ ଯାଇଥିଲେ ଭଗବତୀ, ହେଲେ ଆଉ ଫେରିନଥିଲେ।

 Fake doctor Ramesh Swaini
 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ

 ୫ ଦିନିଆ ରିମାଣ୍ଡରେ ନକଲି ଡାକ୍ତର ରମେଶ ସ୍ୱାଇଁ । ଆଜିଠୁ ରିମାଣ୍ଡରେ ନେଇଛି କମିଶନରେଟ ପୋଲିସ ।  ତାଙ୍କୁ ପଚରାଉଚରା ବେଳେ ଆହୁରି ଅନେକ ଗୁମର ଖୋଲିବା ନେଇ ଆଶା ରଖିଛି ପୋଲିସ ।  ଅଭିଯୁକ୍ତର ୩୦ ବର୍ଷର ଫାଇଲ କାଢିବାକୁ ପୋଲିସର ଯୋଜନା ରଖିଥିବା ସୂଚନା ମିଳିଛି॥

14 crore in money laundering cases from financial institutions
ଫାଇନାନ୍ସ ସଂସ୍ଥାଠାରୁ ଅର୍ଥ ହଡ଼ପ ମାମଲାରେ ୧୭ କୋଟି ଜବତ୍‌

ଅର୍ଥ ହଡପ ମାମଲାରେ ସମ୍ବନ୍ଧ ଫିନସର୍ଭ ସଂସ୍ଥାର ଏମଡି ଦୀପକ କିଣ୍ଡୋଙ୍କ ସହ ଅନ୍ୟମାନଙ୍କ ନାଁରେ ବିଭିନ୍ନ ବ୍ୟାଙ୍କର ୬୧ଟି ଆକାଉଣ୍ଟରେ ଥିବା ୧୭କୋଟିରୁ ଅଧିକ ଟଙ୍କା ଜବତ୍‌ ହୋଇଛି ।

Wanted Criminal
କଟକ, ଭୁବନେଶ୍ୱରରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌ !

ଟ୍ୱିନ୍‌ସିଟିରେ ବୁଲୁଛି କୋଲକାତାର ୱାଣ୍ଟେଡ୍‌ କ୍ରିମିନାଲ୍‌। ଓଡ଼ିଶା କ୍ରାଇମ୍‌ବ୍ରାଞ୍ଚ କୋଲକାତାର ଜଣେ ଓ୍ୱାଣ୍ଟେଡ୍ ଅପରାଧୀର ଫଟୋ ଜାରି କରିଛି। ଏହି ଅପରାଧୀର ନାଁ ବିମଲ ଶର୍ମା। 

Loot In Bhubaneswar
Hello କହି ଡାକିଲେ, ସ୍ପେଶାଲ୍‌ ସ୍କ୍ୱାଡ୍‌ ପରିଚୟ ଦେଇ ଲୁଟି ନେଲେ...

ପୋଲିସ୍‌ ନକଲି, ହେଲେ ଲୁଟ୍‌ ଅସଲି। ନିଜକୁ ମିଛରେ ସ୍ପେଶାଲ୍‌ ସ୍କ୍ୱାଡ୍‌ ଷ୍ଟାଫ୍‌ର ପରିଚୟ ଦେଇ ରାଜଧାନୀ ଭୁବନେଶ୍ୱରର ଜଣେ ଯୁବକଙ୍କ ଠାରୁ ୮ ହଜାର ଟଙ୍କା ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି।

Vigilance Raids
ଭିଜିଲାନ୍ସ ତନାଘନା, ସରକାରୀ ଚାକିରୀ କରି ଏତେ ଟଙ୍କା ଆଣୁଛନ୍ତି କେଉଁଠୁ?

ଡାକ୍ତରଙ୍କ ଘରେ ଗଦା ଗଦା ଟଙ୍କା । ଅତିରିକ୍ତ ଏଏସପିଙ୍କ ଅମାପ ସମ୍ପତ୍ତି । ଏଡିଏମଙ୍କର ଅଜସ୍ର ଉପାର୍ଜନ, ଆଉ ବିଦ୍ୟୁତ ବିଭାଗ ନୀରିକ୍ଷକଙ୍କ ବେହିସାବ ରୋଜଗାର । ଗଲା କିଛି ଦିନ ଭିତରେ ଭିଜିଲାନ୍ସ ଜାଲର ଫସିଥିବା ଏସବୁ ବଡ଼ ବଡ଼ ବାବୁଙ୍କର ସମ୍ପତ୍ତି ଦେଖି ତାଜୁବ ଭିଜିଲାନ୍ସ ବିଭାଗ ।

Crorepati doctor,
ଭିଜିଲାନ୍ସ ଜାଲରେ ପୁଣି ବଡ଼ ମାଛ: କୋଟିଏ ୧୩ ଲକ୍ଷ ନଗଦ ଟଙ୍କା ଜବତ ପରେ ଜେଲ୍ ଗଲେ ଡାକ୍ତର ସୁକାନ୍ତ ଜେନା

ପ୍ରଶ୍ନ ଉଠୁଛି, ସରକାରୀ ପଦରେ ଥାଇ ଅସତ୍ ଉପାୟରେ ସଂପତ୍ତି ଅର୍ଜିଥିବା ଅଧିକାରୀଙ୍କ ମଧ୍ୟରୁ କେତେଜଣଙ୍କୁ ଦୋଷୀ ସାବ୍ୟସ୍ତ କରିପାରିବ ଭିଜିଲାନ୍ସ ? କାରଣ ବିଗତ ବର୍ଷଗୁଡ଼ିକରେ ଦୋଷୀ ସାବ୍ୟସ୍ତର ହାର ମାମଲାର ଅଧା ବି ହୋଇନଥିବାରୁ ଏ ବାବୁମାନେ ଯେ ସହଜରେ ଖସିନଯିବେ, ତାହା କିଏ କହିବ?

Mamita case
ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲା, ସିବିଆଇ ତଦନ୍ତ ପାଇଁ ଦାବି 

ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାର ସିବିଆଇ ତଦନ୍ତ ଦାବି । ସିବିଆଇ ତଦନ୍ତ ପାଇଁ ଦାବି କଲେ ଜାତୀୟ ମହିଳା କମିଶନ ଅଧ୍ୟକ୍ଷା ରେଖା ଶର୍ମା । ତଦନ୍ତ ଓ ଚାର୍ଜସିଟ୍ ସମ୍ବନ୍ଧରେ ଡିଜିପିଙ୍କ ପାଖରେ ସୂଚନା ନଥିବା କହିଛନ୍ତି ରେଖା ଶର୍ମା ।

Two employees of the Eureka dealer Rau were arrested
ଠକ ସଂସ୍ଥା ଅଉରେକ୍ସା ଡିଲର ଦୁଇ କର୍ମଚାରୀ ଗିରଫ

ଠକ ସଂସ୍ଥା ଅଉରେକ୍ସା ଡିଲର ଆଉ ଦୁଇ କର୍ମଚାରୀ ଗିରଫ । ଲୋଭନୀୟ ସ୍କିମ୍ ଜରିଆରେ ଲୋକଙ୍କୁ ଠକୁଥିଲା କମ୍ପାନୀ । ଉକ୍ତ ଘଟଣାରେ ପ୍ରଭାତ ଦାସ ଓ ଶରତ ନାୟକକୁ ଗିରଫ କଲା କ୍ରାଇମବ୍ରାଞ୍ଚ୍ EOW ।

fake doctor
ମାଟ୍ରିକ ପାସ୍ କରିନାହାନ୍ତି ନକଲି ଡାକ୍ତର ? ୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିବା ସୂଚନା

୧୭ ବିବାହ ପରେ ପୁଣି ବାହା ହେବାକୁ ଯୋଜନା କରିଥିଲେ ନକଲି ଡାକ୍ତର ଜଣକ । ବାହାଘର ପାଇଁ ଅନେକ ମହିଳାଙ୍କ ସହ ଯୋଗାଯୋଗରେ ଥିଲେ । ପୁଣି ଠକେଇ କରିବାକୁ ମାୟାଜାଲ ବୁଣିସାରିଥିଲେ । କଟକ, ବଡ଼ମ୍ବାରେ ସଂପୃକ୍ତ ନକଲି ଡାକ୍ତରଙ୍କ ୨ଟି କ୍ଲିନିକ ମଧ୍ୟ ରହିଛି ।

mahanga
ମାହାଙ୍ଗା ଡବଲ ମର୍ଡର ମାମଲା: ୬ ଅଭିଯୁକ୍ତଙ୍କୁ ଜାମିନ ଦେଲେନି ହାଇକୋର୍ଟ

ଗତ ୨୦୨୧ ଜାନୁଆରୀ ୨ରେ ବିଜେପି ନେତା କୁଳମଣି ଓ ତାଙ୍କ ସହଯୋଗୀ ଦିବ୍ୟସିଂହଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା।

loot case
ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ

ଭୁବନେଶ୍ୱରରେ ଲିଫ୍ଟ ଦେଇ ଲୁଟ୍ ଗ୍ୟାଙ୍ଗର ୨ ଲୁଟେରା ଗିରଫ । ସହିଦନଗର ପୋଲିସ ୨ ଜଣ ଲୁଟେରାଙ୍କୁ ଗିରଫ କରିଛି । ଲୋକଙ୍କୁ ଲିଫ୍ଟ ଦେବା ବାହାନାରେ ନିଶା ଦେଇ ଲୁଟ କରୁଥିଲେ ଲୁଟେରା । ତେବେ ଏକାଧତ୍କ ଲୁଟ୍ ମାମଲାରେ ଉଭୟଙ୍କ ସଂପୃକ୍ତି ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ଗିରଫଙ୍କ ମଧ୍ୟରେ ଜଣେ ସରପଞ୍ଚ ଓ ଜଣେ ସମିତି ସଭ୍ୟ ପ୍ରାର୍ଥୀ
ନିର୍ବାଚନ ବେଳେ ମଦ ବାଣ୍ଟି ସରପଞ୍ଚ, ସମିତି ସଭ୍ୟ ପ୍ରାର୍ଥୀ ଗିରଫ

ମଦ ବୋଝେଇ ଟ୍ରାକ୍ଟରକୁ ଅଟକ ରଖି ପୋଲିସ ଜିମାଦେଲେ ଗ୍ରାମବାସୀ।

Vigilance Raid
ଡାକ୍ତରଙ୍କ ଘରୁ ମିଳିଲା କୋଟିଏରୁ ଅଧିକ ନଗଦ ଟଙ୍କା

ସିଏଚସି ଡାକ୍ତରଙ୍କ ଘରୁ ଏତେ ନଗଦ ଅର୍ଥ ପାଇ ତାଜୁବ ହୋଇଛି ଭିଜିଲାନ୍ସ ଟିମ୍।

AdlSP Trinatha Mishra Arrested
ଅତିରିକ୍ତ SP ତ୍ରୀନାଥ ମିଶ୍ର ଗିରଫ

ଆୟ ବର୍ହିଭୁକ୍ତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ପୋଲିସ କମ୍ୟୁନିକେସନ ଅତିରିକ୍ତ SP ତ୍ରୀନାଥ ମିଶ୍ର ଗିରଫ । ତ୍ରିନାଥଙ୍କୁ ଗିରଫ ସହ ତାଙ୍କ ପତ୍ନୀଙ୍କ ନାଁରେ ବି ମାମଲା ରୁଜୁ ହୋଇଛି। ତ୍ରିନାଥଙ୍କର ମୋଟ ୧୧ କୋଟି ୨ ଲକ୍ଷର ସଂପତ୍ତି ଠାବ ସୂଚନା ମିଳିଛି। ୧୧ କୋଟିରୁ ୮ କୋଟି ୬୧ ଲକ୍ଷ ଆୟ ବହିର୍ଭୂତ।