ଗୁରୁବାର ସକାଳ ସାଢ଼େ ୮ଟାରେ ବାହାରିଥିଲେ ସରୋଜ । ତା’ରେ ସେ ଆଉ ଘରକୁ ଫେରିନାହାନ୍ତି ।
ବିପୁଳ ପରିମାଣର ବ୍ରାଉନସୁଗାର ଜବତ ହୋଇଥିବା ନେଇ ପୁରୀ SP ସୂଚନା ଦେଇଛନ୍ତି ।
ସୁଚିନ୍ତିତ ହତ୍ୟାକାଣ୍ଡ ଅଭିଯୋଗ ଆଣି ବର୍ଷିଲେ ମହିଳାଙ୍କ ଭାଇ
୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ।
ବନ୍ଧା ହେଲେ ରସିକିଆ ଶିକ୍ଷକ, ନବରଙ୍ଗପୁର ହିର୍ଲି ଏକଲବ୍ୟ ଆଦର୍ଶ ବିଦ୍ୟାଳୟର ଅଭିଯୁକ୍ତ କେମିଷ୍ଟ୍ରି ଶିକ୍ଷକ ଅମର କୁମାର ନାଥଙ୍କୁ ଗିରଫ କରିଛି ପୋଲିସ । ଯୁକ୍ତ ୨ ଛାତ୍ରଛାତ୍ରୀଙ୍କୁ ଅସଦାଚରଣ ନେଇ ଅଭିଯୋଗ ହୋଇଥିଲା ।
ଲୁଟେରା ଗ୍ୟାଙ୍ଗକୁ ଧରିବାକୁ ଯାଇଥିବା ପୋଲିସ୍ ଉପରକୁ ଅତର୍କିତ ଗୁଳି ଚଳାଇଲେ ଲୁଟେରା । ଏହି ଫାୟାରିଂରେ କେହି ପୋଲିସ୍ କର୍ମୀ ଆହତ ହୋଇ ନ ଥିବା ବେଳେ ୩ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ୍ ।
ବାହାଘର ଶୋଭାଯାତ୍ରାରେ ନାଚିବାକୁ ବାରଣ କରିବାରୁ କନ୍ୟା ମା'ଙ୍କୁ ହତ୍ୟା ।
ମୋବାଇଲକୁ ଏମିତି ମେସେଜ୍ ଆସୁଛି କି? ସାବଧାନ !! କାରଣ ୟାଙ୍କ ମୋବାଇଲକୁ ଧମାଧମ୍ ୫ ମେସେଜ୍ ଆସିଲା। ଚାହୁଁ ଚାହୁଁ ଆକାଉଣ୍ଟରୁ ୪୫ ହଜାର ଗାଏବ ହୋଇଗଲା। ଅନେଇଲା ବେଳକୁ କିଛି ନାହିଁ.
୨୦୦୦ ବ୍ୟାଚ୍ର ଝାଡ଼ଖଣ୍ଡ କ୍ୟାଡର IAS ପୂଜା ସିଙ୍ଘଲଙ୍କ ନାଁରେ ମନରେଗା ଅର୍ଥ ହେରଫେର ନେଇ ଅଭିଯୋଗ ଥିଲା ।
ଯାଞ୍ଚ ବେଳେ ଘରୁ ୫୫ ଲକ୍ଷ ଓ ଅଫିସ୍ରୁ ୧୪.୫ ଲକ୍ଷ ଟଙ୍କା ମିଳିଥିଲା । ଏତେ ପରିମାଣର ନଗଦ ଟଙ୍କା କେଉଁଠୁ ଆସିଲା ବୋଲି ପଚାରିଲେ ।
ସଂପତ୍ତି ଲୋଭରେ ମାକୁ ମାରିଲା ପୁଅ । କେନ୍ଦ୍ରାପଡାରୁ ସାମ୍ନାକୁ ଆସିଛି ଏହି ଅଭାବନୀୟ ଘଟଣା ।
ଖଣି ମାଲିକ ତଥା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଘରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED)ର ଚଢ଼ଉ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୧୩୩ କୋଟିର ଜମାକୁ ସିଜ୍ ସହ ୬୯ ଲକ୍ଷର କ୍ୟାସ୍ ଇଡି ଜବତ କରିଛି।
କଟକ କମିଶନରେଟ ପୋଲିସକୁ ମିଳିଛି ବଡ଼ ସଫଳତା । ମୋବାଇଲ ଚୋରି ରାକେଟର ପର୍ଦ୍ଦାଫାଶ କରିବା ସହ ପୋଲିସ ୪୯ଟି ଚୋରା ମୋବାଇଲ ଫୋନକୁ ଜବତ କରିଛି ।
ସ୍ୱାମୀ ପାଲଟିଲା ପିଶାଚ । ସ୍ତ୍ରୀ କୁ ହତ୍ୟା କରି ନିଜେ କଲା ଆତ୍ମହତ୍ୟା । ବଲାଙ୍ଗିର ଜିଲ୍ଲା ଲରମ୍ଭ ଥାନା ଅନ୍ତର୍ଗତ ଖୁଣ୍ଟ ସମଲେଇ ଗାଁରେ ଘଟିଛି ଏହି ଘଟଣା ।
ପୋଲିସ୍ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ଚକରା ବାରିକ ଆହତ ହୋଇଥିବାର ସୂଚନା ମିଳିଛି । ଗତକାଲି ମଧ୍ୟରାତିରେ ବରମୁଣ୍ଡା ହାଇସ୍କୁଲ ପଡ଼ିଆରେ ଏନ୍କାଉଣ୍ଟର ହୋଇଛି ।
ଜେରା ସମୟରେ ମହିଳା ଜଣକ ଅତିଷ୍ଠ ହୋଇ ବ୍ୟାଗରୁ ବିଷ କାଢି ଜଜ୍ଙ୍କ ଆଗରେ ପିଇଦେଇଥିଲେ ।
ବେଦୀ ଉପରେ ବୈଦିକ ରୀତିନୀତି ଅନୁସାରେ ଚାଲିଥିଲା ବାହାଘର। ହେଲେ ହଠାତ୍ ପହଞ୍ଚିଗଲା ପୋଲିସ୍। ବର ହାତରେ ହାତକଡ଼ି ପିନ୍ଧାଇ ନେଇଗଲା ଥାନାକୁ। ପରକୀୟା ପ୍ରୀତି ପାଇଁ ଶିଶୁପାଳ ହୋଇ ରହିଲା ବର, ବାହାଘର ନହେବାରୁ ଚିନ୍ତାରେ ମଙ୍ଗୁଳା କନ୍ୟା ପରିବାର।
ସାବଧାନ୍, ମାତିଛନ୍ତି ମୂର୍ତ୍ତିଚୋର । ଟାର୍ଗେଟ୍ରେ ପୁରାତନ ମଠ ଓ ମନ୍ଦିର । ରାଜ୍ୟରେ ସାଂଘାତିକ ଭାବେ ବଢ଼ି ଚାଲିଛି ମୂଲ୍ୟବାନ ତଥା ପ୍ରାଚୀନ ଅଷ୍ଟଧାତୁ ମୂର୍ତ୍ତି ଚୋରି । ଗୋଟିଏ ପରେ ଗୋଟିଏ ମନ୍ଦିରରେ କଳାକନା ବୁଲାଉଛନ୍ତି ଦୁର୍ବୃତ୍ତ ।
ପୋଲିସ୍ କି ଠାକୁର କାହାରିକୁ ଏମାନଙ୍କ ଡର କି ଖାତିର ନାହିଁ । ସୁଯୋଗ ଉଣ୍ଡି ସାଏଁ କରି ବୁଲାଇ ଦେଉଛନ୍ତି କଳାକନା ।
ନାହିଁ ନାହିଁରେ ଚାଲିଛି MKCG। ଅଧା ବିଭାଗରେ ଡାକ୍ତର ନାହାନ୍ତି । ଦୁଆରେ ଝୁଲୁଛି ବଡ଼ ବଡ଼ ତାଲା। ଡିନ୍ କହୁଛନ୍ତି ଖୁବଶୀଘ୍ର ଆସିବେ ଡାକ୍ତର । ରୋଗ ଦେଖାଇବା ପାଇଁ ଖରା ତରାରେ ସିଝୁଛନ୍ତି ରୋଗୀ ଓ ସମ୍ପର୍କୀୟ। ଅଭିଯୋଗ କଲେ ବି ମିଳୁନି କିଛି ସୁଫଳ। ବିଧାୟକ କହୁଛନ୍ତି, ମନ୍ତ୍ରୀଙ୍କ ସହ ଆଲୋଚନା କରିଛି, ଖୁବଶୀଘ୍ର ନୂଆ ଡାକ୍ତର ଆସିବେ ।
ନୟାଗଡ ଜିଲ୍ଲାରେ ବାରମ୍ବାର ପିଲା ଚୋରି ଘଟଣା ସାମ୍ନାକୁ ଆସୁଥିବା ଘଟଣା ଅଭିଭାବକଙ୍କୁ ଚିନ୍ତାରେ ପକାଇଛି।
ଦୀର୍ଘ ୧୩ ବର୍ଷର ଯନ୍ତ୍ରଣାଦାୟକ କାହାଣୀ । ନ୍ୟାୟ ପାଇଁ ସଂଘର୍ଷପୂର୍ଣ୍ଣ ଲଢ଼େଇ ଭିତରେ ଶେଷରେ ରାୟ ଆସିଲା । ଜଗତସିଂପୁରର ପ୍ରମୋଦିନୀ ରାଉଳଙ୍କୁ ଏସିଡ୍ ଆକ୍ରମଣ ମାମଲାର ଶୁଣାଣି କରି ୨ ଦୋଷୀଙ୍କୁ ୧୪ ବର୍ଷର ସଜା ଶୁଣାଇଛନ୍ତି ଜଗତସିଂପୁର ଏଏସ୍ଜେ କୋର୍ଟ ।
ନା ଭୁଲି ହେଉଛି ସେଦିନର ସେହି ଆତଙ୍କର ମୁହୁର୍ତ୍ତ, ନା ଭୁଲାଇ ଦେଉଛି ୧୩ ବର୍ଷ ତଳର ତରଳ ନିଆଁର ପ୍ରକୋପ । ଆଜି ବି ଯନ୍ତ୍ରଣାରେ ଜଡ଼ସଡ଼ ଶରୀର । ଏଭଳି ଯନ୍ତ୍ରଣାଦାୟକ କାହାଣୀ ଭିତରେ ସେହି ଜହ୍ଲାଦଙ୍କ ବିରୋଧରେ ରାୟ ଆସିଛି ।
ମୁଖ୍ୟତଃ ଦାଉଦ୍ ଇବ୍ରାହିମର ଶାର୍ପସୁଟର୍, ଡ୍ରଗ୍ ଟ୍ରାଫିକର୍, ହାଓ୍ୱାଲା ଅପରେଟର, ରିୟଲ ଇଷ୍ଟେଟ୍ ମ୍ୟାନେଜର୍ ଏବଂ ଅନ୍ୟାନ୍ୟ ପ୍ରମୁଖ ଅପରାଧୀମାନଙ୍କ ଉପରେ ଚଢାଉ ହୋଇଛି ।
ରାଜଧାନୀ ଭୁବନେଶ୍ୱରରେ ପୁଣି ମାତିଲେ ମୂର୍ତ୍ତି ଚୋର। ମନ୍ଦିର ଗ୍ରୀଲ୍ କାଟି ଦୁର୍ବୃତ୍ତମାନେ ମୂର୍ତ୍ତି ଚୋରି କରିଛନ୍ତି।